ଲକ୍ଷ୍ମୀ ସହଗଲ
ଲକ୍ଷ୍ମୀ ସହଗଲ (୨୪ ଅକ୍ଟୋବର ୧୯୧୪ - ୨୩ ଜୁଲାଇ ୨୦୧୨) ଜଣେ ଭାରତୀୟ ନାରୀ ସ୍ୱାଧୀନତା ସଂଗ୍ରାମୀ । ୧୯୧୪ ମସିହା ଅକ୍ଟୋବର ମାସ ୨୪ ତାରିଖରେ ତତ୍କାଳୀନ ବ୍ରିଟିଶ ଶାସନାଧୀନ ଭାରତର ମାଡ୍ରାସଠାରେ ସେ ଜନ୍ମଗ୍ରହଣ କରିଥିଲେ। ମାତା ଏ.ଭି.ଅମୁକୁଟ୍ଟୀ ଥିଲେ ଜଣେ ସ୍ୱାଧୀନତାସଂଗ୍ରାମୀ ତଥା ସମାଜସେବୀ ଏବଂ ପିତା ଏସ. ସ୍ୱାମୀନାଥନ ଥିଲେ ମାଡ୍ରାସ ହାଇକୋର୍ଟର ଜଣେ ଓକିଲ । ପିଲାଦିନରୁ ଜାତି ପ୍ରଥାକୁ ବିରୋଧ କରି ସର୍ବପ୍ରଥମେ ସାମାଜିକ କୁପ୍ରଥା ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ । ସେ ଡ଼ାକ୍ତରୀ ଛାତ୍ରୀ ଥିଲାବେଳେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଉଦ୍ୱୋଧ ହୋଇ ତାଙ୍କ ମାଆ ଓ ନିଜରଦାମୀ ଗହଣା ଓ ଲୁଗାପଟା ପୋଡ଼ି ଦେଇଥିଲେ, ଯାହାକି ତାଙ୍କ ପ୍ରତି ଏକ ପ୍ରେରଣା ସଦୃଶ ଥିଲା । ଲକ୍ଷ୍ମୀଙ୍କର ଉଦ୍ଦେଶ୍ୟ ଥିଲା ଜଣେ ଡ଼ାକ୍ତର ହୋଇ ଗରୀବ ଓ ନିରାଶ୍ରୟମାନଙ୍କୁ ସେବା କରିବା । ତେଣୁ ୧୯୩୮ ମସିହାରେ ମାଡ୍ରାସ କଲେଜରୁ ସେ ଏମ୍.ବି.ବି.ଏସ୍ ଡ଼ିଗ୍ରୀ ହାସଲ କରିଥିଲେ । ବର୍ଷକ ପରେ ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପରେ ଅଧ୍ୟୟନ କରି ଡ଼ିପ୍ଲୋମା ହାସଲ କରିଥିଲେ ।[୨] ୧୯୪୦ରେ ଅଧିକ ପଢ଼ିବା ପାଇଁ ସିଙ୍ଗାପୁର ଯାଇଥିଲେ । ପରେ ସେଠାରେ ଏକ କ୍ଲିନିକ ପ୍ରତିଷ୍ଠାକରି ଭାରତୀୟ ଶ୍ରମିକଙ୍କ ସେବା କରୁଥିଲେ । ସେଠାରେ ରହି ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣକରିଥିଲେ ।
ଲକ୍ଷ୍ମୀ ସହଗଲ (ସେହଗଲ) | |
---|---|
ଜନ୍ମ | |
ମୃତ୍ୟୁ | ୨୩ ଜୁଲାଇ ୨୦୧୨ କାନପୁର, ଉତ୍ତର ପ୍ରଦେଶ, ଭାରତ | (ବୟସ ୯୭)
ମୃତ୍ୟୁର କାରଣ | ହୃଦଘାତ[୧] |
ଅନ୍ୟ ନାମ | କ୍ୟାପଟେନ ଲକ୍ଷ୍ମୀ ସେହଗଲ |
ପ୍ରସିଦ୍ଧି | କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ |
ବୈବାହିକ-ସାଥୀ(s) | ପି.କେ.ଏନ. ରାଓ ( - 1940) ପ୍ରେମ କୁମାର ସହଗଲ (1947–1992) (his death) |
ସନ୍ତାନ | ଶୁଭାସିନୀ ଅଲ୍ଲୀ,ଅନିସା ପୁରି |
ସ୍ୱାଧୀନତା ସଂଗ୍ରାମରେ ଭୂମିକା
