ରାମସେ ହଣ୍ଟ ସିଣ୍ଡ୍ରୋମ ପ୍ରକାର ୨
Ramsay Hunt syndrome type 2 Herpes zoster oticus ବିଭାଗ ENT surgery ଲକ୍ଷଣ One sided facial paralysis, ear pain, small blisters near or in the external ear canal[୧] ଆକ୍ରାନ୍ତ ସମୟ >60 years[୨] କାରଣ Varicella zoster virus ରୋଗ ନିର୍ଣ୍ଣୟ ପଦ୍ଧତି Based on symptoms[୧] ସଠିକ ରୋଗ ନିର୍ଣ୍ଣୟ Bell palsy, stroke[୧] ପ୍ରତିକାର Shingles vaccine[୧] ଚିକିତ୍ସା Valacyclovir, prednisone, eye protection[୧] Prognosis 70% mostly recover[୧] ପୁନଃପୌନିକ 5 per 100,000 per year[୧] Patient UK Ramsay Hunt syndrome type 2
ରାମସେ ହଣ୍ଟ ସିଣ୍ଡ୍ରୋମ ପ୍ରକାର ୨, ଯାହାକୁ ହର୍ପେସ ଜୋଷ୍ଟର ଓଟିକସ ମଧ୍ୟ କୁହାଯାଏ, ସାଧାରଣତଃ ମୁଖର ଗୋଟିଏ ପାର୍ଶ୍ୱରେ ପକ୍ଷାଘାତ, କାନ ଯନ୍ତ୍ରଣା ଏବଂ ବାହ୍ୟ କାନ କେନାଲ ନିକଟରେ ଛୋଟ ଫୁଲା ସହିତ ଉପସ୍ଥାପିତ ହୁଏ । [୧] କେତେକ କ୍ଷେତ୍ରରେରେ ପାଟିରେ ଫୋଟକା ଥାଇପାରେ ବା ନଥାଇପାରେ ।[୧] [୨] ଏହି ଲକ୍ଷଣ ପୂର୍ବରୁ ଥକାପଣ ଏବଂ ଜ୍ୱର ହୋଇପାରେ |।[୧] ଅନ୍ୟ ଲକ୍ଷଣଗୁଡ଼ିକରେ ଶୁଖିଲା ଆଖି, ସ୍ୱାଦର ପରିବର୍ତ୍ତନ, କଥା କହିବାରେ ଅସୁବିଧା, ବିଶ୍ୱ ଘୂର୍ଣ୍ଣନ କିମ୍ବା ଶ୍ରବଣହାନୀ ହୋଇପାରେ । [୧]
ଏହା ଜେନିକ୍ୟୁଲେଟ୍ ଗ୍ୟାଙ୍ଗଲିଅନରେ ଭାରିସେଲା ଜୋଷ୍ଟର ଜୀବାଣୁ (ହାଡ଼ଫୁଟିର ପୁନଃ ସକ୍ରିୟତା ହେବା କାରଣରୁ ହୋଇଥାଏ ।[୧] ଟ୍ରିଗରଗୁଡ଼ିକରେ ଶାରୀରିକ ଚାପ କିମ୍ବା ଏକ ଇମ୍ୟୁନୋକୋପ୍ରୋମାଇଜଡ୍ ଅବସ୍ଥା ଯୋଗୁ ଟ୍ରଗର ହୋଇପାରେ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଯଦିଓ ଫୁଲା ପରୀକ୍ଷା କରିବା ସହାୟକ ହୋଇପାରେ । [୧] ଏହା ଏକ ପ୍ରକାର ହର୍ପିସ ଜୋଷ୍ଟର ରୋଗ ।[୧]
ଚିକିତ୍ସାରେ ସାଧାରଣତ ଭାଲାସାଇକ୍ଲୋଭିର ଏବଂ ପ୍ରେଡନିସୋନ ଦିଆଯାଏ ।[୧] ଆଖିକୁ ଶୁଖିବାରୁ ରକ୍ଷା କରିବା ପାଇଁ ଦିନରେ ଚକ୍ଷୁ ଲୁବ୍ରିକାଣ୍ଟ ବ୍ୟବହାର କରିବା ଏବଂ ରାତିରେ ଫିତା ଦେଇ ଆଖି ବନ୍ଦ କରିବାକୁ ହୁଏ ।[୧] ଜୋଷ୍ଟର ଟିକା ଦେଲେ ଏହି ଅବସ୍ଥାକୁ ରୋକିବାରେ ସାହାଯ୍ୟ କରିପାରେ । [୧] ପ୍ରାୟ ୭୦% ଲୋକଙ୍କର ସାଧାରଣତଃ ମୁଖର କାର୍ଯ୍ୟ ପୁନର୍ବାର ଫେରିଆସେ, ଯଦିଓ ପୁନରୁଦ୍ଧାର ପାଇଁ ମାସାଧିକ ସମୟ ଲାଗିପାରେ । [୧] ଅନ୍ୟାନ୍ୟ ଜଟିଳତାରେ ପୋଷ୍ଟହର୍ପେଟିକ ନିଉରାଲଜିଆ ହୋଇପାରେ । [୧]
ରାମସେ ହଣ୍ଟ ସିଣ୍ଡ୍ରୋମ ପ୍ରକାର ୨ ରୋଗ ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୫ଜଣଙ୍କୁ ପ୍ରଭାବିତ କରିଥାଏ । [୧] ଏହା ୭୦ ଏବଂ ୮୦ ଦଶକର ବୟସରେ ସାଧାରଣତଃ ଦେଖାଯାଏ, ଯଦିଓ ଯେ କୌଣସି ବୟସରେ ପ୍ରଭାବିତ ହୋଇପାରେ । [୧] ଏହି ଅବସ୍ଥା ପ୍ରଥମେ ୧୯୦୭ ମସିହାରେ ଜେମ୍ସ ରାମସେ ହଣ୍ଟଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା, ଯାହାଙ୍କର ନାମ ଅନୁସାରେ ଏହି ରୋଗର ନାମକରଣ କରାଯାଇଥିଲା। [୩] [୪]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Crouch, AE; Hohman, MH; Andaloro, C (January 2022). "Ramsay Hunt Syndrome". PMID 32491341.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ Dorsch, JN (March 2014). "Neurologic syndromes of the head and neck". Primary care. 41 (1): 133–49. doi:10.1016/j.pop.2013.10.012. PMID 24439887.
- ↑ "Ramsay Hunt's syndrome II". www.whonamedit.com. Archived from the original on 21 January 2022. Retrieved 24 July 2022.
- ↑ Ramsay Hunt, J.R. (1907). "On herpetic inflammations of the geniculate ganglion: a new syndrome and its complications". Journal of Nervous and Mental Disease. 34 (2): 73–96. doi:10.1097/00005053-190702000-00001. Archived from the original on 2019-12-13. Retrieved 2021-08-11.