ରାଧେ ମା
ରାଧେ ମା ମହାରାଷ୍ଟ୍ରର ବୋରିବାଲି ଅଞ୍ଚଳର ଜଣେ ବିବାଦୀୟ ସାଧ୍ୱୀ ।
ପ୍ରାରମ୍ଭିକ ଜୀବନ
ସମ୍ପାଦନାରାଧେ ମାଙ୍କ ବାସ୍ତବ ନାମ ହେଉଛି ସୁଖବିନ୍ଦର କୌର । ସେ ପଞ୍ଜାବ ଗୁରୁଦାସ ପୁର ଜିଲ୍ଲାର ଡୋରଙ୍ଗଲାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କର ଅନୁଗାମୀମାନେ କୁହନ୍ତି, ରାଧେମା ବାଲ୍ୟକାଳରୁ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହୋଇଥିଲେ । ସେ ତାଙ୍କ ଗାଁ କାଳୀମନ୍ଦିରରେ ଅଧିକାଂଶ ସମୟ କାଟୁଥିଲେ ।[୧] ଅବଶ୍ୟ ବାଲ୍ୟକାଳରୁ କୌଣସି ଦୈବୀ ଶକ୍ତି ବା ଲକ୍ଷଣ ତାଙ୍କଠାରେ ଦେଖାଯାଇନଥିଲା ।[୨]
କୌର ଦଶମ ଶ୍ରେଣୀ ଯାଏ ଅଧ୍ୟୟନ କରିଥିଲେ ।[୨] ସେ ସତର ବୟସ ବୟସରେ ମୋହନ ସିଂହଙ୍କୁ ବିବାହ କରିଥିଲେ ।[ଆଧାର ଲୋଡ଼ା] ନିଜ ସ୍ୱାମୀଙ୍କ ଛୋଟ ବ୍ୟବସାୟରେ କପଡ଼ା ସିଲାଇ କାମରେ ସହଯୋଗ କରି ଗୁଜୁରାଣ ମେଣ୍ଟାଉଥିଲେ ।[୨] ଭଲ ରୋଜଗାର ସନ୍ଧାନରେ ତାଙ୍କ ସ୍ୱାମୀ ଦୋହା (କତାର)କୁ ଚାଲିଯିବା ପରେ ସେ ପୁଣି ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହେଲେ । ୨୩ ବର୍ଷ ବୟସରେ ସେ ହୋଶିୟାରପୁର ଜିଲ୍ଲାରେ ଥିବା ୧୦୦୮ ପରମହଂସ ବାଗ ଡେରା ମୁକେରିଆନର ମହନ୍ତ ରାମ ଦୀନ ଦାସଙ୍କର ଆନୁଗତ୍ୟ ପ୍ରାପ୍ତ ହେଲେ । ରାମଦୀନ ଦାସ ତାଙ୍କୁ ଦୀକ୍ଷିତକରି ରାଧେ ମା ଉପାଧିରେ ଭୂଷିତ କରିଥିଲେ ।
ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭାବରେ
ସମ୍ପାଦନାପରାମହଂସଙ୍କ ଡେରାରେ ଯୋଗଦେବା ପରେ ରାଧେ ମା ସତସଙ୍ଗମାନ ଆୟୋଜନ କରିଚାଲୁଥିଲେ ।[୨] ପରେ ସେ ମୁମ୍ବାଇ ଚାଲି ଆସିଥିଲେ । ସେଠାରେ ମନମୋହନ ଗୁପ୍ତା (ଏମଏମ ମିଠାବାଲା କମ୍ପାନୀର ଚେୟାର ମ୍ୟାନ ଯାହାଙ୍କର କି ଏକ ବହୁସ୍ଥାନୀୟ ମିଠା ବ୍ୟବସାୟ ଦୋକାନ ଥିଲା), ସେ ରାଧେ ମାଙ୍କ ଅନୁଗାମୀ ହେଲେ । ରାଧେ ମା ତାଙ୍କରି ଘରେ ଆଶ୍ରୟ ନେଇଥିଲେ ।[୩] ସେ ମୁମ୍ବାଇକୁ କେମିତି ଆସିଲେ ବିଶେଷ କିଛି ତଥ୍ୟ ମିଳିନାହିଁ ।[୨] କିନ୍ତୁ ୨୦୧୫ ମସିହାରେ ଗୁପ୍ତା ପରିବାରର ସଂଜୀବ ଗୁପ୍ତା ଜଣାଇଥିଲେ ଯେ ରାଧେ ମା ତାଙ୍କ ଘରେ ଦୀର୍ଘ ୧୨ ବର୍ଷ ରହିଥିଲେ । [୩]
ମୁମ୍ବାଇରେ ରହିବା ସମୟରେ ରାଧେମା ରୀତିମତ ପଞ୍ଜାବର କପୁରଥଲା ଓ ହୋଶିୟାରପୁରରେ ସତସଙ୍ଗ ପାଇଁ ଆସୁଥିଲେ ।ସେଇ ସମୟରେ କିନ୍ତୁ ମୁମ୍ବାଇରେ ଅଦ୍ଭୁତପୂର୍ବ ଭାବେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ବଢ଼ିଯାଇଥିଲା ।
