ଖାମୋଶୀ

୧୯୬୯ର ହିନ୍ଦୀ କଥାଚିତ୍ର

ଖାମୋଶୀ ( ହିନ୍ଦୀ -ख़ामोशी) ଏକ ୧୯୬୯ ନିର୍ମିତ ହିନ୍ଦୀ ଫିଲ୍ମ । ଏହା ଅସିତ ସେନଙ୍କଦ୍ୱାରା ନିର୍ଦ୍ଦେଶିତ ଏକ କଳା ଧଳା ଫିଲ୍ମ । ମୁଖ୍ୟ ଭୂମିକାରେ ସେହି ସମୟର ଜନପ୍ରିୟ ଅଭିନେତା ରାଜେଶ ଖାନ୍ନା ଓ ଅଭିନେତ୍ରୀ ୱାହିଦା ରହମାନ ଅଭିନୀତ ଏହି ଚିତ୍ର ମୁଖ୍ୟତ ହେମନ୍ତ କୁମାରଙ୍କ ମନମୁଗ୍ଧକର ସଂଗୀତ, ଗୁଲଜାରଙ୍କ ରଚିତ ସୁନ୍ଦର ଭାବସମ୍ପନ୍ନ ଗୀତ ଓ ସାବଲୀଳ କାହାଣୀ ପାଇଁ ଆଦୃତ ହୋଇଥିଲା । କଳା ଧଳା ଚିତ୍ର ହେଇଥିଲେ ମଧ୍ୟ ଏଥିରେ ଚିତ୍ରତ୍ତୋଳକ କମଳ ବୋଷଙ୍କ ଚିତ୍ରଗ୍ରହଣ ଖୁବ ସୁନ୍ଦର ଥିଲା ଓ କମଳ ବୋଷ, ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । 

ସଙ୍ଗୀତ  ସମ୍ପାଦନା

ହେମନ୍ତ କୁମାରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ ଗୁଲଜାରଙ୍କ ରଚନା ଏହି କଥାଚିତ୍ରର ମୁଖ୍ୟ ଆକର୍ଷଣ 

  • ତୁମ ପୁକାର ଲୋ.....ତୁମାରା  ଇନ୍ତେଜାର ହେ ...... କିଶୋର କୁମାର 
  • ୱୋ ଶାମ କୁଛ ଆଜିବ   ଥି.... କିଶୋର କୁମାର 
  • ହମନେ ଦେଖା ହୈ ଉନ ଆଁଖୋ କି ମହକତି ଖୁସବୁ..... ଲତା  [୧]
  • ଆଜ କି ରାତ ...... ଆରତି  [୨]
  • ଦୋସ୍ତ କାହା କୋଇ .... ମନ୍ନା ଦେ 

ପୁରସ୍କାର ଓ ମନୋନୟନ ସବୁ  ସମ୍ପାଦନା

  • କମଳ ବୋଷ, ଶ୍ରେଷ୍ଠ ଚିତ୍ରତ୍ତୋଳନ, ଫିଲ୍ମ ଫେୟାର ପୁରସ୍କାର 
  • ୱାହିଦା ରହମାନ, ଶ୍ରେଷ୍ଠ ଅଭିନେତ୍ରୀ, ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ [୩]

ପୁନର୍ନିର୍ମାଣ  ସମ୍ପାଦନା

ଏହା ଉପରେ ଆଧାରିତ ଏକ ହଲିଉଡ ଫିଲ୍ମ ' silence ' ପାଇଁ ୨୦୦୮ରେ ଏକ ଯୋଜନା ଥିଲା , କିନ୍ତୁ ପରେ ତାହା ଆଉ  ଫଳପ୍ରସୂ ହେଇ ନ ଥିଲା । 

ଆଧାର ସମ୍ପାଦନା

  1. Khamoshi 1969 Archived 2009-08-04 at the Wayback Machine. The Hindu, 16 August 2008.
  2. Khamoshi songs
  3. "1st Filmfare Awards 1953" (PDF). Archived from the original (PDF) on 2009-06-12. Retrieved 2016-10-13.

ଅଧିକ ତଥ୍ୟ ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ Khamoshi Internet Movie Database