ସମ୍ପାଦନା୧୯୪୨ରେ ବ୍ରିଟିଶ ସେନା ସିଙ୍ଗାପୁରକୁ ଜାପାନ ନିକଟରେ ଆତ୍ମସମର୍ପଣ କରାଇବା ପରେ ଯୁଦ୍ଧରେ ଆହତ ବହୁ ସୈନ୍ୟଙ୍କର ସେ ଚିକିତ୍ସା କରିଥିଲେ । [୩]୧୯୪୩ ଜୁଲାଇ ୨ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସିଙ୍ଗାପୁରରେ ପହଞ୍ଚିଥିଲେ । ସେଠାରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ଏକ ମହଳିା ରେଜିମେଣ୍ଟ ଗଠନ କରଥିଲେ । ଲକ୍ଷ୍ମୀ ସହଗଲ ଉକ୍ତ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଏହି ମହିଳା ରେଜିମେଣ୍ଟର ନାମ ରହିଥିଲା ଝାନ୍ସୀ ରାଣୀ ରେଜିମେଣ୍ଟ । ଏସିଆ ମହାଦେଶରେ ଥିଲା ଏହା ପ୍ରଥମ ମହିଳା ରେହିମେଣ୍ଟ । ବ୍ରିଟିଶ ସେନା ବିରୋଧରେ ଏହି ବାହିନୀ ସଂଗ୍ରାମ କରିଥିଲା । ନେତାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲକ୍ଷ୍ମୀ ସେହଗଲ ଏହିରେଜିମେଣ୍ଟରେ ରହି କାମ କରୁଥିଲେ ।[୩] ତାଙ୍କୁ କର୍ଣ୍ଣେଲ ଉପାଧୀ ମିଳିଥିଲା ଏବଂ ସେ ରେଜିମେଣ୍ଟର ଦାୟିତ୍ୱ ନେଇଥିଲେ । ନେତାଜୀ ସୁଭାଷ ବୋଷ ତାଙ୍କ ଧୀଶକ୍ତି, ସାହସିକ ନେତୃତ୍ୱ ଓ କର୍ତ୍ତବ୍ୟନିଷ୍ଠା ଗୁଣକୁ ଦେଖି ତାଙ୍କୁ ଅଗ୍ନିକନ୍ୟା ଭାବରେ ଅଭିହିତ କରିଥିଲେ । ମାତ୍ର ୨୬ ବର୍ଷ ବୟସରେ ସିଙ୍ଗାପୁର ଯାତ୍ରା କଲାପରେ ୧୯୪୪ ମସିହା ଡିସେମ୍ବର ମାସରେ ବର୍ମାକୁ ଯାତ୍ରା କରିଥିଲେ ଓ ୧୯୪୫ରୁ ୧୯୪୬ ପର୍ଯ୍ୟନ୍ତ ବ୍ରିଟିଶ ସେନା ବର୍ମାର ଅନ୍ଧକାରପୂର୍ଣ୍ଣ ଜଙ୍ଗଲରେ ଗୃହବନ୍ଦୀ କରି ରଖିଥିଲେ। ୧୯୪୬ରେ ବର୍ମା ବ୍ରିଟିଶ ସେନା ହାତରେ ସେ ଧରାପଡ଼ିଥିଲେ । ବ୍ରିଟିଶ ଫୌଜତାଙ୍କୁ ଗିରଫ କରି ନେଇଥିଲେ ଏବଂ ତାଙ୍କ ସଂଘର୍ଷ ସେହିଠାରେ ବନ୍ଦ ହୋଇଯାଇଥିଲା । ପରେ ତାଙ୍କୁ ଭାରତ ଅଣାଯାଇଥିଲା ।
ଭାରତ ସ୍ୱାଧୀନତା ପାଇବା ବର୍ଷ ୧୯୪୭ ମାର୍ଚ୍ଚ ମାସରେ ନେତାଜୀଙ୍କର ଅନ୍ୟତମ ବିଶିଷ୍ଟ ସହଯୋଗୀ ଯୋଦ୍ଧା କର୍ଣ୍ଣେଲ ପ୍ରେମକୁମାରଙ୍କ ସହିତ ପାଣି ଗ୍ରହଣ କରିଥିଲେ । ବିବାହ ପରେ ପତି-ପତ୍ନୀ କାନପୁରରେ ରହିଥିଲେ । ତାଙ୍କର ଦୁଇ କନ୍ୟା ମଧ୍ୟରୁ ପ୍ରଥମ ସଭାଶିନୀ ଆଲି ଓ ଅନିଶାପୁରୀ । ତା' ପରେ ଦେଶ ସ୍ୱାଧୀନ ହେଲା କିନ୍ତୁ ସେତିକରେ ସେ ସନ୍ତୁଷ୍ଟ ହୋଇ ରହିଯାଇ ନଥିଲେ । ସେ ସାମାଜକି ପରିବର୍ତ୍ତନ ଚାହୁ ଥିଲେ । କାନପରୁଠାରେ ରହି ଡାକ୍ତରୀ ଚିକିତ୍ସା କଲାବେଳେ ଦରିଦ୍ର, ଅସହାୟ ଲୋକଙ୍କ ଚିକିତ୍ସାରେ ସେ ମଗ୍ନ ଥିଲେ । ଦେଶ ବିଭାଜନ ପରେ ପାକିସ୍ତାନରୁ ଆସୁଥିବା ଶରଣାର୍ଥୀଙ୍କ ମଧ୍ୟରୁ ବେଶ କିଛି ଲୋକ କାନପୁରକୁ ମଧ୍ୟ ଆସିଥିଲେ । ସେ ସେମାନଙ୍କ ଦାୟିତ୍ୱ ବୁଝିବାସହିତ ସ୍ଥାନୀୟ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଦ୍ଭାବ ରକ୍ଷା କରିବା ପାଇଁ ପ୍ରଯତ୍ନ କରିଥିଲେ । ତାଙ୍କ ଜୀବନରେ ମାର୍କିନ ଲେଖକ ଏଡ଼ଗାର ସ୍ନୋଙ୍କ ଲିଖିତ ପୁସ୍ତକ ରେଡ଼ଷ୍ଟାର ଓଭର ଚାଇନା ତାଙ୍କୁ କମ୍ୟୁନିଷ୍ଟ ଆଦର୍ଶ ଆଡ଼କୁ ଆକୃଷ୍ଟ କରିଥିଲା ।୧୯୭୧ରେ ସେ ସିପିଆଇ (ଏମ୍)ରେ ଯୋଗ ଦେଇ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ବାଂଲାଦେଶ ଯଦ୍ଧୁ ବେଳେ ସେ କଲିକତାଠାରେ ଏକ ରିଲିଫ ଓ ମେଡ଼ିକାଲ କ୍ୟାମ୍ପ ପ୍ରତିଷ୍ଠା କରିଥିଲେ । ବାଂଲାଦେଶ ଯୁଦ୍ଧ ଭୟରେ ଭାରତକୁ ପଳାଇ ଆସୁଥିବା ବ୍ୟକ୍ତିଙ୍କ ସହାୟତା ଦିଗରେ ଏହି ଶିବିର କାମ କରୁଥିଲା । ଏହା ପରେ ସେ ସିପିଏମରେ ସଦସ୍ୟ ହୋଇ ରାଜନୈତିକ କାର୍ଯ୍ୟକ୍ରମରେ ସଂପୃକ୍ତ ହୋଇଥିଲେ । ମହିଳାମାନଙ୍କ ଅଧୀକାର ପାଇଁ ସେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସଂଗଠନ ସ୍ଥାପନରେ ବିଶେଷ ଭୂମିକା ଗ୍ରହଣକରିଥିଲେ । ସାଂପ୍ରଦାୟିକ ସଦ୍ଭାବ ନଷ୍ଟ କରିବା ପାଇଁ ଉଦ୍ୟମ ତାଙ୍କୁ ବହୁତ ବିଚଳିତ କରିଥିଲା । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଶିଖ ବିରୋଧୀ ଦଙ୍ଗା ବ୍ୟାପିଥିବା ବେଳେ ତାଙ୍କର ସାହସିକ ପଦକ୍ଷେପ ଯୋଗୁଁ କାନପୁରରେ ଜଣେ ମଧ୍ୟ ଶିଖମାନଙ୍କ ଉପରେ ଆକ୍ରମଣ ହୋଇନଥିଲା । ଭୋପାଳ ଗ୍ୟାସ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କାର୍ଯ୍ୟରେ ସେ ସାମିଲ ହୋଇଥିଲେ ।
ଶେଷ ଜୀବନ
ସମ୍ପାଦନାଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବାଲ୍ୟ ବିବାହ ଉଚ୍ଛେଦ, ଯୌତୁକ ବ୍ୟାଧି ବିପକ୍ଷ ଓ ଦଳିତଙ୍କୁ ମନ୍ଦିର ପ୍ରବେଶ ପାଇଁ ସେ ନିଜ ସଂଗ୍ରାମ ଜାରି ରଖିଥିଲେ । ଦେଶର ସକରାତ୍ମକ ପରିବର୍ତ୍ତନ ପାଇଁ ସେ ମହିଳା, ଶ୍ରମିକ, ଖଟିଖିଆ ଦିନ ମଜୁରିଆ ତଥା ଗରିବ ଚାଷୀଙ୍କ ପାଇଁ ସବୁବେଳେ ସ୍ୱର ଉତ୍ତୋଳନକରିଥିଲେ । ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ସେ ପ୍ରତିଷ୍ଠାତା ସଦସ୍ୟା ଥିଲେ । ୨୦୦୨ ମସିହାରେ ସେ ବାମଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ । ମାତ୍ର ନିର୍ବାଚନରେ ଏ ପି ଜେ ଅବଦୁଲ କାଲାମଙ୍କଠାରୁ ପରାଜିତ ହେଲେ।