୨୦୦୩-୦୪ ବେଳକୁ ଫଗୱାରାର ଗୋଟିଏ ହିନ୍ଦୁ ସଂଗଠନ ଏକ ଫଟୋରେ ଦୁର୍ଗାଙ୍କ ଏକ ଅବତାର ରୂପେ ରାଧେ ମାଙ୍କୁ ଦର୍ଶାଯାଇଥିବାରୁ ଆପତ୍ତି ଉଠାଇଥିଲା । ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା ।[୨]
ଗୁପ୍ତା ପରିବାରର ସଂଜୀବ ଗୁପ୍ତା, ଶ୍ରୀ ରାଧେ ଗୁରୁ ମା ଚାରିଟେବଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ହୋଇଥିଲେ ।[୩] ଗ୍ଲୋବାଲ ଆଡ଼ଭରଟାଇଜର , ଏକ କମ୍ପାନୀ ଯିଏ ସହରରେ ପ୍ରମୁଖ ସ୍ଥାନମାନଙ୍କ ବିଜ୍ଞାପନ ନିୟନ୍ତ୍ରଣ କରେ, ଗୁପ୍ତା ରାଧେ ମାଙ୍କ ଦିବ୍ୟ ଦର୍ଶନ ବିଲବୋର୍ଡ଼ ଜରିଆରେ ସହର ସାରା ପ୍ରଚାର ପ୍ରସାର କରିଥିଲେ ।[୨]
ବିବାଦରେ ରାଧେ ମା
ସମ୍ପାଦନାଜୁଲାଇ ୨୦୧୫ରେ ଗୁପ୍ତା ପରିବାରର ନିକି ଗୁପ୍ତା, ରାଧେ ମା ଓ ତାଙ୍କ ସ୍ୱାମୀ ନକୁଳ ଗୁପ୍ତା ଓ ଅନ୍ୟ ୫ ଜଣଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ ।[୪]ତାଙ୍କ ଅଭିଯୋଗ ଥିଲାଯେ ବାପ ଘରୁ ଅଧିକ ଯୌତୁକ ଦାବୀ କରିବା ଓ ଆଶ୍ରମରେ କାମ କରିବାକୁ ନିକିଙ୍କ ଉପରେ ରାଧେ ମା ଚାପ ପକାଇଥିଲେ । ଯେଉଁଠି ସେ ଶାରୀରିକ ନିର୍ଯାତନା ଭୋଗିଥିଲେ । ବୈବାହିକ ମତ ମତାନ୍ତର କାରଣ ଦର୍ଶାଇ ମାମଲା ପ୍ରତ୍ୟାହାର ହୋଇଯାଇଥିଲା ।[୩][୫] ୬ ଅଗଷ୍ଟ ୨୦୧୫ରେ ରାଧେ ମା’ ତାଙ୍କୁ ଶଶ୍ୱର ଘରୁ ଲୋକଙ୍କ ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ପାଇଁ ଉସକାଇଥିଲେ । ଏ ନେଇ ମୁମ୍ବାଇ ପୋଲିସ ରାଧେ ମା’ଙ୍କ ସମନ ଜାରି କରିବା ସହ ଥାନାରେ ହାଜର ହେବାକୁ କହିଥିଲା ।[୬][୭] ଜନୈକା ଅଭିନେତ୍ରୀ ଡଲି ବିନ୍ଦ୍ରା, ରାଧେ ମାଙ୍କ ବିରୋଧରେ ଯୌନ ନିର୍ଯାତନା ସହ ଧମକ ଓ ଭୟ ଦେଖାଇବା ଅପରାଧିକ ଅଭିଯୋଗ ଆଣିଥିଲେ ।[୮]
ଅଗଷ୍ଟ ୨୦୧୫ରେ ରାଧେ ମାଙ୍କୁ ଜଣେ ଭକ୍ତ କାନ୍ଧରେ ଟେକି ବୁଲୁଥିବାର ଭିଡ଼ିଓ ଅନଲାଇନରେ ବ୍ୟାପି ଯାଇଥିଲା । ଆଇନଜୀବୀ ଫାଲ୍ଗୁନୀ ବ୍ରହ୍ମ ଭଟ୍ଟ ଧର୍ମ ନାମରେ ବ୍ୟବସାୟ, ଅଶ୍ଳୀଳତା, ଠକେଇ, ଧୋକା ଅଭିଯୋଗ ଆଣି ତାଙ୍କ ବିରୋଧରେ ଏତଲା ଦେଇଥିଲେ । obscenity,[୯]
ରାଧେ ମା ନାସିକ କୁମ୍ଭ ମେଳାରୁ ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ଜ୍ଞାନ ଦାସ ଓ ଦ୍ୱାରାକା ପୀଠର ସ୍ୱରୂପାନନ୍ଦ ସରସ୍ୱତୀଙ୍କଦ୍ୱାରା ବହିଷ୍କୃତ ହୋଇଥିଲେ । ରାଜନେତା ଏବଂ ରିଅଲିଟି ଟିଭିଶୋର ମନୋରଂଜକ ରାହୁଲ ମହାଜନ ମଧ୍ୟ ରାଧେ ମାଙ୍କ ଏକ ଅସଂଯତ ଭଙ୍ଗୀର ଫଟୋ ଫେସବୁକରେ ପୋଷ୍ଟ କରିଥିଲେ ଯାହା ଆପତ୍ତିଜନକ ମନେହେଉଥିଲା । ଏହା ସେ ସମୟରେ ରାଧେ ମାଙ୍କୁ ବେଶୀ ବିବାଦ ଓ ପରିହାସ ମଧ୍ୟକୁ ଟାଣିଆଣିଥିଲା ।[୧୦][୧୧]
