ରାସନ କାର୍ଡ଼ (ଭାରତ)

{Politics of India}} ଭାରତୀୟ ପଢ଼ି ପତ୍ର (ration card) ସବସିଡ଼ଯୁକ୍ତ ଖାଦ୍ୟ ଏବଂ ଇନ୍ଧନ(ଏଲପିଜି ଏବଂ କିରୋସିନି) କ୍ରୟ କରିବାରେ ବ୍ୟବହୃତ ହୋଇଥାଏ । ଏହା ପରିଚୟ ଏବଂ ସରକାରଙ୍କ ନଥିଭୁକ୍ତ ହେବାପାଇଁ ଗରିବଙ୍କ ଲାଗି ଏକ ମୁଖ୍ୟ ଦସ୍ତାବିଜ ଭାବେ ପରିଗଣିତ ହେଉଛି । ସେମାନଙ୍କ ଅସ୍ଥିତ୍ୱ ଭାବେ ପ୍ରମାଣ ଦେଉଛି । ସମଗ୍ର ସାଧାରଣ ବଣ୍ଟନ ବ୍ୟବସ୍ଥାଏହାର ପରିଚୟ, ଯୋଗ୍ୟତା ଏବଂ ପାତ୍ରତା ଉପରେ କାର୍ଯ୍ୟ କରୁଛି । [୧][୨][୩][୪]

Emblem of India

ଆକାର ସମ୍ପାଦନା

ରାସନ କାର୍ଡ଼ ହେଉଛି ଏକ ଭଙ୍ଗା ହୋଇଥିବା A-4 ସାଇଜ କାଗଜରେ ପ୍ରସ୍ତୁତ କିମ୍ବା ଏକ ଚିପ୍ ଏମବେଡ଼ ଥିବା ସ୍ମାର୍ଟ କାର୍ଡ଼ । ଏଥିରେ ଗୃହମୁଖ୍ୟଙ୍କର ଫଟୋଗ୍ରାଫ ଥାଏ ରାଜ୍ୟ ସରକାରଙ୍କଦ୍ୱାରା ପରିବାର ପିଛା ଗୋଟିଏ ଲେଖାଏଁ ଅନୁମୋଦିତ ହୋଇଥାଏ । ଏହା ତିନି ଶ୍ରେଣୀର – ଅତି ଦାରିଦ୍ର୍ୟ ସ୍ତର(ଅନ୍ତୋଦୟ), ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର(ବିପିଏଲ/BPL) ଏବଂ ଦାରିଦ୍ର୍ୟ ସୀମାରେଖା ଉପରେ ଥିବା ପରିବାର(ବଏପିଏଲ/APL) । ଏହି ଦାରିଦ୍ର୍ୟ ସୀମାରେଖା କିଛି ବର୍ଷ ଅନ୍ତରାଳରେ ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହର ବିଶ୍ଲେଷଣ କରି ଯୋଜନା ଆୟୋଗଙ୍କଦ୍ୱାରା ଶ୍ରେଣୀଭୁକ୍ତ କରାଯାଏ । [୫]

ରାସନ କାର୍ଡ଼ ପ୍ରାପ୍ତି ସମ୍ପାଦନା

ଯେହେତୁ ଏହା ସ୍ୱେଚ୍ଛାକୃତ ଭାବେ ଭାରତରେ ପାଇହୁଏ, ସବସିଡ଼ଯୁକ୍ତ ରାସନ କାର୍ଡ଼ ପାଇବା ପାଇଁ ପରିବାରର ଅର୍ଥିକ ସ୍ଥିତି ମାନଦଣ୍ଡ ରୂପେ ଗ୍ରହଣ କରାଯାଏ ।

ଉଦାହରଣ ସ୍ୱରୁପ ଓଡ଼ିଶାରେ ଏପିଏଲ କାର୍ଡ଼ ପାଇବା ପାଇଁ ଆବେଦନକାରୀଙ୍କୁ ପରିବାରମୁଖ୍ୟଙ୍କ ଦୁଇଟି ଫଟୋ ସହ ପରିଚୟ ପତ୍ର, ଠିକଣା ପ୍ରମାଣପତ୍ର, ଏବଂ ପୁରୁଣା ରାସନ କାର୍ଡ଼ ସହ _ଟଙ୍କା ଫି ଦେବାକୁ ପଡ଼ିଥାଏ । ଏହାର ପ୍ରକ୍ରିୟା ଏକ ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ । [୬] ଏକ ବିପିଏଲ କାର୍ଡ଼ ଏପିଏଲ କାର୍ଡ଼ ତୁଳନାରେ ଅଧିକ ଲାଭକାରୀ ହୋଇଥାଏ । ସବସିଡ଼ଯୁକ୍ତ ଦରରେ ଅଧିକ ଦ୍ରବ୍ୟ ଏବଂ କିରୋସିନି ସରକାରଙ୍କ ତରଫରୁ ମିଳିଥାଏ ।