[୪] ଲକ୍ଷ୍ମୀ ସେହଗଲଙ୍କ ପେଶା ଡ଼ାକ୍ତରୀବିଦ୍ୟା ଥିଲେ ମଧ୍ୟ ପିଲାଦିନୁ ଦେଶ ପାଇଁ କାର୍ଯ୍ୟ କରିବା ତାଙ୍କ ମନରେ ଜାଗ୍ରତ ହୋଇଥିଲା । ଆଜାଦ ହିନ୍ଦ ଫୌଜର ଝାନସୀ ରାଣୀ ରେଜିମେଣ୍ଟର ନେତୃତ୍ୱ ନେଇଥିବା କାରଣରୁ ତାଙ୍କୁ ବିପ୍ଳବନି ବହ୍ନୀକନ୍ୟା ଭାବେ ଏ ଦେଶରେ ସେ ପରିଚିତ । ଲକ୍ଷ୍ମୀ ସେହଗଲଙ୍କର ୨୩ ଜୁଲାଇ ୨୦୧୨ ତାରିଖ ସୋମବାର ଦିନ ପୂର୍ବାହ୍ନ ୧୧ ଟା ୨୦ ମିନିଟ ସମୟରେ ହୃଦଘାତରେ ୯୭ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୫][୬]
ସମ୍ମାନ
ସମ୍ପାଦନା୧୯୯୮ ମସିହାରେ ଭାରତର ରାଷ୍ଟ୍ରପତି କେ. ଆର. ନାରାୟଣନଙ୍କଦ୍ୱାରା ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଆଧାର
ସମ୍ପାଦନା- ↑ PTI (2012-07-23). "Exemplary life: Capt Lakshmi Sehgal met patients till the end". The Hindu. Retrieved 2014-03-31.
- ↑ "Capt Lakshmi Sehgal, chief of INA women's regiment, passes away at 97". The Telegraph. Calcutta, India. 23 July 2012. Retrieved 23 July 2012.
- ↑ ୩.୦ ୩.୧ Menon, Parvathi (23 July 2012). "Captain Lakshmi Sahgal (1914 - 2012) - A life of struggle". The Hindu. Chennai, India. Retrieved 23 July 2012.
- ↑ "Freedom fighter Captain Lakshmi Sehgal dead". Deccan Chronicle. 23 July 2012. Archived from the original on 24 September 2015. Retrieved 23 July 2012.
- ↑ "End of an era: Captain Lakshmi Sehgal passes away".[permanent dead link]
- ↑ "Captain Lakshmi Sahgal passes away". The Times Of India. 23 July 2012.
ବାହାର ତଥ୍ୟ
ସମ୍ପାଦନା- Lakshmi Sehgal: A life of struggle and sacrifice - by Sambhavika Sharma
- Rediff interview 2002
- The Pioneers: The Pioneers: Dr. Lakshmi Sehgal
- Indian Express Interview: Despite differences, India is one: Captain Laxmi Sehgal
- Freedom fighter Captain Lakshmi Sahgal dies, NDTV
- Captain Lakshmi, The Economist, 4 Aug 2012