ଏସୋଫେଜିଆଲ ଆଚାଲାସିଆ

ଏହି ରୋଗରେ ଗ୍ରାସନଳୀ ନିମ୍ନ ଭାଗରେ ଥିବା ସ୍ମୁଥ ମାଂସପେଶୀର ସଙ୍କୋଚକ ବା ସ୍ଫିଙ୍କଟର ଖୋଲିବାରେ ବିଫଳ ହୁଏ ।

ଏସୋଫେଜିଆଲ ଆଚାଲାସିଆ (ଇଂରାଜୀ ଭାଷାରେ Esophageal achalasia), ଯାହାକୁ ସାଧାରଣତଃ କେବଳ ଆଚାଲାସିଆ କୁହାଯାଏ, ରୋଗରେ ଗ୍ରାସନଳୀ ନିମ୍ନ ଭାଗରେ ଥିବା ସ୍ମୁଥ ମାଂସପେଶୀର ସଙ୍କୋଚକ ବା ସ୍ଫିଙ୍କଟର ଖୋଲିବାରେ ବିଫଳ ହୁଏ ।।[] ଏହାର ଲକ୍ଷଣ ମଧ୍ୟରେ ଗିଳିବାରେ ଅସୁବିଧା, ରିଗର୍ଜିଟେସନ ବା ଗିଳିବା ଖାଦ୍ୟ ବାହାରି ଆସିବା ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[] ଆରମ୍ଭ ସାଧାରଣତଃ ଧୀରେ ଧୀରେ ହୋଇଥାଏ ।[] ରୋଗ ଜଟିଳ ହେଲେ ଓଜନ ହ୍ରାସ, ଆସ୍ପିରେସନ ନିମୋନିଆ ଏବଂ ଗ୍ରାସନଳୀ କର୍କଟ ହୋଇପାରେ ।[] []

Esophageal achalasia
Cardiospasm,[] esophageal aperistalsis,[] megaesophagus,[] achalasia cardiae, achalasia
A chest X-ray showing achalasia (arrows point to the outline of the massively dilated esophagus)
ଉଚ୍ଚାରଣ
ବିଭାଗThoracic surgery, general surgery
ଲକ୍ଷଣDifficulty swallowing, regurgitation, chest pain[]
ଆକ୍ରାନ୍ତ ସମୟ25 to 60 yrs old[]
କାରଣUnknown, Chagas disease, Down's, triple-A syndrome, achalasia microcephaly[][][]
ରୋଗ ନିର୍ଣ୍ଣୟ ପଦ୍ଧତିManometry, barium swallow, endoscopy[]
ସଠିକ ରୋଗ ନିର୍ଣ୍ଣୟGERD, esophageal cancer[][]
ଚିକିତ୍ସାMedications (nifedipine, botox), esophageal dilatation, surgery[]
ପୁନଃପୌନିକ2.5 per 100,000[]

ସାଧାରଣତଃ ଏହାର କାରଣ ଜଣା ପଡ଼ିନାହିଁ; [] ଯଦିଓ ଚାଗାସ୍ ରୋଗ, ଡାଉନ ସିଣ୍ଡ୍ରୋମ, ଟ୍ରିପଲ୍-ଏ ସିଣ୍ଡ୍ରୋମ କିମ୍ବା ଆଚାଲାସିଆ ମାଇକ୍ରୋସେଫାଲୀ ରୋଗ ହେତୁ କେତେକ ଘଟଣା ଘଟିଥାଏ ।[] [] ପରିବାର ମଧ୍ୟରେ ଏହି ରୋଗ କିଛି ହୋଇପାରେ ।[] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଏସୋଫେଗସ ସ୍ନାୟୁର ବିଫଳତା ଯୋଗୁ ହୁଏ ଯାହା ଦ୍ୱାରା ଏସୋଫାଗସର ଅସ୍ୱାଭାବିକ ସଂକୋଚନ ହୁଏ ।[] [] ମାନୋମେଟ୍ରି, ବେରିଅମ ଗିଳିବା ଏବଂ ଏଣ୍ଡୋସ୍କୋପି ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥିତ ହୁଏ ।[] ଏହା ଏକ ଏସୋଫେଜିଆଲ ମୋଟିଲିଟି ବ୍ୟାଧି ।[]

