ଲକ୍ଷ୍ମଣ ମାଝି
ଓଡ଼ିଆ ରାଜନୀତିଜ୍ଞ
(ଲକ୍ଷ୍ମଣ ମାଝୀରୁ ଲେଉଟି ଆସିଛି)
ଲକ୍ଷ୍ମଣ ମାଝି (ଜନ୍ମ: ୧୨ ମଇ ୧୯୪୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ଲକ୍ଷ୍ମଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୧]
ଲକ୍ଷ୍ମଣ ମାଝି | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ଚୈତନ୍ୟ ପ୍ରସାଦ ମାଝି |
ପର ଅଧିକାରୀ | ଦ୍ରୌପଦୀ ମୁର୍ମୁ |
ନିର୍ବାଚନ ମଣ୍ଡଳୀ | ରାଇରଙ୍ଗପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ମଇ ୧୯୪୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ନୀଳିମା ମୁର୍ମୁ |
ବାପା/ବୋଉ | ପ୍ରଧାନ ମାଝି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଲକ୍ଷ୍ମଣ ମାଝି ୧୯୪୬ ମସିହାର ମଇ ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଧାନ ମାଝି ଏବଂ ପତ୍ନୀଙ୍କ ନାମ ନୀଳିମା ମୁର୍ମୁ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
ସମ୍ପାଦନାଲକ୍ଷ୍ମଣ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Shri Laxman Majhi". odishaassembly.nic.in. Odisha Assembly. Retrieved 24 October 2019.