ରାଫା ନାନଜେବା ତୋରସା

ବଙ୍ଗଳାଦେଶୀ ଅଭିନେତ୍ରୀ

ରାଫା ନାନଜେବା ତୋରସା (ଜନ୍ମ: ୯ ସେପ୍ଟେମ୍ବର ୧୯୯୮)[୧] ଜଣେ ବାଂଲାଦେଶୀ ଅଭିନେତ୍ରୀ, ଦୂରଦର୍ଶନ ଉପସ୍ଥାପିକା ତଥା ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମିସ୍ ୱାରଲ୍ଡ୍ ବଙ୍ଗଳାଦେଶ ୨୦୧୯ର ବିଜୟୀନି ।[୨] ସେ ମିସ୍ ୱାରଲ୍ଡ ୨୦୧୯ରେ ବାଂଲାଦେଶର ପ୍ରତିନିଧିତ୍ୱ କରିଥିଲେ । ୨୦୧୭ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୯ ମସିହାରୁ ସ୍ମାଇଲ୍ ଫାଉଣ୍ଡେସନ୍ ନାମକ ଏକ ଅଣଲାଭକାରୀ ସେବା ସଂସ୍ଥା ମଧ୍ୟ ସେ ଚଳାଇ ଆସୁଛନ୍ତି ।

ରାଫା ନାନଜେବା ତୋରସା
ଫାଇଲ:Miss World Bangladesh 2019.jpg
Born (1998-09-09) ୯ ସେପ୍ଟେମ୍ବର ୧୯୯୮ (ବୟସ ୨୫)
ଚିତ୍ତଗଙ୍ଗ, ବଙ୍ଗଳାଦେଶ
Educationଚିତ୍ତଗଙ୍ଗ ବିଶ୍ୱବିଦ୍ୟାଳୟ
Titleମିସ୍ ୱାରଲ୍ଡ ବଙ୍ଗଳାଦେଶ ୨୦୧୯
Beauty pageant titleholder
Major
competition(s)
ମିସ୍ ୱାରଲ୍ଡ ବଙ୍ଗଳାଦେଶ ୨୦୧୯
(ବିଜୟିନୀ)
ମିସ୍ ୱାରଲ୍ଡ ୨୦୧୯
(ପ୍ରତିଯୋଗୀ)

ଜନ୍ମ, ପ୍ରାରମ୍ଭିକ ଜୀବନ ଏବଂ ପରିବାର ସମ୍ପାଦନା

ତୋରସା ୧୯୯୮ ମସିହାର ସେପ୍ଟେମ୍ବର ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଶେଖ୍ ମୋର୍ସେଦ ଜଣେ ଓକିଲ ଥିଲେ ଏବଂ ତାଙ୍କ ମାତାଙ୍କ ନାମ ଶର୍ମିନା ଅକ୍ତର ଯିଏକି ଜଣେ ଗୃହିଣୀ । ତାଙ୍କର ପିତା ୨୦୧୪ ମସିହାରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଜଣେ ସାନ ଭାଇ ଅଛନ୍ତି ।

ପେଶା ସମ୍ପାଦନା

ତୋରସା ଏକାଧାରରେ ବିଭିନ୍ନ କଳାର ଅଧିକାରିଣୀ ଅଟନ୍ତି; ସେ ଜଣେ ତାଲିମପ୍ରାପ୍ତ ଭାରତନାଟ୍ୟମ୍ ଏବଂ କଥକ ନୃତ୍ୟଶିଳ୍ପୀ; ଜଣେ ଥିଏଟର କଳାକାର, ମାଇମ୍ କଳାକାର, ଉପସ୍ଥାପିକା ଏବଂ ଗାୟିକା । ୧୧ ବର୍ଷ ବୟସରୁ ସେ ବଙ୍ଗଳାଦେଶର ଲାୟନ୍ସ୍ କ୍ଲବ ଇଣ୍ଟରନ୍ୟାସନାଲରେ ସ୍ୱେଚ୍ଛାସେବୀ ଅଥବା "LEO" ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯ ମସିହାରେ ବଙ୍ଗଳାଦେଶରେ ହୋଇଥିବା ଏକ ଲୋକନୃତ୍ୟ ପ୍ରତିଯୋଗିତା, ବଙ୍ଗବନ୍ଧୁ ଜାତୀୟ ଶିଶୁ ପ୍ରତିଯୋଗିତାରେ ସେ ଭାଗନେଇଥିଲେ ଏବଂ ବିଜୟୀ ହୋଇ ସେବେକାର ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।[୩] ସେ ଜାପାନ ଗସ୍ତ ପାଇଁ ଏକ ସରକାରୀ ଅନୁଦାନ ମଧ୍ୟ ଜିତିଥିଲେ, କିନ୍ତୁ ସେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ମାଇମ୍ ପ୍ରତିଯୋଗିତାରେ ବାଂଲାଦେଶର ପ୍ରତିନିଧିତ୍ୱ କରୁଥିବାରୁ ଯୋଗ ଦେଇପାରିନଥିଲେ । ସେ ଚିତ୍ତଗଙ୍ଗ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ସମ୍ପର୍କ ବିଭାଗରେ ସ୍ନାତକ କରୁଥିଲେ ।[୩][୪][୫]

