ରୁପି (ଇଂରାଜୀ ଭାଷାରେ Dandruff) ଏକ ଚର୍ମ ରୋଗ ଯାହା କେବଳ ସ୍କାଲ୍ପରେ (scalp ଦେଖାଯାଏ ।[] ଏହି ରୋଗରେ ଚର୍ମରୁ କାତି ବାହାରେ ଓ ବେଳେ ବେଳେ ସାମାନ୍ୟ ଗଲୁ ହୁଏ ।[] ଏଥି ଯୋଗୁ ସାମାଜିକ ସମସ୍ୟା ହୁଏ ଓ ନିଜ ସ୍ୱାଭିମାନରେ (self-esteem) ବାଧା ଆସେ ।[][] ରୋଗ ଏହାଠାରୁ ଅଧିକ ବଢ଼ିଲେ ସେବୋରିକ ଡର୍ମାଟାଇଟିସ ନାମ ଦିଆଯାଏ । []

ରୁପି (Dandruff)
ରୁପିର ଚିତ୍ର, ଅଣୁବୀକ୍ଷଣ ଯନ୍ତ୍ରରେ
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣସ୍କାଲ୍ପରେ scalp ଗଲୁକାରୀ ଓ କାତି ସମ୍ପନ୍ନ ଚର୍ମ []
ଆକ୍ରାନ୍ତ ସମୟଯୌବନାରମ୍ଭ (Puberty)[]
କାରଣଜେନେଟିକ ଓ ପରିବେଶ କାରଣ []
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ[]
ସଠିକ ରୋଗ ନିର୍ଣ୍ଣୟସୋରିଆସିସ, ଆଟୋପିକ ଡର୍ମାଟାଇଟିସ, ଟିନିଆ କ୍ୟାପିଟିସ (tinea capitis), ରୋଜେସା, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ []
ଔଷଧଆଣ୍ଟିଫଙ୍ଗାଲ କ୍ରିମ (Antifungal cream) - କିଟୋକୋନାଜୋଲ (ketoconazole)[]
ପୁନଃପୌନିକ~୫୦% ଯୁବାବସ୍ଥାରେ[]

ଏହି ରୋଗର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଜେନେଟିକ ଓ ପରିବେଶ କାରଣ ଥିବା ବିଶ୍ୱାସ କରାଯାଏ ।[] ଶୀତ ଋତୁରେ ଏହି ରୋଗ ବଢ଼ିଯାଏ ।[] ଉପ‌ଯୁକ୍ତ ସ୍ୱାସ୍ଥ୍ୟରକ୍ଷାର (hygiene ଅଭାବ ଯୋଗୁ ଏହା ହୁଏନି ।[] କେରାଟିନୋସାଇଟ (skin cells) ଜୀବକୋଷମାନଙ୍କ ଅଧିକ ବୃଦ୍ଧି ଯୋଗୁ ଏହା ହୁଏ ।[] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ । []

ଏହି ରୋଗର କୌଣସି ଜଣାଶୁଣା ଚିକିତ୍ସା ନାହିଁ ।[] ଆଣ୍ଟିଫଙ୍ଗାଲ କ୍ରିମ (Antifungal cream) ଯେପରିକି କିଟୋକୋନାଜୋଲ (ketoconazole) ଦେଇ ଚିକିତ୍ସା କରାଯାଏ । [] ଯୁବାବସ୍ଥାରେ ଥିବା ଅଧା ଲୋକଙ୍କର ଏହି ରୋଗ ହୁଏ ।[] ଯୁବାରମ୍ଭରେ (puberty) ଏହା ଦେଖାଯାଏ ।[] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ବୟସ ୫୦ ପରେ ଏ ରୋଗ ହାର କମିଯାଏ । []


  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Borda, Luis (2015). "Seborrheic Dermatitis and Dandruff: A Comprehensive Review". Journal of Clinical and Investigative Dermatology. 3 (2). doi:10.13188/2373-1044.1000019.
  2. "A Practical Guide to Scalp Disorders". Journal of Investigative Dermatology Symposium Proceedings. 12: 10–14. December 2007. doi:10.1038/sj.jidsymp.5650048. PMID 18004290.
  3. ୩.୦ ୩.୧ Ranganathan, S; Mukhopadhyay, T (2010). "Dandruff: the most commercially exploited skin disease". Indian journal of dermatology. 55 (2): 130–4. doi:10.4103/0019-5154.62734. PMC 2887514. PMID 20606879.{{cite journal}}: CS1 maint: unflagged free DOI (link)
  4. "Dandruff: How to treat". American Academy of Dermatology. Archived from the original on 21 October 2017. Retrieved 20 October 2017.
  5. Turkington, Carol; Dover, Jeffrey S. (2007). The Encyclopedia of Skin and Skin Disorders (Third ed.). Facts On File, Inc. p. 100. ISBN 0-8160-6403-2. Archived from the original on 19 May 2016.

ବାହ୍ୟ ଲିଙ୍କ

ସମ୍ପାଦନା
ଶ୍ରେଣୀବିଭାଗ