ଲକ୍ଷ୍ମୀପ୍ରସାଦ ମିଶ୍ର

ଓଡ଼ିଆ ରାଜନୀତିଜ୍ଞ

ଲକ୍ଷ୍ମୀପ୍ରସାଦ ମିଶ୍ର (୨୫ ଡିସେମ୍ବର ୧୯୨୫ - ୩ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଓ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଲକ୍ଷ୍ମୀପ୍ରସାଦ ମିଶ୍ର
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଭିକାରୀ ଘାସି
ପର ଅଧିକାରୀବନମାଳି ବାବୁ
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-12-25)୨୫ ଡିସେମ୍ବର ୧୯୨୫
ମୃତ୍ୟୁ୩ ଅଗଷ୍ଟ ୨୦୦୪(2004-08-03) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀଶାନ୍ତି ମିଶ୍ର
ବାପା/ବୋଉଭବାନୀ ଶଙ୍କର ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଲକ୍ଷ୍ମୀପ୍ରସାଦ ୧୯୨୫ ମସିହାର ଡିସେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭବାନୀ ଶଙ୍କର ମିଶ୍ର ଓ ପତ୍ନୀଙ୍କ ନାମ ଶାନ୍ତି ମିଶ୍ର । ସେ ଓକିଲାତି ପଢ଼ିଥିଲେ ।[୨]

ରାଜନୈତିକ ଜୀବନ ସମ୍ପାଦନା

ଲକ୍ଷ୍ମୀପ୍ରସାଦ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସେ ୧୯୫୯ ମସିହାରୁ ୧୯୬୧ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ ସମ୍ପାଦନା

ଲକ୍ଷ୍ମୀପ୍ରସାଦ ୨୦୦୪ ମସିହାର ଅଗଷ୍ଟ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ "Shri Lakshmiprasad Misra". odishaassembly.nic.in. Odisha Assembly. Retrieved 29 August 2020.