୨୦୧୦ ମସିହାରେ ହୋଇଥିବା ବଙ୍ଗଳାଦେଶୀ ଜାତୀୟ ଯୁବ ପ୍ରତିଯୋଗିତାରେ ଭାରତନାଟ୍ୟମ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୦ ମସିହାରେ ଏନ୍‌ଟିଭିର ମାର୍କସ୍ ଅଲ୍ ରାଉଣ୍ଡର୍ ପ୍ରତିଯୋଗିତାରେ ସେ ୨ୟ ସ୍ଥାନ ଅଧିକାର କରିଥିଲେ । ୨୦୧୫ ମସିହାରେ ସେ ଚିତ୍ତଗଙ୍ଗ ଡିଭିଜିନାଲ୍‌ରୁ ବଙ୍ଗଳାଦେଶୀ ଜାତୀୟ ବିଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଜିତିଥିଲେ ।

ଅଭିନୟ ଜୀବନ ସମ୍ପାଦନା

୨୦୧୭ ମସିହାରେ ତୋରସା ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ହାଲଦ୍, ଯାହାର ନିର୍ଦ୍ଦେଶନା ଦେଇଥିଲେ ତାଉକିର୍ ଅହମ୍ମଦ । ଚିତ୍ତଗଙ୍ଗର ହାଲ୍‌ଦା ନଦୀର ମତ୍ସଜୀବିଙ୍କ ଜୀବିକା ଉପରେ ଆଧାରିତ ଏହି କଥାଚିତ୍ରରେ ତୋରସା ହଶୁ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ସହ ମୁଶାରଫ୍ କରିମ୍, ଜାହିଦ୍ ହାସନ୍, ନୁସରତ ଇମରୋଜ ଟିଶା, ଫଜରୁଲ୍ ରହମାନ୍ ବାବୁ, ଦିଲାରା ଜମାନ୍, ଶହେଦ୍ ଅଲ୍ଲୀ, ରୁନା ଖାନ୍‌ଙ୍କ ଭଳି କଳାକାରମାନେ ଅଭିନୟ କରିଥିଲେ ।

ମିସ୍ ୱାଲର୍ଡ ସମ୍ପାଦନା

୧୧ ଅକ୍ଟୋବର ୨୦୧୯ରେ ତୋରସାଙ୍କୁ ମିସ୍ ୱାରଲ୍ଡ ବାଂଲାଦେଶ ୨୦୧୯ ଭାବରେ ମୁକୁଟ ପିନ୍ଧାଯାଇଥିଲା ।[୬][୭][୮] ତାଙ୍କୁ ମିସ୍ ୱାରଲ୍ଡ ବାଂଲାଦେଶ ୨୦୧୮ର ବିଜୟିନୀ ଜନ୍ନାତୁଲ୍ ଫେଡର୍ସ୍ ଓସିଙ୍କଦ୍ୱାରା ମୁକୁଟ ପିନ୍ଧାଯାଇଥିଲା । ଏହାପରେ ସେ ୨୦୧୯ ମସିହାର ମିସ୍ ୱାରଲ୍ଡ ପ୍ରତିଯୋଗିତାରେ ବଙ୍ଗଳାଦେଶର ପ୍ରତିନିଧିତ୍ୱ କରିଥିଲେ ।

ସମାଜ ସେବା ସମ୍ପାଦନା

୨୦୧୯ ମସିହାରେ ତୋରସା ସ୍ମାଇଲ୍ ଫାଉଣ୍ଡେସନ୍ ନାମକ ଏକ ଅଣଲାଭକାରୀ ସେବା ସଂସ୍ଥାର ପ୍ରତିଷ୍ଠା କରିଥିଲେ ।

ଆଧାର ସମ୍ପାଦନା

  1. (in Bengali) https://www.youtube.com/watch?v=uj5LTp3Q64U, retrieved 3 November 2019 {{citation}}: Missing or empty |title= (help)
  2. "Miss World Bangladesh Torsa says entertainment her second choice". Prothom Alo (in ଇଂରାଜୀ). Retrieved 2019-11-03.
  3. ୩.୦ ୩.୧ "CU's Rafah wins Miss World Bangladesh 2019 title". Dhaka Tribune. 12 October 2019. Retrieved 12 October 2019.
  4. মিস ওয়ার্ল্ড বাংলাদেশ হলেন রাফাহ নানজীবা তোরসা. Somoy TV (in Bengali). 11 October 2019. Retrieved 12 October 2019.
  5. মিস ওয়ার্ল্ড বাংলাদেশ তোরসা. Amader Shomoy (in Bengali). 12 October 2019. Retrieved 12 October 2019.
  6. মিস ওয়ার্ল্ড বাংলাদেশ হলেন রাফাহ নানজীবা তোরসা. Banglanews24.com (in Bengali). 11 October 2019. Retrieved 12 October 2019.
  7. এবারের মিস ওয়ার্ল্ড বাংলাদেশ হলেন রাফাহ তোরসা. Ekushey Television (in Bengali). 11 October 2019. Retrieved 12 October 2019.
  8. মিস ওয়ার্ল্ড বাংলাদেশ হলেন চট্টগ্রামের মেয়ে তোরসা. Dainik Azadi (in Bengali). 11 October 2019. Archived from the original on 21 October 2019. Retrieved 12 October 2019.

ବାହାର ଆଧାର ସମ୍ପାଦନା