ରାମତୀର୍ଥ
ଯଶିପୁର, ମୟୂରଭଞ୍ଜ ଜିଲ୍ଲା, ଶିମିଳିପାଳ ପାଦଦେଶରେ ଥିବା ଯଶିପୁର ବଜାରର ଅନତି ଦୁରରେ ରହିଛି ଦର୍ଶନୀୟ ସ୍ଥଳୀ ରାମତୀର୍ଥ । ଏହା ଜିଲ୍ଲାର ଏକ ମାତ୍ର କୁମ୍ଭୀର ପ୍ରଜନନ କେନ୍ଦ୍ର ଭାବରେ ଖ୍ୟାତ ପର୍ଯ୍ୟଟନ ସ୍ଥଳୀ । ଏଠାରେ ରହିଛି ଅନେକ ଛୋଟ ବଡ଼ ବିରଳ ପ୍ରଜାତିର ଗୋମୁହାଁ କୁମ୍ଭୀର । ଏହା ଛଡା ଚିରସ୍ରୋତା ଖଇରୀ ଭଣ୍ଡନ ନଦୀର ପଥର ଶଯ୍ୟାରେ କୁଳୁକୁଳୁ ହୋଇ ବହି ଯାଇଛି ସ୍ୱଚ୍ଛ ଜଳରାଶି । ପଥର ଉପରେ ପୁରାଣବର୍ଣ୍ଣିତ ଶ୍ରୀରାମଙ୍କ ପାଦ ଚିହ୍ନ, ନଦୀପାର୍ଶ୍ୱସ୍ଥ ଦେବାଳୟ , ବିଭିନ୍ନ ଔଷଧୀୟ ବୃକ୍ଷବଗିଚା ସମେତ ଆଖ ପାଖରେ ଭରି ରହିଛି ପ୍ରାକୃତିକ ଜଙ୍ଗଲର ନୈସର୍ଗିକ ଶୋଭାରାଜି । ଯାତ୍ରୀଙ୍କ ଉଦ୍ଦେଷ୍ୟରେ ରହିଛି ଦେବସ୍ଥଳୀ ଯାତ୍ରୀନିବାସ ।
କିମ୍ବଦନ୍ତୀ
ସମ୍ପାଦନାପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ସହଧର୍ମିଣୀ ସୀତାଙ୍କ ସହ ଅରଣ୍ୟ ଗମନ କାଳରେ ଏହି ପଥ ଦେଇ ଯାଇଥିବା ଶୁଣିବାକୁ ମିଳେ । ସୀତା ଦେବୀ ପାଦରେ ଚାଲି ଚାଲି କ୍ଳାନ୍ତ ହେବାରୁ ରାମ ଲକ୍ଷ୍ମଣ କଙ୍କରିତ ପଥର ଚଟାଣରେ ବିଶ୍ରାମ ନେଇଥିଲେ । ପାଖରେ ଥିବା ଏକ ଦରହ୍ (ନଦୀଗଣ୍ଡ)ରେ ମୁହଁ, ହାତ, ପାଦ ପ୍ରକ୍ଷାଳନ କରିଥିବାରୁ କାଳକ୍ରମେ ସ୍ଥାନଟି ପବିତ୍ର ରାମତୀର୍ଥ ଭାବେ ପରିଚିତ ହେଲା । ଏଠାରେ ମକର ପର୍ବ ସମୟରେ ଟୁସୁମେଲଣ ମହାନ୍ତ ସମ୍ପ୍ରଦାୟ ତରଫରୁ ଅନୁଷ୍ଠିତ ହୋଇଥା, କିମ୍ବଦନ୍ତୀ କହେ ମୋଗଲ ସମ୍ରାଟଙ୍କ ଆଧିପତ୍ୟ କାଳରେ ତଥାକଥିତ କଳାପାହାଡ଼ର କାମାନ୍ଧତାର ଶିକାର ହେଉଥିଲେ ଭାରତର ହିନ୍ଦୁ ଲଳନାମାନେ । ଏକଦା ଅପୁର୍ବ ସୁନ୍ଦରୀ କୁଡୁମୀ କନ୍ୟା, ମୋଗଲ ସେନାର ବଶ୍ୟତା ସ୍ୱିକାର ନକରି ନଦୀକୁ ଡେଇଁ କୁମାରୀତ୍ୱ ଅକ୍ଷୁର୍ଣ୍ଣ ରଖିପାରିଥିଲେ । ତାଙ୍କ ନାଁ ଥିଲା" ଟୁସୁମଣୀ", ଏଇ ଘଟଣାକୁ ସତେଜ କରିଆସୁଛି ଏକ ସୁନ୍ଦର ପରମ୍ପରା “ଟୁସୁପରବ୍” ।
କୁମ୍ଭୀର ଗବେଷଣା କେନ୍ଦ୍ର
ସମ୍ପାଦନାଯଶିପୁରର ରାମତୀର୍ଥଠାରେ ସରକାରଙ୍କ ତରଫରୁ ପ୍ରତିଷ୍ଠା କରାଯାଇଥିଲା କୁମ୍ଭୀର ଗବେଷଣା କେନ୍ଦ୍ର ୧୯୭୯ରେ ପ୍ରଥମେ ଶିମିଳିପାଳସ୍ଥ ନଦୀଗୁଡିକରେ କୁମ୍ଭୀର ବଂଶବୃଦ୍ଧ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଥିଲା । ପ୍ରକଳ୍ପ ଆରମ୍ଭରେ ତାମିଲନାଡୁ କୁମ୍ଭୀର ବ୍ୟାଙ୍କରୁ ୧୧୫ଟି କୁମ୍ଭୀର ଶାବକ ଅଣାଯାଇଥିଲା ।୧୯୮୪ରୁ ୧୯୮୭ ମଧ୍ୟରେ ଏହି ପ୍ରକଳ୍ପରେ ୧୫୧୭ଟି ଅଣ୍ଡା ସଂଗୃହିତ ହୋଇଥିଲା ୧୯୮୮ରେ ନନ୍ଦନକାନନରୁ ୧୨ଟି କୁମ୍ଭୀର ଶାବକଏଠାକୁ ଅଣାଯାଇଥିଲା ରାମତୀର୍ଥର ଅନୁକୁଳ ପରିବେଶରେ ବିରଳ ପ୍ରଜାତିର ଗୋମୁହାଁ କୁମ୍ଭୀରଙ୍କ ବଂଶ ବୃଦ୍ଧି ଘଟୁଥିବାବେଳେ ଏହି କୁମ୍ଭୀର ଗବେଷଣା କେନ୍ଦ୍ର ଏବେ ସରକାରୀ ଅବହେଳାର ଶିକାର ହୋଇଛି ।
ଆଧାର
ସମ୍ପାଦନା- ସମାଜ ,ଏପ୍ରିଲ ୮ ୨୦୧୨,ପୃଷ୍ଠା ୪,ରବିବାର