ରାଜକୃଷ୍ଣ ବୋଷ
ରାଜକୃଷ୍ଣ ବୋଷ (୧୭ ଡିସେମ୍ବର ୧୯୦୦ - ୯ ଜାନୁଆରୀ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଲକ୍ଷ୍ମଣ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ୧୯୩୬ ମସିହାରେ ଏବଂ ୧୯୪୬ ମସିହାରେ ପଶ୍ଚିମ କଟକ ସଦର ଏବଂ ପୂର୍ବ କେନ୍ଦ୍ରାପଡ଼ାରୁ ପରାଧୀନ ଭାରତର ୧ମ ଏବଂ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୫୨ ମସିହାର ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କିଶାନ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ଏବଂ ୧୯୫୨ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ରାଜକୃଷ୍ଣ ବୋଷ | |
---|---|
![]() | |
ବିଧାୟକ: ୧ମ ଲୋକ ସଭା (ସ୍ୱାଧୀନତା ପୂର୍ବର) | |
କାର୍ଯ୍ୟକାଳ ୧୯୩୭ – ୧୯୪୬ | |
ନିର୍ବାଚନ ମଣ୍ଡଳୀ | ପଶ୍ଚିମ କଟକ ସଦର |
ବିଧାୟକ: ୨ୟ ଲୋକ ସଭା (ସ୍ୱାଧୀନତା ପୂର୍ବର) | |
କାର୍ଯ୍ୟକାଳ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | ପୂର୍ବ କେନ୍ଦ୍ରାପଡ଼ା |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | କିଶାନ ନଗର |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପର ଅଧିକାରୀ | ଲକ୍ଷ୍ମଣ ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | କଟକ ସଦର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଡିସେମ୍ବର ୧୭, ୧୯୦୦ |
ମୃତ୍ୟୁ | ୯ ଜାନୁଆରୀ ୧୯୯୨ | (ବୟସ ୯୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ |
ଜୀବନ ସାଥୀ | ମୃଣାଳିନୀ ବୋଷ |
ବାପା/ବୋଉ | ଲକ୍ଷ୍ମୀନାରାୟଣ ବୋଷ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ
ରାଜକୃଷ୍ଣ ବୋଷ ୧୯୦୦ ମସିହାର ଡିସେମ୍ବର ମାସ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମୀନାରାୟଣ ବୋଷ ଏବଂ ପତ୍ନୀଙ୍କ ନାମ ମୃଣାଳିନୀ ବୋଷ ।[୧] ଲକ୍ଷ୍ମଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଅଟ୍ ।[୧]
ରାଜନୈତିକ ଜୀବନସମ୍ପାଦନ କରନ୍ତୁ
ରାଜକୃଷ୍ଣ ବୋଷ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଚାରିଥର ଭାବରେ କାର୍ଯ୍ୟ କରିଥିଲେ ।[୧] ଏତଦ୍ ବ୍ୟତୀତ ସ୍ୱାଧୀନତା ପୂର୍ବର ଓଡ଼ିଶା ବିଧାନ ସଭାରେ ସେ ଜଣେ ମନ୍ତ୍ରୀ ଭାବରେ ୧୯୪୮ରୁ ୧୯୫୨ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁସମ୍ପାଦନ କରନ୍ତୁ
ରାଜକୃଷ୍ଣ ବୋଷ ୧୯୯୨ ମସିହାର ଜାନୁଆରୀ ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।