ରେବା ରାୟ
ରେବା ରାୟ (୧୮୭୬ ଆଷାଢ - ୭ ଅଗଷ୍ଟ ୧୯୫୭)[୧] ଜଣେ ଓଡ଼ିଆ ଲେଖିକା,ସମ୍ପାଦିକା, ପ୍ରାବନ୍ଧିକା, ଶିକ୍ଷାବିତ୍ ଓ ସମାଜ ସଂସ୍କାରିକା ଥିଲେ ।
ଜନ୍ମ ଓ ଜନ୍ମସ୍ଥାନ | ୧୮୭୬ କଟକ, ଓଡ଼ିଶା |
---|---|
ମୃତ୍ୟୁ | ୭ ଅଗଷ୍ଟ ୧୯୫୭ |
ବୃତ୍ତି | ପ୍ରାବନ୍ଧିକା, ସ୍ୱାଧୀନତା ସଂଗ୍ରାମୀ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟର ଆନ୍ଦୋଳନ | କୁସଂସ୍କାର ବିରୋଧ, ନାରୀ ଶିକ୍ଷା |
ସାହିତ୍ୟ କୃତି | ଅଞ୍ଜଳି (କବିତା) ଶକୁନ୍ତଳା (କ୍ଷୁଦ୍ରଗଳ୍ପ) |
ଜୀବନସାଥୀ | ସାଧୁଚରଣ ରାୟ |
ସମ୍ପର୍କୀୟ | ଭକ୍ତକବି ମଧୁସୂଦନ ରାଓ (ବଡ଼ ବାପା) |
ପରିବାର
ସମ୍ପାଦନାସେ ଭକ୍ତକବି ମଧୁସୂଦନ ରାଓଙ୍କ ଝିଆରୀ ଓ ଯାଜପୁର ନିବାସୀ ସାଧୁଚରଣ ରାୟଙ୍କ ପତ୍ନୀ ।[୨]
ଓଡ଼ିଆ ସାହିତ୍ୟରେ ଭୂମିକା
ସମ୍ପାଦନାଓଡ଼ିଆ ଭାଷାରେ ପ୍ରଥମ ଗଳ୍ପ ଲେଖିକା ହେଉଛଂତି ରେବା ରାୟ । ତାଙ୍କ ଲିଖିତ "ଶକୁନ୍ତଳା" ଗଳ୍ପ (୧୯୦୦ ଖ୍ରୀଷ୍ଟାବ୍ଦ) ହେଉଛି ଓଡ଼ିଆରେ ଲିଖିତ ପ୍ରଥମ ନାରୀ ଲେଖିକାଙ୍କ ଗଳ୍ପ[୩] । ଗଳ୍ପ ଗବେଷିକା ଡକ୍ଟର କବିତା ବାରିକଙ୍କ ଭାଷାରେ ଗଭୀର ତାତ୍ତ୍ୱିକତା ଓ ଅସ୍ତିତ୍ୱବାଦ ସହ ଅନ୍ୱେଷଣାତ୍ମକ ଦୃଷ୍ଟିର ସମ୍ମିଶ୍ରଣ ରେବା ରାୟଙ୍କ ସର୍ଜ୍ଜନାତ୍ମକ ବିଶେଷତ୍ୱ ଥିଲା ।
ପ୍ରକାଶିତ ପୁସ୍ତକ
ସମ୍ପାଦନା- ଅଞ୍ଜଳି (ଚାଳିଶିଟି କବିତାର ସଙ୍କଳନ - ୧୯୦୩)
- ଶକୁନ୍ତଳା - ଗଳ୍ପ ସଂକଳନ (୧୯୦୪)
ସମ୍ପାଦନା
ସମ୍ପାଦନାରେବା ପ୍ରଥମ ନାରୀ ପତ୍ରିକା ଆଶା[୪] ଓ ପ୍ରଥମ ଶିଶୁ ସାହିତ୍ୟ ପତ୍ରିକା[୫] ପ୍ରଭାତ (୧୯୦୯)ର [୬] ସମ୍ପାଦିକା ଥିଲେ ।
ରେବା ରାୟ ଓଡ଼ିଆରେ ପ୍ରଥମ କରି ନାରୀ ଲେଖିକାମାନଙ୍କର ଲେଖାରେ ନୂଆ ବିପ୍ଳବ ଆଣିଥିଲେ ଯାହା ତାଙ୍କ ପରର ଲେଖିକାମାନଙ୍କୁ ଅଧିକ ଓଡ଼ିଆ ସାହିତ୍ୟ ତିଆରି କରିବାକୁ ପ୍ରେରଣା ଦେଇଥିଲା ।[୧] ।
ଗଳ୍ପ ଗବେଷିକା ଡକ୍ଟର କବିତା ବାରିକଙ୍କ ଭାଷାରେ ଗଭୀର ତାତ୍ତ୍ୱିକତା ଓ ଅସ୍ତିତ୍ୱବାଦ ସହ ଅନ୍ୱେଷଣାତ୍ମକ ଦୃଷ୍ଟିର ସମ୍ମିଶ୍ରଣ ରେବା ରାୟଙ୍କ ସର୍ଜ୍ଜନାତ୍ମକ ବିଶେଷତ୍ୱ ଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ Sachidananda Mohanty (2005). Early Women's Writings in Orissa, 1898-1950: A Lost Tradition. SAGE Publications. pp. 85–. ISBN 978-0-7619-3308-3.
- ↑ Malashri Lal; Shormishtha Panja; Sumanyu Satpathy (1 January 2004). Signifying the Self: Women and Literature. Macmillan India. pp. 54–. ISBN 978-1-4039-2405-6.
- ↑ ବାରିକ, ଡକ୍ଟର କବିତା (2018). ଓଡ଼ିଆ ଲେଖିକାଙ୍କ ଗଳ୍ପ (ପ୍ରଥମ ed.). ବସନ୍ତକୁଞ, ନୂଆ ଦିଲ୍ଲୀ- ୧୧୦୦୭୦: National Book Trust of India. pp. viii, ୩୯୭. ISBN 978-81-237-8196-9.
{{cite book}}
: CS1 maint: location (link) - ↑ ରାୟ, ସାଧୁଚରଣ (1896). ଭାବନା (ପ୍ରଥମ ed.). କଟକ (ଅରୁଣୋଦୟ ପ୍ରେସ): ସାଧୁଚରଣ ରାୟ. p. i. Retrieved 13 January 2019.
- ↑ "It's a tough job to run an Oriya children's magazine". The New Indian Express. Retrieved 11 June 2016.[permanent dead link]
- ↑ Welcome Orissa[permanent dead link]