ରବୀନ୍ଦ୍ରନାଥ ଦାସ

ଓଡ଼ିଆ ନାଟ୍ୟକାର

ରବୀନ୍ଦ୍ରନାଥ ଦାସ (୧୭ ମଇ ୧୯୪୩ - ୨୦ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଓ ନାଟ୍ୟକାର ଥିଲେ । ସେ ରବି ଦାସ ନାମରେ ମଧ୍ୟ ପରିଚିତ ଥିଲେ । ସାହିତ୍ୟ ସାଧନା ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ପ୍ରଜାତନ୍ତ୍ର ବିଷୁବ ପୁରସ୍କାର ଆଦି ପୁରସ୍କାର ପାଇଥିଲେ । ବୃତ୍ତିରେ ସେ ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଥିଲେ ।[୧][୨]

ରବୀନ୍ଦ୍ରନାଥ ଦାସ
Born(1943-05-17)୧୭ ମଇ ୧୯୪୩
ପାଇଲେ, ପାଟକୁରା, କେନ୍ଦ୍ରାପଡ଼ା
Died୨୦ ଅପ୍ରେଲ ୨୦୨୨(2022-04-20) (ବୟସ ୭୮)
Nationalityଭାରତୀୟ
Citizenshipଭାରତୀୟ
Alma materରେଭେନ୍ସା ମହାବିଦ୍ୟାଳୟ
Occupationପ୍ରଶାସକ
Spouseଇନ୍ଦିରା ଦାସ
Childrenଲିପିକା, ଆକାଶ
Relativesମନୋରଞ୍ଜନ (ଜାମାତା)

ସଂକ୍ଷିପ୍ତ ଜୀବନୀ ସମ୍ପାଦନା

ରବୀନ୍ଦ୍ରନାଥ ୧୯୪୩ ମସିହା ମଇ ୧୭ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ପାଇଲେ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୩] ପିଲାବେଳୁ ତାଙ୍କର ସାହିତ୍ୟରେ ରୁଚି ଥିଲା । ଅଷ୍ଟମ ଶ୍ରେଣୀରେ ପଡ଼ିବା ସମୟରେ ତାଙ୍କର ପ୍ରଥମ ଗପ ପ୍ରକାଶ ପାଇଥିଲା । ସେ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ ।

ବୃତ୍ତିରେ ସେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଥିଲେ । ଆକାଶବାଣୀ କଟକର ସେ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ୨୦୦୬-୦୭ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବରେ କାର୍ଯ୍ୟ କରିଥିଲେ ।

ରଚନାବଳୀ ସମ୍ପାଦନା

ନାଟକ ସମ୍ପାଦନା

  • ବିଷର୍ଣ୍ଣ ପୃଥ୍ୱୀ
  • ଯୋଦ୍ଧା
  • ଧୃବ
  • ଦେବୀ
  • ଚିତ୍ରସେନ
  • ଅଙ୍ଗାର
  • ଅନ୍ତିମ ପର୍ବ

ଗଳ୍ପଗ୍ରନ୍ଥ ସମ୍ପାଦନା

  • ଅନେକ ଯନ୍ତ୍ରଣା
  • ମୁଖବନ୍ଧ (ହିନ୍ଦୀ ଭାଷାକୁ ଅନୁବାଦିତ ହୋଇଛି)
  • ନିସଃଙ୍ଗ ଅଶ୍ୱାରୋହୀ
  • ନିର୍ବାସିତ ସମ୍ରାଟ

ଉପନ୍ୟାସ ସମ୍ପାଦନା

  • ଘର
  • ବାପା
  • ବୋଉ
  • ମାୟା
  • ରମା
  • ହୃଦୟେଶ୍ୱରୀ
  • ନିସଃଙ୍ଗ ଆକାଶ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୯ (ନାଟକ ବିଷର୍ଣ୍ଣ ପୃଥ୍ୱୀ)[୪]
  • ରାଜଧାନୀ ପୁସ୍ତକ ମେଳା ସମ୍ମାନ - ୨୦୦୯[୫]
  • ବିଷୁବ ସମ୍ମାନ[୬]
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୦୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ ସମ୍ମାନ)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଆଧାର ସମ୍ପାଦନା

  1. "ପରଲୋକରେ ନାଟ୍ୟକାର ରବୀନ୍ଦ୍ରନାଥ ଦାସ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 April 2022. Retrieved 21 April 2022.
  2. "ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ". www.thesakala.in. ସକାଳ. Archived from the original on 21 April 2022. Retrieved 21 April 2022.
  3. "ପରଲୋକରେ ନାଟ୍ୟକାର ରବୀନ୍ଦ୍ରନାଥ ଦାସ". ନିତିଦିନ. ୨୧ ଅପ୍ରେଲ ୨୦୨୨. p. ୪. Archived from the original on ୨୧ ଅପ୍ରେଲ ୨୦୨୨. Retrieved 22 April 2022. {{cite web}}: Check date values in: |date= and |archivedate= (help)
  4. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କ୍ଟତ ପୁସ୍ତକ ଓ ଲେଖକ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 21 April 2022.
  5. "LIST OF AWARDS". www.rajdhanibookfair.com/. rajdhani book fair. Archived from the original on 7 July 2022. Retrieved 21 April 2022.
  6. "ନାଟ୍ୟକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ". No. ଧରିତ୍ରୀ ୨୧/୦୪/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଧରିତ୍ରୀ. 21 April 2022. Archived from the original on 21 April 2022. Retrieved 21 April 2022.