ଲକ୍ଷ୍ମୀଧର ଜେନା

ଓଡ଼ିଆ ରାଜନୀତିଜ୍ଞ

ଲକ୍ଷ୍ମୀଧର ଜେନା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଲକ୍ଷ୍ମୀଧର ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନତା ପରେ ଭାରତରେ ଅନୁଷ୍ଠିତ ପ୍ରଥମେ ଭାରତୀୟ ସାଧାରଣ ନିର୍ବାଚନରେ ସେ ଯାଜପୁର-କେନ୍ଦୁଝର ଯୁଗ୍ମ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଲକ୍ଷ୍ମୀଧର ଜେନା
ସାଂସଦ: ୧ମ ଲୋକ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ ସମ୍ପାଦନା

ଲକ୍ଷ୍ମୀଧର ଜେନା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ସ୍ୱାଧୀନ ଭାରତର ପ୍ରଥମ ଲୋକ ସଭାରେ ସେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।

ଆଧାର ସମ୍ପାଦନା

  1. ନାୟକ, ଉଦ୍ଧବ ଚରଣ. ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. 98. Retrieved 27 November 2019.