ରବି କାନୁନଗୋ
ରବି କାନୁନଗୋ (ଜନ୍ମ : ୨୦.୪.୧୯୪୬) ଜଣେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଏବଂ କଥାକାର ।[୨][୩] ଦୈନିକ ଖବର କାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ଅଟନ୍ତି । ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଆଇନ ଓ ଟ୍ରେଡ଼ ୟୁନିୟନ ଅନୁଷ୍ଠାନ[୪] ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ଅଛନ୍ତି । [୫] [୬]
ରବି କାନୁନଗୋ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚଁପୁର, କେନ୍ଦ୍ରାପଡ଼ା ଜିଲ୍ଲା [୧] | ୨୦ ଅପ୍ରେଲ ୧୯୪୬
ବୃତ୍ତି | ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଏବଂ କଥାକାର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ବିଏ ଏଲଏଲବି |
ଶିକ୍ଷାନୁଷ୍ଠାନ | ରାଉରକେଲା ଆଇନ ମହାବିଦ୍ୟାଳୟ |
ଶୈଳୀ | ସାହିତ୍ୟ |
ପୁରସ୍କାର | ଡ ରାଧାନାଥ ରଥ ବିଶିଷ୍ଟ ସାମ୍ବାଦିକ ସମ୍ମାନ - ୨୦୧୧ (ଉତ୍କଳ ସାହିତ୍ୟ ସମାଜ ଦ୍ୱାରା) |
ଜୀବନସାଥୀ | ମଞ୍ଜୁମିତା କାନୁନଗୋ |
ସନ୍ତାନ | ସ୍ନାତଶାନ୍ତା ସାମନ୍ତରାୟ (କନ୍ୟା) ସଙ୍ଘମିତ୍ରା ମହାନ୍ତି (କନ୍ୟା) ଓ ସନ୍ତଦୀପ୍ତି କାନୁନଗୋ (ପୁତ୍ର) |
ସମ୍ପର୍କୀୟ | ହରିହର କାନୁନଗୋ (ସାନ ଭାଇ) |
ଶିକ୍ଷା ଓ ପେଷା
ସମ୍ପାଦନାମହାରାଜ କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟ, ବାରିପଦା ଓ ଜୟରାମ ଉଚ୍ଚବିଦ୍ୟାଳୟ କରୋଳୋ ପାଟଣା, କେନ୍ଦ୍ରାପଡ଼ାରୁ ଏକାଦଶ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ (ପ୍ରଥମ ବ୍ୟାଚ ଛାତ୍ର), ନାଇଟ କଲେଜ ରାଉରକେଲାରୁ କଳାରେ ସ୍ନାତକ, ରାଉରକେଲା ଆଇନ ମହାବିଦ୍ୟାଳୟରୁ ବିଏ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ରବି କାନୁନଗୋ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ ଥିଲେ । ଅବସର ନେବାପରେ ଭୁବନେଶ୍ୱରରେ ସ୍ଥାନାନ୍ତର ହୋଇଥିଲେ । ୨୦୦୯ ମସିହା ଜାନୁଆରୀରୁ ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜରେ ସମ୍ପାଦକ ଅଛନ୍ତି ।
ଅବଦାନ
