ରାମନାଥସ୍ୱାମୀ ମନ୍ଦିର
ରାମନାଥସ୍ୱାମୀ ମନ୍ଦିର,ତାମିଲନାଡୁ ରାଜ୍ୟର ରାମନାଥପୁରମ ଜିଲ୍ଲାରେ ଅବସ୍ତିତ। ଏହା ଭାରତର ଚାରିଧାମ ମଧ୍ୟରେ ଅନ୍ୟତମ।
ରାମନାଥସ୍ୱାମୀ ମନ୍ଦିର | |
---|---|
ନାମ | |
ମୂଳ ନାମ | Ramanathaswamy Thirukoil |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 9°17′17″N 79°19′02″E / 9.288106°N 79.317282°ECoordinates: 9°17′17″N 79°19′02″E / 9.288106°N 79.317282°E |
ଦେଶ | ଭାରତ |
ରାଜ୍ୟ | ତାମିଲନାଡୁ |
ଜିଲ୍ଲା | ରାମନାଥପୁରମ |
ଅବସ୍ଥିତି | ରାମେଶ୍ୱରମ |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ରାମନାଥସ୍ୱାମୀ(ଶିବ) |
ତିଆରି ଶୈଳୀ | Dravidian architecture |
ଇତିହାସ ଓ ପାଳନ | |
ନିର୍ମାତା | Pandya kings |
ଚାରି ଧାମବଦ୍ରୀନାଥ • ରାମେଶ୍ଵରମ ଦ୍ଵାରକା • ପୁରୀ |
---|
ଇତିହାସସମ୍ପାଦନ କରନ୍ତୁ
ରାମେଶ୍ୱର ସହରର କେନ୍ଦ୍ରସ୍ଥଳରେ ରହିଛି ସ୍ୱାମୀନାଥ ମନ୍ଦିର।ଏହି ମନ୍ଦିରରେ ରାମେଶ୍ୱର ପୂଜା ପାଆନ୍ତି।ଏଥିପାଇଁ ସହରର ନାମ ହୋଇଛି ରାମେଶ୍ୱରମ।ଦ୍ୱାଦଶ ଶତାବ୍ଦୀରେ ପାଣ୍ଡ୍ୟ ରାଜବଂଶଦ୍ୱାରା ରାମନାଥସ୍ୱାମୀ ମନ୍ଦିର ନିର୍ମାଣ କରାଯାଇଥିଲା।
ପୌରାଣିକସମ୍ପାଦନ କରନ୍ତୁ
ହିନ୍ଦୁ ପୁରାଣ ଅନୁସାରେ ଲଙ୍କାର ଦୁଷ୍ଟ ରାକ୍ଷସ,ରାବଣ କବଳରୁ ସୀତାଙ୍କୁ ଉଦ୍ଧାର କରିବାପାଇଁ ରାମଙ୍କୁ ରାମେଶ୍ୱରମରୁ ଶ୍ରୀଲଙ୍କା(ଲଙ୍କା) ପର୍ଯ୍ୟନ୍ତ ଏକ ସେତୁ ନିର୍ମାଣ କରିବାକୁ ପଡ଼ିଥିଲା।ଏଥିପାଇଁ ସେ ବନରସେନାର ସହଯୋଗ ମଧ୍ୟ ଲୋଡିଥିଲେ।ବିଷ୍ଣୁଙ୍କର ସପ୍ତମ ଅବତାର ହେଉଛନ୍ତି ରାମ ।ରାମଙ୍କ ଈଶ୍ୱର ରାମେଶ୍ୱର ଭାବେ ସର୍ବବିଦିତ ହୁଅନ୍ତି ଶିବ।
ପୂଜାବିଧିସମ୍ପାଦନ କରନ୍ତୁ
ରାମେଶ୍ୱରମ(ରାମନାଥସ୍ୱାମୀ)ମନ୍ଦିରସମ୍ପାଦନ କରନ୍ତୁ
ତାମିଲନାଡୁର ରାମନାଥପୁରମ ଜିଲ୍ଲା ଅନ୍ତର୍ଗତ ପମ୍ବନ ଦ୍ୱୀପାଞ୍ଚଳସ୍ଥିତ ରାମେଶ୍ୱରମ ଏକ ପବିତ୍ର ସହର।ଏହି ସହର ଭାରତର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହୋଇଆସୁଛି।ଏଠାରେ ପ୍ରସିଦ୍ଧ ରାମନାଥସ୍ୱାମୀ ମନ୍ଦିର ଅବସ୍ଥିତ।ଭାରତର ପ୍ରସିଦ୍ଧ ଚାରି ଧାମ ମଧ୍ୟରେ ରାମେଶ୍ୱରମର ସ୍ଥାନ ସ୍ୱତନ୍ତ୍ର।ଏଠାରେ ରହିଛି ଏକ ବୃହଦାକର ଜ୍ୟୋତିର୍ଲିଙ୍ଗ।ରାମେଶ୍ୱରମ୍କୁ ଦକ୍ଷିଣ ଭାରତର ବନାରସ ବୋଲି କୁହାଯାଏ। ସହରଟିର ନାମ ଅନୁସାରେ ପମ୍ବର ଦ୍ୱିପଞ୍ଚଳର ନାମ ହୋଇଛି ରାମେଶ୍ୱରମ୍ ଦ୍ୱୀପ।ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଯେଉଁ ସମୁଦ୍ର ରହିଛି ତାହା ଉପରେ ସେତୁ ଥିବାରୁ ଏହାର ନାମକରଣ ହୋଇଛି ସେତୁସମୁଦ୍ରମ।ରାମେଶ୍ୱରମ ଅଭ୍ୟନ୍ତରରେ ଏବଂ ବାହାରେ ରହିଛି 64ଟି ପବିତ୍ର ଜଳାଶୟ। ପୁରାଣ ଅନୁସାରେ ଏଗୁଡିକ ମଧ୍ୟରୁ 24ଟିର ମହିମା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।ଏହିସବୁ ଜଳାଶୟର ଜଳର ସ୍ୱାଦ ଭିର୍ନ୍ନଭିନ୍ନ। ଏବଂ ଏଠାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ,ସେତୁକରାଇ,ରାମେଶ୍ୱରମ ବେଳାଭୂମି,ପମ୍ବନ ରେଳ ସେତୁ,ଧନୁଷକୋଡ଼ି,ଅଗ୍ନିତୀର୍ଥ,ଏରୱାଡ଼ି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିଦୁ ପାଲଟିଥାଏ।
ବାହାର ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ Ramanathaswamy Temple ବାବଦରେ ମାଧ୍ୟମ ରହିଛି । |