ରାଣୀ ରାମପାଲ
ରାଣୀ ରାମପାଲ (ଜନ୍ମ ୪ ଡିସେମ୍ବର ୧୯୯୪) ଜଣେ ଭାରତୀୟ ଫିଲ୍ଡ ହକି ଖେଳାଳି ।[୧][୨] ୧୫ ବର୍ଷ ବୟସରେ ସେ ଜାତୀୟ ଦଳର ସର୍ବକନିଷ୍ଠ ଖେଳାଳି ଭାବେ ୨୦୧୦ ବିଶ୍ୱକପରେ ଅଂଶଗ୍ରହଣ କରିଥିଲେ । ସେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ ମଧ୍ୟ ଅଭ୍ୟାସ ଏବଂ ମ୍ୟାଚରେ ଅଂଶଗ୍ରହଣ ଜନିତ ବ୍ୟସ୍ତତା ହେତୁ ସ୍ନାତକ ଡିଗ୍ରୀ ପାଇବାରେ ସକ୍ଷମ ହୋଇନଥିଲେ । ସେ ନିଜ ଦଳରେ ଫରୁଆର୍ଡ଼ ଖେଳନ୍ତି । ସେ ୨୫୪ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ୨୦୫ ଗୋଲ ସ୍କୋର ଲାଭକରିଛନ୍ତି । ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସେ ଭାରତୀୟ ମହିଳା ହକି ଦଳର ପାଇଁ ଅଧିନାୟିକା ଭାବେ ଖେଳିଥିଲେ ଓ ଭାରତ ଏହି ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା ।[୩] ସେ ଜଣେ ଷ୍ଟ୍ରାଇକର ଭାବରେ ମଧ୍ୟ ଜଣାଶୁଣା ଏବଂ ପ୍ରାୟତଃ ମିଡ୍ ଫିଲ୍ଡର ଡବଲ୍ସ ହୋଇ ଖେଳନ୍ତି ।[୪] ୨୦୨୦ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଓ ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।[୫][୬] ୨୦୨୪ ମସିହାରେ ଅକ୍ଟୋବର ୨୪ତାରିଖରେ ସେ ହକି ଖେଳରୁ ସନ୍ୟାସ ଘୋଷଣା କରିଥିଲେ । ସନ୍ୟାସ ପରେ ମଧ୍ୟ ସେ ଭାରତୀୟ ଜାତୀୟ କନିଷ୍ଠ ହକି ଦଳର ପ୍ରଶିକ୍ଷକ ଓ ହକି ଇଣ୍ଡିଆ ଲିଗରେ ଦିଲ୍ଲୀ ଦଳର ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରୁଛନ୍ତି ।[୭]
ବ୍ୟକ୍ତିଗତ ସୂଚନା | ||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ |
ଶାହାବାଦ ମାର୍କଣ୍ଡ, ହରିୟାଣା, ଭାରତ | ୪ ଡିସେମ୍ବର ୧୯୯୪|||||||||||||||||||||||||
ଉଚ୍ଚତା | 1.65 m (5 ft 5 in) | |||||||||||||||||||||||||
ଓଜନ | 60 kg (132 lb) | |||||||||||||||||||||||||
Playing position | ଫରୁଆର୍ଡ଼ | |||||||||||||||||||||||||
National team | ||||||||||||||||||||||||||
୨୦୦୯–୨୦୨୪ | ଭାରତ | 226 | (112) | |||||||||||||||||||||||
Medal record
|
ପ୍ରାରମ୍ଭିକ ଜୀବନ
ସମ୍ପାଦନାରାଣୀ ୧୯୯୪ ଡିସେମ୍ବର ୪ରେ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦ ମାର୍କଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସେଠାରେ ଏକ ଠେଲାବାଲା ଭାବରେ କାମ କରନ୍ତି । ସେ ୬ ବର୍ଷ ବୟସ ବେଳୁ ସହରର ହକି ଦଳରେ ନାମ ଲେଖାଇଥିଲେ । ଆରମ୍ଭରେ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ କରାଯାଇଥିଲା କିନ୍ତୁ ପରେ ସେ ତାଙ୍କ ତାଲିମଦାତାଙ୍କୁ ନିଜ ସାମର୍ଥ୍ୟ ଦେଖାଇଥିଲେ । ସେ ୨୦୦୩ରେ ଫିଲ୍ଡ ହକି ଖେଳିବା ଆରମ୍ଭ କରିଥିଲେ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ବଳଦେବ ସିଂଙ୍କ ଅଧୀନରେ ଶାହାବାଦ ହକି ଏକାଡେମୀରେ ତାଲିମ ନେଇଥିଲେ ।