ନଭେମ୍ବର ୨୦୧୫ରେ ଜୁନା ଆଖଡ଼ା ରାଧେ ମାଙ୍କୁ ବେଦଖଲ କରି ତାଙ୍କ ନାମ ଉପାଧିକୁ ଛଡ଼ାଇ ନିଆଗଲା ବୋଲି ଘୋଷଣା କରିଥିଲେ । ଭିନ୍ନ ଭିନ୍ନ କାରଣ ପାଇଁ ରାଧେ ମା’ଙ୍କ ବିରୋଧରେ ମୁମ୍ବାଇ, ନେପାଳ ଓ ଗୁଜରାଟ ଥାନାରେ ମାମଲାମାନ ଦାୟର କରାଯାଇଥିଲା । ପଞ୍ଜାବ ମୁକ୍ତସର ସାହିବ ମଲେତ ଥାନାରେ ରାଧେ ମା’ଙ୍କ ବିରୋଧରେ ଜଣେ ଯୁବକ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ଲାଗାଇ ଏକ ମାମଲା ଦାୟର କରିଥିଲେ । [୧୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Who is Radhe Maa? Everything you wanted to know about the 'god-woman'". DNA. 2015-08-06.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Gagandeep Dhillon (2015-08-07). "How Sukhwinder Kaur became Radhe Maa". Mumbai Mirror.
- ↑ ୩.୦ ୩.୧ ୩.୨ ୩.୩ "Controversial godwoman Radhe Maa in trouble". Deccan Herald. 2015-08-07.
- ↑ "Radhe Maa accused of ruining woman's marriage, booked for harassment". News 18. 2015-07-27.
- ↑ Gagandeep Dhillon (2015-08-06). "Poster god-woman, who blesses by hugging and dancing, in dowry row". Mumbai Mirror.
- ↑ "Self-appointed godwoman Radhe Maa booked in dowry harassment case, absconding". Archived from the original on 2015-10-05. Retrieved 2017-01-17.
- ↑ "Police Issues Lookout Notice Against Self-Styled 'Godwoman' Radhe Maa". Archived from the original on 2015-09-30. Retrieved 2017-01-17.
- ↑ "Mumbai police files criminal case against Radhe Maa following Dolly Bindra's complaint". DNA. 2015-09-01.
- ↑ Self-styled godwoman Radhe Maa in legal trouble, charged with obscenity & abetting dowry
- ↑ Shocking pic revealed: Now, Rahul Mahajan embarrasses Godwoman Radhe Maa
- ↑ Why Radhe Maa, Controversial Godwoman, is the Talk of Social Media
- ↑ "ରାଧେ ମା'ଙ୍କ ନାମରେ ପଞ୍ଜାବର ମଲେତ ଥାନାରେ ମାମଲା". ଓଡ଼ିଶା ରିପୋର୍ଟର. Retrieved 17 January 2017.