ରିୟା ଦୀପ୍ସି

ଭାରତୀୟ ଅଭିନେତ୍ରୀ

ରିୟା ଦୀପ୍ସି ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ୨୦୧୩ ମସିହାରେ, ପ୍ରସାରିତ ପୌରାଣିକ ଧାରାବାହିକ ମହାଭାରତରେ ଗାନ୍ଧାରୀ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ୨୦୧୮ ମସିହାରେ, ସେ ଭାଗ୍‌ତେ ରହୋ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[]

ରିୟା ଦୀପ୍ସି
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ
ପ୍ରସିଦ୍ଧିମହାଭାରତ ଧାରାବାହିକର ଗାନ୍ଧାରୀ ଭୂମିକରେ ଅଭିନୟ

ଅଭିନୟ ଜୀବନ

ସମ୍ପାଦନା

ଦୂରଦର୍ଶନରେ ଅଭିନୟ କରିବା ପୂର୍ବରୁ, ସେ ଥିଏଟରେ କାମ କରିଥିଲେ । ୨୦୧୩ ମସିହାରେ, ୧୭ ବର୍ଷ ବୟସରେ, ସେ ହିନ୍ଦୀ ପୌରାଣିକ ଧାରାବାହିକ ମହାଭାରତରେ ଗାନ୍ଧାରୀ ଭୂମିକାରେ ଅଭିନୟ କରିଥିଲେ ।[] ଏହା ପୂର୍ବରୁ, ସେ ମାତା କି ଚୌକିରେ କାମ କରିଥିଲେ ।[]

ଏହାପରେ, ସେ ଭାରତ କା ବୀର ପୁତ୍ର – ମହାରାଣା ପ୍ରତାପ,[] ରଜିଆ ସୁଲତାନ ଓ ବେଗୁସରାଇ ଆଦିରେ କାମ କରିଥିଲେ । ସେ ବକ୍ସ କ୍ରିକେଟ୍ ଲିଗ୍‌ରେ ମଧ୍ୟ ଭାଗ ନେଇଥିଲେ । ୨୦୧୭ରୁ ୨୦୧୮ ଯାଏଁ ପୋରୁସ ଧାରାବାହିକରେ, ଆଲେକ୍‌ଜାଣ୍ଡର୍‌ଙ୍କ ୨ୟ ପତ୍ନୀ ରାଜକୁମାରୀ ବର୍ସିନେ ଭୂମିକାରେ ଅଭିନୟ କରିଥିଲେ ।[]

୨୦୧୮ ମସିହାରେ, ସେ ଭାଗତେ ରହୋ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ, ସେ ଗୁନ୍‌ଗୁନ୍ ଭୂମିକାରେ ଅଭିନୟ କରିଥିଲେ ।[][] ୨୦୧୯ ମସିହାରେ, ସେ ୟୁଟ୍ୟୁବ୍ ୱେବ୍ ସିରିଜ୍ ବି ସେଫ୍‌ରେ ନିଧି ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୨ ନନ୍‌ବନ୍ ତାମିଲ୍ କଥାଚିତ୍ର
୨୦୧୮ ଭାଗ୍‌ତେ ରହୋ ଗୁନ୍‌ଗୁନ୍ ହିନ୍ଦୀ କଥାଚିତ୍ର []

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ ଆଧାର
୨୦୧୩–୨୦୧୪ ମହାଭାରତ ଗାନ୍ଧାରୀ []
୨୦୧୫ ଭାରତ କା ବୀର ପୁତ୍ର – ମହାରାଣା ପ୍ରତାପ ସାଲିମା ସୁଲତାନ ବେଗମ []
ରଜିଆ ସୁଲତାନ ଫାତିମା
୨୦୧୬ ବକ୍ସ କ୍ରିକେଟ୍ ଲିଗ୍ ନିଜେ ସିଜିନ୍ ୨
ବେଗୁସରାଇ ସୋନି ଠାକୁର []
୨୦୧୭–୨୦୧୮ ପୋରୁସ ବର୍ସିନେ
୨୦୧୯ ବକ୍ସ କ୍ରିକେଟ୍ ଲିଗ୍ ନିଜେ ସିଜିନ୍ ୪
୨୦୨୧–୨୦୨୨ ତେରେ ବିନା ଜିୟା ଜାୟେ ନା ରୋମା

ଅଭିନୀତ ୱେବ୍ ସିରିଜ୍

ସମ୍ପାଦନା
ବର୍ଷ ସିରିଜ୍ ଭୂମିକା ଆଧାର
୨୦୧୯ ବି ସେଫ୍ ନିଧି
୨୦୨୦ ଇଟ୍ ହାପେନ୍‌ଡ୍ ଇନ୍ କାଲ୍‌କାଟା ରୋମା
୨୦୨୨ ମୋମ୍ବିଆନ୍ ଗୁଲ୍
  1. ୧.୦ ୧.୧ ୧.୨ Johnson Thomas (14 December 2018). "Bhaagte Raho movie: Review, cast, director". The Free Press Journal. Retrieved 17 December 2018.
  2. Kelkar, Prianka (22 May 2014). "The Darkness in Intimidating". Asian Age. Retrieved 16 September 2020.
  3. "The Tribune, Chandigarh, India - The Tribune Lifestyle". The Tribune. 19 May 2014. Retrieved 16 September 2020.
  4. "Riya Deepsi to enter 'Bharat Ka Veer Putra – Maharana Pratap'". The Indian Express. 2 February 2015. Retrieved 7 August 2016.
  5. "It was my dream to play a warrior princess : Riya Deepsi". mid-day (in ଇଂରାଜୀ). 18 February 2018. Retrieved 16 September 2020.
  6. "Actress Riya Deepsi talks about her journey in the industry | Hindi Movie News - Bollywood - Times of India". The Times of India (in ଇଂରାଜୀ). Retrieved 16 September 2020.
  7. "Mahabharat's Gandhari and Kunti are thick friends off-screen too! (View Pics)". Pinkvilla.com. 1 April 2014. Archived from the original on 14 August 2016. Retrieved 7 August 2016.
  8. "Riya Deepsi to enter 'Bharat Ka Veer Putra – Maharana Pratap'". The Indian Express (in ଇଂରାଜୀ). 2 February 2015. Retrieved 18 September 2021.
  9. "Watch Begusarai TV Serial 8th June 2016 Full Episode Online on ZEE5". ZEE5 (in ଇଂରାଜୀ). Retrieved 18 September 2021.

ବାହାର ଲିଙ୍କ୍

ସମ୍ପାଦନା