[୮] ସେ ପ୍ରଥମେ ଗୋୱାଲିୟରରେ ଜୁନିୟର ନ୍ୟାସନାଲକୁ ଏବଂ ଚଣ୍ଡୀଗଡ଼ ସ୍କୁଲ ନ୍ୟାସନାଲରେ ନ୍ୟାସନାଲକୁ ଆସିଥିଲେ । ପରେ ତାଙ୍କୁ ଜାତୀୟ ଦଳରେ ଭର୍ତ୍ତି କରାଯାଇଥିଲା ।[୯] ମାତ୍ର ୧୪ ବର୍ଷ ବୟସରେ ସିନିୟର ଇୟର ପ୍ରଥମ କରି ଯୋଗ ଦେଇ ସେ ଭାରତୀୟ ମହିଳା ହକି ଦଳରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ । ତାଙ୍କ ପରିବାର ତାଙ୍କୁ ଆର୍ଥିକ ସହାୟତା କରିବାରେ କଷ୍ଟ ଭୋଗିବାରୁ ସେ ବୃତ୍ତିଗତ ଭାବରେ ଖେଳିବା ଆରମ୍ଭ କଲା ପରେ ବେସରକାରୀ କ୍ରୀଡ଼ା ସଂଗଠନ ଗୋସ୍ପୋର୍ଟସ୍ ଫାଉଣ୍ଡେସନ ତାଙ୍କୁ ଆର୍ଥିକ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଥିଲା ।[୧୦] ୩୬ ବର୍ଷ ପରେ ଭାରତୀୟ ମହିଳା ଫିଲ୍ଡ ହକି ଦଳ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଦଳର ଅଂଶ ଥିଲେ ।
ଆଧାର
ସମ୍ପାଦନା- ↑ "Rani Rampal". The Telegraph. Archived from the original on 4 February 2015. Retrieved 26 January 2013.
- ↑ "Rani Rampal profile". BBC. Retrieved 26 January 2013.
- ↑ "Missing medal in Commonwealth Games still haunts me, says Rani Rampal". hindustantimes.com (in ଇଂରାଜୀ). 1 July 2018. Retrieved 28 July 2018.
- ↑ "Why Rani Rampal, India's finest forward in women's hockey, struggles to survive". The Indian Express (in ଆମେରିକୀୟ ଇଂରାଜୀ). 19 July 2015. Retrieved 28 July 2018.
- ↑ "Padma Awards 2020 Announced". pib.gov.in.
- ↑ The Hindu Net Desk (26 January 2020). "Full list of 2020 Padma awardees". The Hindu (in Indian English).
- ↑ Kanta, Surya (25 October 2024). "ଅବସର ନେଲେ ରାଣୀ". Sambad. Retrieved 25 October 2024.
- ↑ "Haryana cart-puller's daughter is hockey's shining young star". The Indian Express. 6 August 2013. Retrieved 6 August 2013.
- ↑ Sudevan, Praveen. "'2018 is the year for women's hockey to make a start': Interview with captain Rani Rampal". Scroll.in (in ଆମେରିକୀୟ ଇଂରାଜୀ). Retrieved 28 July 2018.
- ↑ "Rani named best young player at Women's Hockey World Cup". The Times of India. 13 September 2010. Archived from the original on 28 September 2013.