ଅନେକ ପଦକ୍ଷେପ ଏହି ରୋଗର ସ୍ଥିତିରେ ଉନ୍ନତି ଆଣିପାରେ ।[] ବିକଳ୍ପଗୁଡ଼ିକ ମଧ୍ୟରେ ନିଫେଡିପିନ କିମ୍ବା ବୋଟୋକ୍ସ ଭଳି ଔଷଧ ଦିଆଯାଇପାରେ; ଏସୋଫେଜିଆଲ ବିସ୍ତାର ପ୍ରଣାଳୀ ଏବଂ ହେଲର୍ ମାୟୋଟୋମି କିମ୍ବା ପାଟି ମାଧ୍ୟମରେ ଏଣ୍ଡୋସ୍କୋପିକ୍ ମାୟୋଟୋମି ଅସ୍ତ୍ରୋପଚାର କରାଯାଇପାରେ ।[] [] ଅସ୍ତ୍ରୋପଚାର ପରେ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ହୋଇପାରେ ।[]

ଆଚାଲାସିଆ ସାଧାରଣତ ୧୦୦, ଲୋକଙ୍କ ମଧ୍ୟରୁ ପ୍ରାୟ ୨ରୁ ୩ ଜଣଙ୍କୁ ପ୍ରଭାବିତ କରିଥାଏ ।[] ରୋଗ ଆରମ୍ଭ ସାଧାରଣତଃ ୨୫ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥାଏ; ସାଧାରଣତ ଅଧିକାଂଶ କ୍ଷେତ୍ରରେ ୫୦ ବର୍ଷ ପାଖାପାଖି ବୟସରେ ହୋଇଥାଏ ।[] [] ପୁରୁଷ ଏବଂ ମହିଳା ସମ ଭାବରେ ପ୍ରଭାବିତ ହୁଅନ୍ତି ।[] ବ୍ରାଜିଲରେ ଚାଗାସ୍ ରୋଗ ହେତୁ ଏହି ଅବସ୍ଥା ୦.୮% ଲୋକଙ୍କୁ ପ୍ରଭାବିତ କରିପାରେ ।[] ଏହି ଶବ୍ଦଟି ଗ୍ରୀକ୍ ଭାଷାରୁ ଆସିଛି ଯାହାର ଅର୍ଥ ହେଉଛି "ଅଭାବ" ଏବଂ -ଖାଲାସିସ ଅର୍ଥାତ୍ "ଆରାମ" ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Achalasia". Archived from the original on 2022-10-12. Retrieved 2022-09-27.
  2. "ACHALASIA | Definition of ACHALASIA by Oxford Dictionary on Lexico.com also meaning of ACHALASIA". web.archive.org. 27 June 2021. Archived from the original on 27 June 2021. Retrieved 27 July 2023.
  3. ୩.୦ ୩.୧ ୩.୨ ୩.୩ ୩.୪ Schlottmann, F; Neto, RML; Herbella, FAM; Patti, MG (1 April 2018). "Esophageal Achalasia: Pathophysiology, Clinical Presentation, and Diagnostic Evaluation". The American surgeon. 84 (4): 467–472. PMID 29712590.
  4. ୪.୦ ୪.୧ Gockel HR, Schumacher J, Gockel I, Lang H, Haaf T, Nöthen MM (October 2010). "Achalasia: will genetic studies provide insights?". Human Genetics. 128 (4): 353–364. doi:10.1007/s00439-010-0874-8. PMID 20700745.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Schlottmann, F; Patti, MG (July 2018). "Esophageal achalasia: current diagnosis and treatment". Expert review of gastroenterology & hepatology. 12 (7): 711–721. doi:10.1080/17474124.2018.1481748. PMID 29804476.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ ୬.୭ "Achalasia". nhs.uk (in ଇଂରାଜୀ). 17 October 2017. Archived from the original on 30 May 2023. Retrieved 27 July 2023.
  7. Costantini, M; Salvador, R; Costantini, A (July 2022). "Esophageal Achalasia: Pros and Cons of the Treatment Options". World journal of surgery. 46 (7): 1554–1560. doi:10.1007/s00268-022-06495-z. PMID 35238987.
  8. Mari, A; Patel, K; Mahamid, M; Khoury, T; Pesce, M (28 January 2019). "Achalasia: Insights into Diagnostic and Therapeutic Advances for an Ancient Disease". Rambam Maimonides medical journal. 10 (1). doi:10.5041/RMMJ.10361. PMID 30720423.