ରାମଚନ୍ଦ୍ର ମିଶ୍ର (ରାଜନେତା)

ଓଡ଼ିଆ ରାଜନୀତିଜ୍ଞ

ରାମଚନ୍ଦ୍ର ମିଶ୍ର ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାମଚନ୍ଦ୍ର ମିଶ୍ର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀରାମଚନ୍ଦ୍ର ସେଠୀ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ ସମ୍ପାଦନା

ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧] ୧୯୫୨ ମସିହାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ରାମଚନ୍ଦ୍ର ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ସମୁଦାୟ ୧୧୬୪୮ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ରହିଥିଲେ[୨] ଏବଂ ଦଣ୍ଡାପଣି ଦାସଙ୍କ ସହ ଯୁଗ୍ମ ଭାବରେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Ramachandra Mishra". odishaassembly.nic.in. Odisha Assembly. Retrieved 6 January 2021.
  2. "Orissa 1951". Election Commission of India (in Indian English). Retrieved 2019-06-27.
  3. ଓଡ଼ିଶା ରାଜନୀତିର ଇତିହାସ (୨ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. 2013. p. ୯୭. Retrieved 6 January 2021.