ଇ-ସୁଶାସନ ମଧ୍ୟମରେ କର୍ଣାଟକ ରାଜ୍ୟ ଅନଲାଇନରେ ରାସନ କାର୍ଡ଼ ଆବେଦନ ଗ୍ରହଣ କରନ୍ତି ଆବେଦନକାରୀ ଏକ ସ୍କାନ ହୋଇଥିବା ପରିଚୟ ପତ୍ର ଏବଂ ଠିକଣା ପ୍ରମାଣ ପତ୍ର ଏବଂ ଆୟ ପ୍ରମାଣପତ୍ର ଅପଲୋଡ଼ କରି ଏକ ଜ୍ଞାତି ପତ୍ର ପାଆନ୍ତି ଆପଏଣ୍ଟମେଣ୍ଟ ପାଇଥିବା ଦିନ ପରିବାର ସଦସ୍ୟମାନେ ପଂଜିକରଣ ଅଫିସ ଯାଇ ସେଠାରେ ମୂଳ ଦସ୍ତାବିଜ ଉପସ୍ଥାପନ କରନ୍ତି ବାୟୋମେଟ୍ରିକ ତଥ୍ୟ(ସମସ୍ତ ସଦସ୍ୟଙ୍କର ମୁହଁ ଫଟୋ, ଏବଂ ଆଙ୍ଗୁଠିଛାପ) ସଂଗ୍ରହ ପରେ ତାଙ୍କ (ଏଲପିଜି ସଂଯୋଗ କିରୋସିନି ପାଇବା ଯୋଗ୍ୟତା ପାଇଁ, ଏବଂ ଘର ପ୍ରକାର- ବିପିଏଲ ସୁବିଧାର ଯୋଗ୍ୟ ହେବାପାଇଁ) ତତ୍ ସହିତ ବାସଗୃହରେ ଅବସ୍ଥାନ କରୁଥିବାର ପ୍ରମାଣ ରଖାଯାଏ । ଯଦି ଯୋଗ୍ୟ ବିବେଚିତ ହୁଅନ୍ତି ତେବେ ଏକ ମାସ ମଧ୍ୟରେ ରାସନ କାର୍ଡ଼ ରାଜ୍ୟ ଯୋଗାଣ ଅଫିସ (DSO)ରୁ ମିଳିଥାଏ । ଆବେଦନର ସ୍ଥିତି ଅନଲାଇନରୁ ଜାଣିହୁଏ । ପଂଜିକରଣ, ବାୟୋମେଟ୍ରିକ ତଥ୍ୟ ସଂଗ୍ରହ ଏବଂ ଫିଜିକାଲ ଭେରିଫିକେସନ ପ୍ରାଇଭେଟ ସଂସ୍ଥା ଜରିଆରେ କରାଯାଇଥାଏ । [୭][୮][୯]

ସାମାଜିକ ସୁରକ୍ଷା ଲାଭ ସମ୍ପାଦନା

ଆଧାର ସମ୍ପାଦନା

  1. "Aadhaar-based PDS in Andhra Pradesh inspires other states". Archived from the original on 2015-06-19. Retrieved 2015-08-04.
  2. Computerisation of Targeted Public Distribution System (TPDS) | Department of Food & Public Distribution
  3. "Consumer Affairs, Food & Civil Supplies". Archived from the original on 2014-03-28. Retrieved 2015-08-04.
  4. "Govt. of KARNATAKA. Food and Civil Supplies & Consumer Affairs". Archived from the original on 2015-09-26. Retrieved 2015-08-04.
  5. "Food and Civil Supplies – Ration Card". Archived from the original on 2015-08-18. Retrieved 2015-08-04.
  6. http://www.delhi.gov.in/wps/wcm/connect/96ce4500419c5607943995c1cd8dfa9d/Procedure_New_RationCard.pdf?MOD=AJPERES&CACHEID=96ce4500419c5607943995c1cd8dfa9d&Procedure%20for%20New%20Ration%20Card
  7. How to Apply for Ration Card in Bangalore
  8. Govt. of KARNATAKA. Food and Civil Supplies & Consumer Affairs
  9. "Govt. of KARNATAKA. Food and Civil Supplies & Consumer Affairs". Archived from the original on 2015-09-26. Retrieved 2015-08-04.