ରାଜମା[୧] (ହିନ୍ଦୀ : राजमा) ଏକ ଦକ୍ଷିଣ ଏସିଆ ଶକାହାରୀ ବ୍ୟଞ୍ଜନ ଅଟେ । ଏହା ସାଧାରଣତଃ ବହଳିଆ ଯୁକ୍ତ ଭାରତୀୟ ମସଲାଯୁକ୍ତ ଖାଦ୍ୟ ଯାହା ମୁଖ୍ୟତଃ ଭାତ ଏବଂ ରୁଟି ସହିତ ପରସା ଯାଏ । କିନ୍ତୁ ଏହା ସାଧାରଣତଃ ଉତ୍ତର ଭାରତ ଏବଂ ନେପାଳର ମୁଖ୍ୟ ବ୍ୟଞ୍ଜନ ରୂପେ ପ୍ରସିଦ୍ଧ ।[୨] ମେକ୍ସିକୋରୁ ଭାରତୀୟ ଉପ-ମହାଦ୍ୱୀପରୁ ଏହି ରାଜମା ଆଣିବା ପରେ ଏହି ଖାଦ୍ୟ ବିକଶିତ ହୋଇଥିଲା।[୩] ଏକ ଲୋକପ୍ରିୟ ଖାଦ୍ୟ ହୋଇଥିବାରୁ, ମହତ୍ୱପୂର୍ଣ୍ଣ ଅବଶରରେ ତିଆରି କରାଯାଇଥାଏ । ସିଝା ରାଜମାର 100 ଗ୍ରାମରେ ପାଖାପାଖି 140 କ୍ୟାଲୋରୀ, 5.7 ଗ୍ରାମ ପ୍ରୋଟିନ, 5.9 ଗ୍ରାମ ଫ୍ୟାଟ ଏବଂ 18 ଗ୍ରାମ କାର୍ବନହାଇଡ୍ରେଟ ରହିଥାଏ ।[୩]ରାଜମା ମୁଖତଃ ଏକ ପଞ୍ଜାବୀ ଭୋଜନ ଅଟେ । ମୂଳତଃ ରାଜମା ଭାରତୀୟ ଫସଲ ନୁହେ କିନ୍ତୁ ବର୍ତ୍ତମାନ ଏହା ଉତ୍ତର ଭାରତର ଏକ ମୁଖ୍ୟ ବ୍ୟଞ୍ଜନ ହୋଇସାରିଛି । ସୁପ୍ରସିଦ୍ଧ ଖାଦ୍ୟ ହେବା କାରଣରୁ ଏବେ ଏହା ଭାରତରେ ବିଶେଷ ଅବସରରେ ପ୍ରସ୍ତୁତ ହୋଇଥାଏ ।

ରାଜମା
ପରସା ଯାଇଥିବା ରାଜମା ସହିତ ଭାତ
ମୂଳ ସ୍ଥାନଭାରତୀୟ ଖାଦ୍ୟ
ମୁଖ୍ୟ ଉପାଦାନKidney beans
ଖାଦ୍ୟରୁ ଶକ୍ତି
(per ବଢ଼ା)
100 grams of boiled Rajma beans contain 140 calories କିଲୋ କ୍ୟାଲୋରୀ

ରାଜମା ଏବଂ ଭାତର ସଂଯୋଗ ସାଧାରଣତଃ ଉତ୍ତର ଭାରତୀୟ ଏବଂ ନେପାଳର ଏକ ଶୀର୍ଷ ପସନ୍ଦ ସୂଚୀ ରୂପେ ସୂଚିବଦ୍ଧ କରିଥାଏ ।[୪] ରାଜମା ଭାରତରେ ପିଆଜ, ରସୁଣ ଏବଂ ବହୁ ମସଲା ସହିତ ପ୍ରସ୍ତୁତ ହୋଇଥାଏ ଏବଂ ଏହା ନେପାଳର ଏକ ପ୍ରମୁଖ ଖାଦ୍ୟ ରୂପେ ପରିଚିତ । ଏହି ଖାଦ୍ୟ ସମ୍ପୂର୍ଣ୍ଣ ଭାରତୀୟ ଉପ-ମହାଦ୍ୱୀପରେ ଲୋକପ୍ରିୟ ହୋଇଥାଏ ।

ଆଧାର ସମ୍ପାଦନା

  1. "Gogji Razma (Kidney Beans with Turnips)". Jagalbandi. Retrieved 2009-07-07.
  2. "Food-nepal.com - Rajma Curry in Nepalese Cuisine (Kidney Bean Rajma)".
  3. ୩.୦ ୩.୧ "Rajma, rice and calories". Chennai, India: The Hindu. 22 September 2003. Archived from the original on 2003-10-11. Retrieved 2009-07-07.
  4. "Preparation of Nepali Curry Rajma in Australia | nepaliaustralian".