ରାଜକିଶୋର ପଟ୍ଟନାୟକ

ଓଡ଼ିଆ ସାହିତ୍ୟିକ

ରାଜକିଶୋର ପଟ୍ଟନାୟକ ( ୮ ଅପ୍ରେଲ ୧୯୧୭ - ୦୧ ମାର୍ଚ୍ଚ ୧୯୯୭ ) [୨] ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ଓଡ଼ିଆ ଅଧ୍ୟାପକ ଥିଲେ । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।

ରାଜକିଶୋର ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1917-04-08)୮ ଅପ୍ରେଲ ୧୯୧୭
କଲିକତା
ମୃତ୍ୟୁ୧ ମାର୍ଚ୍ଚ ୧୯୯୭(1997-03-01) (ବୟସ ୭୯)
ବୃତ୍ତିଓକିଲାତି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ବିଷୟନାଟକ, ଗପ, ଏକାଙ୍କିକା
ପୁରସ୍କାରଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର
ଜୀବନସାଥୀଶୈଳବାଳା ପଟ୍ଟନାୟକ
ସନ୍ତାନଅଶୋକ କୁମାର ପଟ୍ଟନାୟକ[୧]
ପିତାମାତାଶ୍ରୀବତ୍ସ ପଟ୍ଟନାୟକ, ସୁନ୍ଦରମଣୀ ଦେବୀ

ଜୀବନ କାଳ ସମ୍ପାଦନା

ରାଜକିଶୋର ୧୯୧୭ ମସିହାରେ କଲିକତାର 'ଗ୍ରେ ଷ୍ଟ୍ରିଟ'ରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଶ୍ରୀବତ୍ସ ପଟ୍ଟନାୟକ ଥିଲେ ଜଣେ ସରକାରୀ କର୍ମଚାରୀ । ମାତାଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ତାଙ୍କ ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ରସୁଲୁକୁଣ୍ଡା । ସେ ଜଣେ ମେଧାବୀ ଛାତ୍ର ଓ ଉତ୍ତମ ଖେଳାଳି ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ କରି ଆଇନ ପଢ଼ିଥିଲେ । ସାଇକେଲ ରେସିଂରେ ସେ ଚମ୍ପିୟାନ ହୋଇଥିଲେ ଓ ତାଙ୍କର ଏକ ରେକର୍ଡ଼ ୪୦ବର୍ଷ ଧରି ବଳବତ୍ତର ରହିଥିଲା । ୧୯୪୦ ମସିହାରୁ କଟକରେ ସେ ଓକିଲାତି କରୁଥିଲେ । କିଛିଦିନ ଆଇନ ପାଠର ଅଧ୍ୟାପନା ମଧ୍ୟ କରିଥିଲେ । ସାହିତ୍ୟ କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପରେ ସେ ପ୍ରବଳ ବିରୋଧୀ ଥିଲେ । ସରକାରୀ ପରିଚାଳନାରେ ଓଡ଼ିଶା ସାହିତ୍ୟ ଏକାଡେମୀ' ଗଠନର ସେ ତୀବ୍ର ବିରୋଧ କରିଥିଲେ । ସେ ବୟାଳିଶ ବୟସରେ ବିବାହ କରିଥିଲେ । ପତ୍ନୀ ଶୈଳବାଳା ମଧ୍ୟ ଜଣେ ଓକିଲ ଥିଲେ । ସ୍ୱଚ୍ଛଳ ପରିବାରରେ ଜନ୍ମ ହୋଇଥିବା ସତ୍ତ୍ୱେ ତାଙ୍କ ଜୀବନ ଅଭାବ ଅନାଟନରେ ବିତିଥିଲା ।

ସାହିତ୍ୟ ସର୍ଜନା ସମ୍ପାଦନା

୧୯୩୪ ମସିହା ମାର୍ଚ୍ଚମାସରୁ ରାଜକିଶୋରଙ୍କର ସାରସ୍ୱତ ଜୀବନ ଆରମ୍ଭ ହୋଇଥିଲା । ସେ ସମୟରେ ସେ ନିଜର ପ୍ରଥମ ଉପନ୍ୟାସ ଲେଖିଥିଲେ । କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ୧୯୩୭ ମସିହାରେ ରେଭେନ୍ସାରେ ପଢୁଥିବା ସମୟରେ ସେ ନବଭାରତ ପତ୍ରିକାରେ ଧାରାବାହିକ ଭାବରେ 'ମୋ ଚିଠି ଫାଇଲ' ଶୀର୍ଷକରେ ଲେଖାଲେଖି ଆରମ୍ଭ କରିଥିଲେ । ସେ ଲେଖା ସବୁ ପରବର୍ତ୍ତୀ ସମୟରେ 'ପଞ୍ଜୁରୀ ପକ୍ଷୀ' ନାମରେ ପ୍ରକାଶ ପାଇଥିଲା ।[୩]

ରଚନାବଳୀ ସମ୍ପାଦନା

ମାନ ସମ୍ମାନ ସମ୍ପାଦନା

  • ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୧୯୯୬[୫]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୬]
  • ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର ସମ୍ପାଦନା

  1. "CAT-Members-Cuttack Bench- Shri Ashok Kumar Patnaik". cgat.gov.in. 2011. Retrieved 26 January 2013. Father's Name : Late Raj Kishore Patnaik, Advocate & Novelist (Sahitya Academy Award winner)
  2. "Orissa Government Portal". odisha.gov.in. Retrieved 26 January 2013. Rajkishore Patnaik (1916 -97)
  3. ରାଜକିଶୋର ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ. ନେସନାଲ ବୁକ ଟ୍ରଷ୍ଟ. ୦୮/୦୪/୨୦୨୦. pp. ୨୩୮. ISBN 9788123749891. {{cite book}}: Check date values in: |date= (help)
  4. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୦୧/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Archived from the original on 8 March 2017. Retrieved 1 March 2017.
  5. http://orissa.gov.in/e-magazine/orissaannualreference/ORA-2011/pdf/100.pdf
  6. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)