ରାଜା ରବି ବର୍ମା
ରାଜା ରବି ବର୍ମା (ଇଂରାଜୀ ଭାଷାରେ: Raja Ravi Varma)[୩][୪] (୨୯ ଏପ୍ରିଲ ୧୮୪୮ – ୨ ଅକ୍ଟୋବର ୧୯୦୬) ଜଣେ ଚିତ୍ରକର ଓ କଳାକାର ଥିଲେ ଓ ତାଙ୍କ ସମୟରେ ବିଶେଷ ଖ୍ୟାତି ଲାଭ କରିଥିଲେ । ଭାରତୀୟ ଚିତ୍ରକଳା କ୍ଷେତ୍ରରେ ସେ ମହାନ ଚିତ୍ରକରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କ କାମରେ ୟୁରୋପୀୟ ଟେକନିକ ସହିତ ସମ୍ପୁର୍ଣ୍ଣ ଭାରତୀୟ କଳାର ମିଶ୍ରଣ ହେବା ଦେଖାଯାଏ । ଭାରତୀୟ ପରମ୍ପରାକୁ ଉଜ୍ଜିବିତ ରଖି ସେ ତା ସାଥିରେ ପ୍ରଚଳିତ ୟୁରୋପିଆନ ଏକାଡେମିକ କଳା (academic art) ଟେକନିକର ପ୍ରୟୋଗ କରିଥିଲେ । ଦ୍ୱିତୀୟତଃ ସେ ତାଙ୍କର କଳାକୃତିକୁ ଲିଥୋଗ୍ରାଫି ସାହାଯ୍ୟରେ ଜନସାଧାରଣଙ୍କୁ ଉପଲବ୍ଧ କରେଇଥିଲେ ଯାହା ଫଳରେ ତାଙ୍କୁ ସାର୍ବଜନୀନ ପ୍ରସିଦ୍ଧି ମିଳିଥିଲା । ଜନସାଧାରଣଙ୍କର ସୁକ୍ଷ୍ମ କଳା ରୁଚି ପସନ୍ଦ ବୃଦ୍ଧି ପାଇଥିଲା । ପୁରାଣ ବର୍ଣ୍ଣିତ ଦେବ ଦେବୀଙ୍କର ଚିତ୍ର ଗୁଡ଼ିକ ଲୋକମାନେ ଗଭୀର ଭାବରେ ଭଲ ପାଇ ଗ୍ରହଣ କରିଥିଲେ ।
ରାଜା ରବି ବର୍ମା | |
---|---|
ଜନ୍ମ |
କିଲିମାନପୁର (Kilimanoor), ପୂର୍ବତନ ଟ୍ରାଭାଙ୍କୋର (Travancore): ଏବେକାର କେରଳ । | ୨୯ ଅପ୍ରେଲ ୧୮୪୮
ମୃତ୍ୟୁ | ୨ ଅକ୍ଟୋବର ୧୯୦୬ ଆତ୍ତିଙ୍ଗଲ (Attingal), ଟ୍ରାଭାଙ୍କର (Travancore) | (ବୟସ ୫୮)
ଅନ୍ୟ ନାମ | କିଲିମାନପୁରର କୋଇଲି ଥମ୍ପୁରନ, ରବି ବର୍ମା କୋଇଲି ଥମ୍ପୁରନ |
ଶିକ୍ଷାନୁଷ୍ଠାନ | en:University College Thiruvananthapuram |
ବୃତ୍ତି(ସମୂହ) | ଚିତ୍ରକର, କଳାକାର |
ଉଲ୍ଲେଖନୀୟ କୃତି | |
ପୁରସ୍କାର | କାଇଜର-ଇ-ହିନ୍ଦ ସ୍ୱର୍ଣ୍ଣ ପଦକ (Kaisar-i-Hind Gold Medal) |
ଦସ୍ତଖତ | |
ଭାରତରେ ଥିବା ଏବେକାର କେରଳ ପ୍ରଦେଶ ବା ପୂର୍ବତନ ଟ୍ରାଭାଙ୍କୋର ରାଜ୍ୟର ରାଜ ପରିବାର ସହିତ ରବି ବର୍ମାଙ୍କର ନିବିଡ଼ ସମ୍ପର୍କ ଥିଲା । ତାଙ୍କର ଦୁଇ ନାତୁଣୀ ରାଜ ପରିବାରର ପୋଷ୍ୟ ହୋଇଥିଲେ ଓ ସେହି ନାତୁଣୀଙ୍କର ପିଲାମାନେ ସମ୍ପୁର୍ଣ୍ଣ ରାଜ ପରିବାରର ସଦସ୍ୟ ହୋଇଗଲେ । ସେମାନଙ୍କ ମଧ୍ୟରେ ଚିଥିର ଥିରୁନଲ ବଳରାମ ବର୍ମା, ଉଥ୍ରାଦୋମ ଥିରୁନଲ ମାର୍ଥାଣ୍ଡା ବର୍ମା ଓ ମୂଲମ ଥିରୁନଲ ରାମା ବର୍ମାଙ୍କ ନାମ ଉଲ୍ଲେଖଯୋଗ୍ୟ ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାଟ୍ରାଭାଙ୍କୋର ରାଜ ପରିବାରର କିଲିମାନୂର ରାଜପ୍ରାସାଦରେ ଏମ. ଆର. ଆରୱାଇ (M. R. Ry.) ରବି ବର୍ମା, କୋଇଲ ଥମ୍ପୁରନ ନାମରେ ଜନ୍ମ ଗ୍ରହଣ କରିଥିଲେ ।[୫] ସେହି ସମ୍ଭ୍ରାନ୍ତ ମାତୃବଂଶୀୟ ରାଜପରିବାର ୨୦୦ ବର୍ଷ ଧରି ଥିଲା । ଭାରତର ଭାଇସରାୟ ଓ ଗଭର୍ଣ୍ଣର ଜେନେରାଲ ତାଙ୍କୁ ଏକ ବ୍ୟକ୍ତିଗତ 'ରାଜା' ଉପାଧି ଦେଇଥିଲେ ।[୫]
ରବିଙ୍କର ପିତାଙ୍କ ନାମ ଏଝୁମାଭିଲ ନୀଳକଣ୍ଠନ ଭଟ୍ଟାତିରିପଦ ଥିଲା ଓ ତାଙ୍କ ମାତାଙ୍କ ନାମ ଉମା ଅମ୍ବାବାୟି ଥମ୍ପୁରତ୍ତି ଥିଲା । ଟ୍ରାଭାଙ୍କୋରରେ ଥିବା କିଲିମାନୂର ଫିଉଡାଲ ଇସ୍ଟେଟର ବାରୋନିକଲା ପରିବାରରେ ତାଙ୍କର ମାତା ଥିଲେ । ସେ ଜଣେ କବୟିତ୍ରୀ ଓ ସୁଲେଖିକା ଥିଲେ; ତାଙ୍କର ବହିକୁ ରବି ବର୍ମା ପ୍ରକାଶିତ କରିଥିଲେ । ରବି ବର୍ମାଙ୍କର ପିତା ଜଣେ ସଂସ୍କୃତ ପଣ୍ଡିତ ଓ ଆୟୁର୍ବେଦ ବିଶାରଦ ଥିଲେ ଯିଏ କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ବାସିନ୍ଦା ଥିଲେ । ତାଙ୍କର ମଙ୍ଗଳା ବାୟୀ ନାମ୍ନୀ ଗୋଟିଏ ଭଉଣୀ ତଥା ଗୋଦା ବର୍ମା (ଜନ୍ମ ୧୮୫୪) ଓ ସି ରାଜା ରାଜା ବର୍ମା (ଜନ୍ମ ୧୮୬୦) ନାମକ ଦୁଇ ଭାଇ ଥିଲେ । ତାଙ୍କର ଶେଷୋକ୍ତ ଭାଇ ରବିଙ୍କ ସାଥିରେ ଆଜୀବନ ଚିତ୍ରକଳାରେ ଭାଗ ନେଉଥିଲେ ।
କଳା ବୃତ୍ତି
ସମ୍ପାଦନାପରବର୍ତ୍ତୀ ମହାରାଜା ଅୟିଲ୍ୟାମ ଥିରୁନଲଙ୍କ ପୃଷ୍ଠ ପୋଷକତାଅରେ ବର୍ମା ଶିକ୍ଷା ଆରମ୍ଭ କରିଥିଲେ ।[୬] ମଦୁରାଇରେ ସେ ପ୍ରାରମ୍ଭିକ ପ୍ରଶିକ୍ଷଣ ନେଇଥିଲେ । ପରବର୍ତ୍ତୀ କାଳରେ ରାମ ସ୍ୱାମୀ ନାଇଡୁଙ୍କଠାରୁ ଜଳ ଚିତ୍ର ଓ ଡଚ ଚିତ୍ରକାର ଥିଓଡୋ ଜେନସନଙ୍କଠାରୁ ତୈଳ ଚିତ୍ର ଅଙ୍କନ ଶୈଳୀ ଶିକ୍ଷାଲାଭ କରିଥିଲେ ।