ସମ୍ପାଦନାପ୍ରାୟ ପଚାଶ ବର୍ଷ ଧରି ତାଙ୍କ ସୃଷ୍ଟିର ପାଖାପାଖି ୫0୦୦୦ରୁ ଅଧିକ ସ୍ତମ୍ଭ, କାହାଣୀ, କବିତା ପ୍ରକାଶିତ ହୋଇଛି । ୧୯୭୨ ମସିହାରେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ବାଟେଘାଟେ ସ୍ତମ୍ଭରେ 'ଲଘୁପାକ' ପ୍ରସଙ୍ଗରୁ ଲେଖିବା ଆରମ୍ଭ କରିଥିଲେ । 'ସମ୍ବାଦ'ରେ 'କଥା କିଂଚିତ୍' (୧୯୮୪-୯୩), ତାଙ୍କର ଅକ୍ଷର ଅନାବାଦୀ (ପ୍ରଜାତନ୍ତ୍ର ସାପ୍ତାହିକ ସ୍ତମ୍ଭ ୧୯୯୩ରୁ ୨୦୦୫ମସିହା ପର୍ଯ୍ୟନ୍ତ), ଦୈନିକ ସମାଜ ଓ ସମ୍ବାଦ ଖବର କାଗଜରେ ମନେଥାଉ ସେମିତି ସେମିତି ଆଦି ଅନେକ ସ୍ଥମ୍ଭ ୨୦୦୦ରୁ ୨୦୦୫ ମସିହା ମଧ୍ୟରେ ପ୍ରକାଶ ପାଇଥିଲା । ତା' ଛଡ଼ା ସାଂପ୍ରତିକ ଘଟଣାବଳୀ ତାଙ୍କ ଲେଖନୀରେ ସାହିତ୍ୟର ସ୍ପନ୍ଦନ, ହାସ୍ୟରସର ବେଢ଼ଣ ଏବଂ ମାନବବାଦର ସ୍ପର୍ଶ ଦେଖିବାକୁ ମିଳେ । ଗମ୍ଭିର ତଥା ହାସ୍ୟ କବିତା ଲିଖନରେ ତାଙ୍କର ସ୍ପଷ୍ଟ ଓ ଅନନ୍ୟ ପରିଚୟ ରହିଛି l ରାଜନୀତି, ଶ୍ରମ ସଂଗଠନ, ଆଇନଜ୍ଞ ଏବଂ ବହୁ ଭ୍ରମଣ ଅଭିଜ୍ଞତା ଯୋଗୁ ତାଙ୍କ ନିରୀକ୍ଷଣର ଶୈଳୀ ଏକଦମ ନିଆରା । ସେ ଜଣେ ଗଳ୍ପ ଲେଖକ ମଧ୍ୟ । ୧୯୬୭ ମସିକରେ ପ୍ରକାଶିତ "ଅଇଁଠା ଓ ଅନାବାଦୀ" ତାଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ ରଚନା ଅଟେ ।
ପ୍ରକାଶିତ ପୁସ୍ତକ
ସମ୍ପାଦନା- କଥା କିଞ୍ଚିତ (ଇଷ୍ଟର୍ଣ୍ଣ ମିଡିଆ ଲି ୧୯୮୯)
- କାଗଜ ବାଘ (ଫ୍ରେଣ୍ଡସ ପବ୍ଲିସର୍ସ ୧୯୯୪)
- କେଶବତୀ କନ୍ୟା (ଲାର୍କ ବୁକ୍ସ ୧୯୯୭)[୭]
ଗଳ୍ପ
ସମ୍ପାଦନା- ଆଇନା ଭାରତ ଓ ଭାରତୀ (୧୯୯୮)
- ପୁଅ ଓ କୋଡ଼ିଏଟି ଗପ (ଆରୋହୀ ୨୦୦୪)
- ଆଶା ତମସା [୮] (ଆଦ୍ୟ ପ୍ରକାଶନୀ ୨୦୦୮)
- ସବୁ ନାରୀ ଟିକେ ଟିକେ ସୀତା ('ସୂର୍ଯ୍ୟ ପ୍ରଭା', ୨୦୧୩)
- ଏକ ରାଜ୍ୟପାଳଙ୍କ ଅନୁଭୁତି - ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ମୂଳଲେଖାର ଅନୁଦିତ ପୁସ୍ତକ (ଗ୍ରନ୍ଥମନ୍ଦିର ୧୯୯୭)
- ମନେ ଥାଉ ସେମିତି ସେମିତି - ('ସୂର୍ଯ୍ୟ ପ୍ରଭା'. ୨୦୧୪)
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ସ୍ୱସ୍ତି ସାହିତ୍ୟ ସମ୍ମାନ (୧୯୯୩) (ସ୍ୱସ୍ତି ଅନୁଷ୍ଠାନ ଦ୍ୱାରା)
- ସୁରେନ୍ଦ୍ର ମହାନ୍ତି କଥା ସାହିତ୍ୟ ସମ୍ମାନ ୧୯୯୪ (ନୀଳଶୈଳ ଅନୁଷ୍ଠାନଦ୍ୱାରା)
- ଉତ୍କଳ ସମ୍ବାଦ ସାହିତ୍ୟ ସମ୍ମାନ - ୧୯୯୬ (ଉତ୍କଳ ମେଲଦ୍ୱାରା)
- ପ୍ରଜାତନ୍ତ୍ର ବିଷୁବ ସମ୍ମାନ - ୧୯୯୬(ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା) [୯]
