ରୁମିନେସନ ସିଣ୍ଡ୍ରୋମ
ରୁମିନେସନ ସିଣ୍ଡ୍ରୋମ ହେଉଛି ଏକ ବ୍ୟାଧି ଯେଉଁଥିରେ ଖାଇବା ପରେ ଅଧିକାଂଶ ଖାଦ୍ୟ ସ୍ୱତଃ ବାହାରକୁ ବାହାରିଆସେ ।[୧] ସାଧାରଣତଃ ବାନ୍ତି ଅନୁଭବ, ସାମାନ୍ୟ ଅଇ ହୁଏ ଏବଂ ଖାଦ୍ୟ ହଜମ ହୁଏନି ।[୧] ଖାଇବା ପରେ ତୁରନ୍ତ କିଛି ପେଟରେ ବେଆରାମ ହୋଇପାରେ ।[୧] ଏହା ପ୍ରକୃତରେ ସ୍ୱଭାବତଃ ଦୀର୍ଘକାଳୀନ ଅଟେ ।[୧] ରୋଗ ଜଟିଳ ହେଲେ କୁପୋଷଣ, ଓଜନ ହ୍ରାସ, ଇଲେକ୍ଟ୍ରୋଲାଇଟ୍ ସମସ୍ୟା, ଏନାମେଲ୍ ଭାଙ୍ଗିବା ଏବଂ ଖରାପ ନିଶ୍ୱାସ ହୋଇପାରେ ।[୧]
Rumination syndrome | |
---|---|
Merycism | |
ବିଭାଗ | Gastroenterology |
ଲକ୍ଷଣ | Regurgitation of most meals following eating[୧] |
ଅବଧି | Long-term[୧] |
କାରଣ | Unknown[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms; esophageal motility study[୧] |
ସଠିକ ରୋଗ ନିର୍ଣ୍ଣୟ | GERD, achalasia, gastroparesis, bulimia, gastric outlet obstruction[୧] |
ଚିକିତ୍ସା | Reassurance, biofeedback, diaphragmatic breathing[୧] |
ପୁନଃପୌନିକ | 0.8% of people[୨] |
ଏହାର କାରଣ ଜଣା ପଡିନାହିଁ। [୨] ମାନସିକ ଚାପ କିମ୍ବା ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ପରି ରୋଗ ଏହାକୁ ଟ୍ରିଗର କରୁଥିବା ହୋଇପାରେ । [୧] ଅନ୍ତର୍ନିହିତ ପ୍ରଣାଳୀରେ ପେଟର ଚାରିପାଖରେ ଥିବା ମାଂସପେଶୀର ଅବଚେତନ ସଂକୋଚନ ସହିତ ନିମ୍ନ ଗ୍ରାସନଳୀ ସ୍ପିଙ୍କ୍ଟର ଆରାମ ସହିତ ଜଡିତ ଥାଏ ।[୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ ସାଧାରଣତ ଲକ୍ଷଣ ଉପରେ ଆଧାରିତ; ଅସ୍ପଷ୍ଟ କ୍ଷେତ୍ରରେ ଏକ ଏସୋଫେଜିଆଲ ମୋଟିଲିଟି ଅଧ୍ୟୟନ କରାଯାଇପାରେ ।[୧] [୩] ସମାନ ଦେଖାଯାଉଥିବା ଅନ୍ୟାନ୍ୟ ରୋଗ ଯଥାକ୍ରମେ
ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ,
ଏସୋଫେଜିଆଲ ଆଚାଲାସିଆ, ଗ୍ୟାଷ୍ଟ୍ରୋପାରେସିସ ଓ ବୁଲିମିଆ ନର୍ଭୋସା ହୋଇପାରେ । [୧]
ଅଧିକାଂଶ ଲୋକଙ୍କ ଚିକିତ୍ସା ପ୍ରଭାବଶାଳୀ ହୁଏ । [୧] ସାଧାରଣତଃ ବାୟୋଫିଡବ୍ୟାକ୍ ଏବଂ ଡାଇଫ୍ରାଗମେଟିକ୍ ଶ୍ୱାସକ୍ରିୟା ମାପ କରାଯାଏ ।[୧] ରୋଗୀକୁ ଶିକ୍ଷା ଏବଂ ଆଶ୍ୱାସନା ଦେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।[୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ବାକ୍ଲୋଫେନ୍ କିମ୍ବା ନିସେନଫଣ୍ଡୋପ୍ଲିକେସନ କରାଯାଇପାରେ, କିନ୍ତୁ ଏଗୁଡିକ କମ୍ ପସନ୍ଦ କରାଯାଏ ।[୧] ଯେଉଁମାନେ ପୁଷ୍ଟିହୀନ ଅଟନ୍ତି ସେମାନଙ୍କ ମଧ୍ୟରେ ନାସା-ପାକସ୍ଥଳୀ ନଳୀରେ ଖାଦ୍ୟ ଦିଆଯାଏ ।[୧]
ରୁମିନେସନ ସିଣ୍ଡ୍ରୋମ ଏକ ସାଧାରଣ କଥା ଯାହା ପ୍ରାୟ ୦.୮% ଲୋକଙ୍କୁ ପ୍ରଭାବିତ କରିଥାଏ ।[୨] [୪] ଫାଇବ୍ରୋମ୍ୟାଲ୍ଜିଆ କିମ୍ବା ଖାଇବା ବ୍ୟାଧି ଥିବା ଲୋକଙ୍କ ମଧ୍ୟରୁ ୧୦% ପ୍ରଭାବିତ ହୋଇପାରନ୍ତି ।[୨] ପିଲାମାନଙ୍କ ମଧ୍ୟରେ ପୁଅଙ୍କ ଅପେକ୍ଷା ଝିଅମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] [୨] ଏହି ଅବସ୍ଥା ପ୍ରଥମେ ୧୬୧୮ ମସିହାରେ ବର୍ଣ୍ଣନା କରାଯାଇଥିଲା | [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Sasegbon, Ayodele; Hasan, Syed Shariq; Disney, Benjamin R; Vasant, Dipesh Harshvadan (September 2022). "Rumination syndrome: pathophysiology, diagnosis and practical management". Frontline Gastroenterology. 13 (5): 440–446. doi:10.1136/flgastro-2021-101856. PMID 36046491.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Rumination Syndrome". Guts UK. Archived from the original on 29 May 2023. Retrieved 25 June 2023.
- ↑ Alcala-Gonzalez, LG; Serra, X; Barba, E (February 2022). "Rumination syndrome: Critical review". Gastroenterologia y hepatologia. 45 (2): 155–163. doi:10.1016/j.gastrohep.2021.03.013. PMID 34023479.
- ↑ Halland, M; Pandolfino, J; Barba, E (October 2018). "Diagnosis and Treatment of Rumination Syndrome". Clinical gastroenterology and hepatology : the official clinical practice journal of the American Gastroenterological Association. 16 (10): 1549–1555. doi:10.1016/j.cgh.2018.05.049. PMID 29902642.