ରାଜୀବ ଲୋଚନ ହୋତା

ଓଡ଼ିଆ ରାଜନୀତିଜ୍ଞ

ରାଜୀବ ଲୋଚନ ହୋତା (ଜନ୍ମ: ୨୩ ମାର୍ଚ୍ଚ ୧୯୩୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାଜୀବ ଲୋଚନ ହୋତା
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀନିତ୍ୟାନନ୍ଦ ଗଡ଼ତିଆ
ପର ଅଧିକାରୀନିକୁଞ୍ଜ ବିହାରୀ ସିଂହ
ନିର୍ବାଚନ ମଣ୍ଡଳୀବିଜେପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1935-03-23) ୨୩ ମାର୍ଚ୍ଚ ୧୯୩୫ (ବୟସ ୮୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପଦ୍ମିନୀ ହୋତା
ବାପା/ବୋଉନାରାୟଣ ହୋତା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରାଜୀବ ଲୋଚନ ହୋତା ୧୯୩୫ ମସିହାର ମାର୍ଚ୍ଚ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ହୋତା ଓ ପତ୍ନୀଙ୍କ ନାମ ପଦ୍ମିନୀ ହୋତା ।[୧]

ରାଜନୈତିକ ଜୀବନ ସମ୍ପାଦନା

ରାଜୀବ ଲୋଚନ ହୋତା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Rajib Lochan Hota". odishaassembly.nic.in. Odisha Assembly. Retrieved 22 July 2021.