- ଆୱାର୍ଡ ଫର ରାଇଟିଂ ଆଉଟଷ୍ଟାଣ୍ଡିଂ ଓଡ଼ିଆ କ୍ରିଏଟିଭ ରାଇଟିଂ - ୧୯୯୮ (ଲାୟନ୍ସ କ୍ଲବଦ୍ୱାରା)
- ବୀର ସୁରେନ୍ଦ୍ର ସାଏ ସାହିତ୍ୟ ସମ୍ମାନ - ୨୦୦୧ (ପଶ୍ଚିମ ଓଡ଼ିଶା ଏକାଡେମୀଦ୍ୱାରା)
- ବିଶିଷ୍ଟ ସେବା ସମ୍ମାନ (ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କଦ୍ୱାରା ୨୦୦୩)
- ସାରସ୍ୱତ ସମ୍ମାନ ୨୦୦୪ (ଜଗତସିଂହପୁର ସାହିତ୍ୟ ସଂସଦ)
- ସଂକଳ୍ପ ସାହିତ୍ୟ ସମ୍ମାନ - ୨୦୦୪ (ସଂକଳ୍ପ ଅନୁଷ୍ଠାନ ଦ୍ୱାରା)
- ଆଦିକବି ସାରଳା ପୁରସ୍କାର - ୨୦୦୬(ସାରଳା ସାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା)
- ନାରଦ ସମ୍ମାନ (୨୦୦୯ ବିଶ୍ୱ ସମ୍ବାଦ କେନ୍ଦ୍ର ରାଉରକେଲା ଦ୍ୱାରା)
- ପ୍ରତିବିମ୍ବ ପ୍ରିୟ ମନିଷ - ୨୦୧୦ ( ସମ୍ବର୍ଦ୍ଧନା ଉତ୍ସବ, ବାଲେଶ୍ୱର)
- ଡ. ରାଧାନାଥ ରଥ ବିଶିଷ୍ଟ ସାମ୍ବାଦିକ ସମ୍ମାନ - ୨୦୧୧ (ଉତ୍କଳ ସାହିତ୍ୟ ସମାଜ ଦ୍ୱାରା)
ଆଧାର
ସମ୍ପାଦନା- ↑ wikimapia.org/593801/chanpur
- ↑ "ଆର୍କାଇଭ୍ କପି". Archived from the original on 2016-09-29. Retrieved 2016-09-17.
{{cite web}}
: Cite has empty unknown parameter:|1=
(help) - ↑ http://www.nuaodisha.com/list-of-odia-story-writers-poets-and-critics.aspx
- ↑ http://www.cbsenet.com/2013/04/2013-december-ugc-net-examination-in_8231.html
- ↑ http://www.odishanewsinsight.com/tag/rabi-kanungo/
- ↑ "ଆର୍କାଇଭ୍ କପି". Archived from the original on 2012-05-24. Retrieved 2016-09-17.
{{cite web}}
: Cite has empty unknown parameter:|1=
(help) - ↑ http://www.paperbackswap.com/Rabi-Kanungo/author/
- ↑ https://or.wikisource.org/wiki/%E0%AC%86%E0%AC%B6%E0%AC%BE_%E0%AC%A4%E0%AC%AE%E0%AC%B8%E0%AC%BE/%E0%AC%AE%E0%AD%81%E0%AC%96%E0%AC%AC%E0%AC%A8%E0%AD%8D%E0%AC%A7
- ↑ "ଆର୍କାଇଭ୍ କପି". Archived from the original on 2021-05-18. Retrieved 2016-07-25.
{{cite web}}
: Cite has empty unknown parameter:|1=
(help)