ଲକ୍ଷ୍ମୀନାରାୟଣ ସାହୁ
ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦ - ୧୮ ଜାନୁଆରୀ ୧୯୬୩)[୧] ଜଣେ ଓଡ଼ିଆ ଲେଖକ, କବି, ସାମ୍ବାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ [୨][୩]।
ବାଲେଶ୍ୱର ନିକଟସ୍ଥ ମଣିଖମ୍ବ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ [୩]। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ [୨]। ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । [୩]। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ୱର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ [୪]।
ଲକ୍ଷ୍ମୀନାରାୟଣ ସାହୁ | |
---|---|
ଜନ୍ମ | ମଣିଖମ୍ବ, ବାଲେଶ୍ୱର | ୩ ଅକ୍ଟୋବର ୧୮୯୦
ମୃତ୍ୟୁ | ୧୮ ଜାନୁଆରୀ ୧୯୬୩ | (ବୟସ ୭୨)
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷକତା |
ପିତାମାତା | କ୍ଷେତ୍ରମୋହନ ସାହୁ |
ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ୱ ନିମନ୍ତେ କାମ କରିଥିଲେ [୫]। ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଲେଖୁଥିଲେ [୩]। ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।
ସେ ଓଡ଼ିଶା ଆସେମ୍ବ୍ଲିକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର କନ୍ସ୍ଟିଚୁଏଣ୍ଟ ଆସେମ୍ବ୍ଲିର ସେ ସଭ୍ୟ ଥିଲେ [୨][୬]। ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ୱାରା ଭାରତର ସମ୍ବିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ ବି. ଆର୍. ଆମ୍ବେଦକର ମଧ୍ୟ ମାନିଥିଲେ [୭]।
ମାନବ ସେବାକୁ ସେ ନିଜର ବଞ୍ଚିବାର ମାଧ୍ୟମ ବୋଲି ଗ୍ରହଣ କରି ନେଇଥିଲେ । ଛାତ୍ରାବସ୍ଥାରୁ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସମାଜ ସଂସ୍କାର କ୍ଷେତ୍ରରେ ବହୁ କାର୍ଯ୍ୟ କରିଥିଲେ । ପଇତାକୁ ଏପରି ବାଖ୍ୟା କରିଥିଲେ ଯେ : "ପଇତାର ଛଅ ଖିଅ, ଛଅଟି ଗୁଣର ପ୍ରତୀକ । ତାହା ହେଲା ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନା, ଦାନ ଓ ପ୍ରତିଗ୍ରାହ । ଯାହାର ଏହି ଗୁଣ ଥିବ, ସେ ପଇତା ପକେଇ ପାରିବ ।"
ସନ ୧୯୫୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।
କଟକସ୍ଥିତ ଜଗତପୁରରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି [୮]।
ରଚନାବଳୀ
ସମ୍ପାଦନାଗ୍ରନ୍ଥ
ସମ୍ପାଦନା- ମୁଁ ଓଡ଼ିଆ
- ମା
- ସାଙ୍ଗସାଥୀ
- ଲାଇବ୍ରେରୀ ଆନ୍ଦୋଳନ
ଗଳ୍ପ
ସମ୍ପାଦନା- ବୀଣା
- ସୁଲତା
- କଣ୍ଟ୍ରୋଲ ରୁମ୍
- ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍
କବିତା
ସମ୍ପାଦନା- ପଶର
- ୧୯୬୧ କବିତା
ଉପନ୍ୟାସ
ସମ୍ପାଦନା- ବୀଣା
ଆତ୍ମଚରିତ
ସମ୍ପାଦନା- ମୋ ବାରବୁଲା ଜୀବନ[୯]
ଅନ୍ୟାନ୍ୟ
ସମ୍ପାଦନା- ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ ବଳ, ସରୋଜ. "ଲକ୍ଷ୍ମୀନାରାୟଣ ସାହୁ". odishasambad.in. Retrieved 7 February 2021.
- ↑ ୨.୦ ୨.୧ ୨.୨ Eminent Indians who was who, 1900-1980, also annual diary of events. 1985. p. 286.
- ↑ ୩.୦ ୩.୧ ୩.୨ ୩.୩ Laxminarayan Sahu Balasore Official Website
- ↑ Midwest folklore , Volumes 10-11. Indiana University. 1960. p. 191.
- ↑ Six acres and a half: Oriya novel: Chhamana atha guntha. Ministry of Information and Broadcasting, Govt. of India. 1967. p. 5.
- ↑ "Debates of The Constituent Assembly of India". 164.100.47.132. Retrieved 2012-06-19.
- ↑ "It is Time for Indian Patriotic Intelligentsia to Wake up « Orissa Matters". Orissamatters.com. 2011-06-06. Retrieved 2012-06-19.
- ↑ "Lakshmi Narayan Sahu Mahavidyalaya". Lnsmahavidyalaya.org. 2009-03-08. Archived from the original on 2011-09-10. Retrieved 2012-06-19.
- ↑ "ମୋର ଆସାମ ଭ୍ରମଣ" (PDF). www.oerp.in/SiteHome.aspx. Odisha Education Resource Portal. Archived from the original (PDF) on 29 August 2020. Retrieved 29 August 2020.
- ↑ "ଜନ ସେବକ 'ଲକ୍ଷ୍ମୀନାରାୟଣ'". ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 18 January 2016.[permanent dead link]