ଲକ୍ଷ୍ମଣ ଗୌଡ଼

ଓଡ଼ିଆ ରାଜନେତା

ଲକ୍ଷ୍ମଣ ଗୌଡ଼ (ମୃତ୍ୟୁ: ୨୭ ଅପ୍ରେଲ ୧୯୭୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଡ଼ୁଆମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲକ୍ଷ୍ମଣ ଗୌଡ଼
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଗଣେଶ୍ୱର ମହାପାତ୍ର
ପର ଅଧିକାରୀଗଣେଶ୍ୱର ମହାପାତ୍ର
ନିର୍ବାଚନ ମଣ୍ଡଳୀପାଡ଼ୁଆ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀମାଡକାମୀ ଗୁରୁ
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୭ ଅପ୍ରେଲ ୧୯୭୯(୧୯୭୯-୦୪-୨୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀରମାମଣି ନାୟକ
ବାପା/ବୋଉବଳରାମ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଲକ୍ଷ୍ମଣ ଗୌଡ଼ଙ୍କ ବାପାଙ୍କ ନାମ ବଳରାମ ନାୟକ ଓ ପତ୍ନୀଙ୍କ ନାମ ରମାମଣି ନାୟକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଲକ୍ଷ୍ମଣ ଗୌଡ଼ ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସରେ ଏବଂ ପରେ ଜନତା ପାର୍ଟି ଓ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଲକ୍ଷ୍ମଣ ଗୌଡ଼ ୧୯୭୯ ମସିହାର ଅପ୍ରେଲ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Laxman Gouda". odishaassembly.nic.in. Odisha Assembly. Retrieved 23 April 2022.