ରବି ବର୍ମା ଓ ତାଙ୍କ ଭାଇମାନଙ୍କୁ ପ୍ରଶିକ୍ଷଣ ଦେବାରେ ବ୍ରିଟିଶ ଆଡମିନିସ୍ଟ୍ରେଟର ଏଡଗାର ଥରସ୍ଟୋନ ବହୁତ ପ୍ରତ୍ସାହନ ଦେଇଥିଲେ ।[୭] ସନ ୧୮୭୩ରେ ଭିଏନାର ଏକ ପ୍ରଦର୍ଶନୀରେ ରବି ବର୍ମାଙ୍କର କଳାକୃତି ସ୍ଥାନ ପାଇ ଏକ ପୁରସ୍କାର ପାଇବା ପରେ ତାଙ୍କର ଖ୍ୟାତି ବଢ଼ିଗଲା । ସନ ୧୮୯୩ରେ ସିକାଗୋର ୱର୍ଲଡ କଲମ୍ବିଆନ ଏକ୍ସପୋଜିସନ ପ୍ରଦର୍ଶନୀରେ ବର୍ମା ତିନୋଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୮] ସେ ସାରା ଭାରତ ଭ୍ରମଣ କରି ତାଙ୍କ ଚିତ୍ରର ପାତ୍ର ଖୋଜୁଥିଲେ । ସେ ହିନ୍ଦୁ ଦେବୀ ଓ ଦକ୍ଷିଣ ଭାରତୀୟ ମହିଳାଙ୍କର ଚିତ୍ର ଆଙ୍କୁଥିଲେ । ମହାଭାରତର ଦୁଷ୍ମନ୍ତ-ଶକୁନ୍ତଳା ଓ ନଳ-ଦମୟନ୍ତିଙ୍କର ଚିତ୍ର କରି ସେ ଉଲ୍ଲେଖନୀୟ ହୋଇପାରିଥିଲେ । ପୁରାଣ କାହାଣୀରେ ରବି ବର୍ମାଙ୍କର ଚିନ୍ତାଧାରା ପ୍ରତିଫଳିତ ହୋଇଥିଲା । ଭଦୋଦରାର ଲକ୍ଷ୍ମୀ ବିଳାସ ରାଜପ୍ରାସାଦରେ ତାଙ୍କର ଅଧିକାଂଶ ଚିତ୍ର ଅଛି ।[୯]
ଆଧାର
ସମ୍ପାଦନା- ↑ Joshi, Om Prakash (1985). Sociology of Indian art. Rawat Publications. p. 40.
- ↑ K.R.N. Swamy (28 April 2002). "A great painter, no doubt, but controversial too". Spectrum–The Tribune. Retrieved 28 October 2014.
- ↑ Nagam Aiya, The Travancore State Manual
- ↑ "Restoring works of art". The Hindu. Retrieved 18 April 2015.
- ↑ ୫.୦ ୫.୧ PAL, DEEPANJANA (2011). THE PAINTER. Random House India. ISBN 9788184002614. Retrieved 18 April 2015.
- ↑ "The Diary of C. Rajaraja Varma"
- ↑ Mitter, Partha (1994). Art and Nationalism in Colonial India, 1850-1922: Occidental Orientations. Cambridge University Press. pp. 69, 193, 208. ISBN 978-0-52144-354-8.
- ↑ Kilimanoor Chandran, Ravi Varmayum Chitrakalayum(in Malayalam), Department of Culture, Kerala, 1998.
- ↑ Vadodara, Lakshmi Vilas Palace. "Raja Ravi Varma Paintings, Vadodara". www.historyofvadodara.in. Archived from the original on 2015-09-24. Retrieved 2020-03-19.