ରାମଚନ୍ଦ୍ର ଉଲାକା

ଓଡ଼ିଆ ରାଜନୀତିଜ୍ଞ

ରାମଚନ୍ଦ୍ର ଉଲାକା ୧୯୩୪ ମସିହା ଜୁଲାଇ ପହିଲାରେ ବାଙ୍କିଲି, ରାୟଗଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ବିଜ୍ଞାନରେ ସ୍ନାତକ ଉପାଧି ହାସଲ କରିଥିବା ରାମଚନ୍ଦ୍ର ୧୯୬୨ ମସିହାରେ ରାଜନୀତି କ୍ଷେତ୍ରରେ ପାଦ ଥାପି କଂଗ୍ରେସ ପ୍ରାର୍ଥୀଭାବେ ବିଧାନ ସଭାକୁ ୭ଥର ଓ ଲୋକ ସଭାକୁ ୨ଥର ନିର୍ବାଚିତ ହୋଇଥିଲେ । ୧୯୬୨ ଓ ୧୯୬୭ରେ ସେ ଦୁଇଥର କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରୁ ୨୦୦୦ ପର୍ଯ୍ୟନ୍ତ ସେ ରାୟଗଡ଼ା ବିଧାନ ସଭା ଆସନରୁ ଲଗାତାର ଭାବେ ବିଜୟୀ ଲାଭ କରିଥିଲେ । ନିଜ ରାଜନୈତିକ କାର୍ଯ୍ୟକାଳ ମଧ୍ୟରେ ସେ ୭ଥର ବିଧାୟକ ହୋଇଥିବା ବେଳେ ଦୁଇଥର ପରାଜୟର ସାମ୍ନା କରିଛନ୍ତି । ୧୯୭୫ ମସିହାରେ ସେ ପ୍ରଥମଥର ପାଇଁ ଆଦିବାସୀ ଓ ଗ୍ରାମ୍ୟବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସେ ଖାଦ୍ୟ ଓ ଯୋଗାଣ ବିଭାଗ, ହରିଜନ ଓ ଆଦିବାସୀ ବ୍ୟାପାର, ଜଳସେଚନ ଏବଂ ଶକ୍ତି, ଜଙ୍ଗଲ, ଗଣଶିକ୍ଷା ଆଦି ବିଭାଗର ମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ । ୨୦୦୯ ମସିହରେ ସେ ବିଧାନ ସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇଥିଲେ । ୨୪ ଡିସେମ୍ବର ୨୦୧୧ ମସିହାରେ ସେ ଦେହତ୍ୟାଗ କରିଥିଲେ ।[୧]

ଆଧାର ସମ୍ପାଦନା