ଯୋଗମାୟା ମନ୍ଦିର

ଏହା ଏକ ହିନ୍ଦୁ ମନ୍ଦିର ଶକ୍ତି ପୀଠ ଯାହା ମା ଯୋଗମାୟାଙ୍କୁ ସମର୍ପିତ ହୋଇଛି ।

ଯୋଗମାୟା ମନ୍ଦିର ଏକ ହିନ୍ଦୁ ମନ୍ଦିର ଶକ୍ତି ପୀଠ ଯାହା ମା ଯୋଗମାୟାଙ୍କୁ ସମର୍ପିତ ହୋଇଛି । ଯୋଗମାୟାଙ୍କୁ କୃଷ୍ଣଙ୍କ ଭଗିନୀ ଭାବରେ ବିବେଚନା କରାଯାଏ ଯିଏ ବିନ୍ଧ୍ୟବାସିନୀ ଅବତାର ନେଇ ମେହରୋଉଲି, ନୂଆ ଦିଲ୍ଲୀରେ କୁତବ ମୀନାର ପାଖରେ ଅଛନ୍ତି । ସ୍ଥାନୀୟ ପୂଜକ ଓ ଲୋକମାନଙ୍କ କଥନ ଅନୁସାରେ ମାମଲୁକ ବଂଶ ୨୭ଟି ମନ୍ଦିର ଧ୍ବଂସ କରିଦେଇଥିଲେ ଓ ଏହି ମନ୍ଦିରଟି ବଞ୍ଚି ରହିଛି ଯେଉଁଟା ସଲତନତ କାଳ ପୂର୍ବରୁ ତିଆରି ହୋଇଥିଲା ଓ ଏ ପର୍ଯ୍ୟନ୍ତ ବ୍ୟବହୃତ ହେଉଛି । ହିନ୍ଦୁ ରାଜା ସମ୍ରାଟ ବିକ୍ରମାଦିତ୍ୟ ହେମୁ ଏହି ମନ୍ଦିରର ପୁନର୍ଗଠନ କରେଇଥିଲେ । ଆଉରଙ୍ଗଜେବଙ୍କ ରାଜତ୍ୱ ସମୟରେ ଏକ ଚାରିକୋଣିଆ ହଲ ଏହା ସହିତ ସଂଯୁକ୍ତ କରାଯାଇଥିଲା ଖ୍ରୀ:ପୂ: ୩୦୦-୨୦୦ ମଧ୍ୟରେ ତିଆରି ହୋଇଥିବା ଏହି ମନ୍ଦିର ମୁସଲମାନ ଶାସକମାନଙ୍କଦ୍ୱାରା ଭଙ୍ଗା ଯିବା ପରେ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ବାରମ୍ବାର ପୁନର୍ଗଠନ କରାଯାଇଛି ।

ଯୋଗମାୟା ମନ୍ଦିର
ମନ୍ଦିର ହତା ଭିତରକୁ ପ୍ରବେଶ ଦ୍ୱାର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଯୋଗମାୟା (Yogmaya)
Location
ସ୍ଥାନen:Mehrauli, en:New Delhi ନୂଆ ଦିଲ୍ଲୀ
Countryଭାରତ
ଯୋଗମାୟା ମନ୍ଦିର is located in Delhi
ଯୋଗମାୟା ମନ୍ଦିର
Location in Delhi
ଭୌଗଳିକ ଅବସ୍ଥିତି28°31′30″N 77°10′57″E / 28.52500°N 77.18250°E / 28.52500; 77.18250
Architecture
Typeହିନ୍ଦୁ ମନ୍ଦିର ସ୍ଥାପତ୍ୟ (Hindu temple architecture)

ଭଗବାନଙ୍କ ମାୟା ବଳରେ ଯୋଗମାୟା ସୃଷ୍ଟି ହୋଇଥିବା ମନେ କରାଯାଏ ।[][] ନବ ରାତ୍ରି ଉତ୍ସବରେ ଏଠାରେ ବହୁ ସଂଖ୍ୟକ ଭକ୍ତଙ୍କର ସମାବେଶ ହୁଏ ।

ଏବେକାର ମନ୍ଦିର ୧୯ଶ ଶତାବ୍ଦୀରେ ପୁନର୍ଗଠିତ ହୋଇଥିଲା ଓ ଏହା ପୁରାତନ ଦେବୀ ମନ୍ଦିର ହୋଇପାରେ ।[] ମନ୍ଦିର ପାଖରେ ଏକ ଜଳାଶୟ ଅଛି ଯାହାକୁ ଅନଙ୍ଗତଲ ବାଓଲି କୁହାଯାଏ । ଏହା ଚାରି ପାଖରେ ଗଛ ଲାଗିଛି ।[] ଦିଲ୍ଲୀର ଏକ ଆନ୍ତ-ବିଶ୍ୱାସର ପ୍ରତୀକ ଫୁଲ ୱାଲୋ କି ସୈରରେ ଏହି ମନ୍ଦିର ଭାଗ ନିଏ ।[][]

ଇତିହାସ

ସମ୍ପାଦନା
 
ଯୋଗମାୟା ମନ୍ଦିର ବାହାରୁ ପ୍ରବେଶ ଦ୍ୱାର

୧୨ଶ ଶତାବ୍ଦୀରେ ଲିଖିତ ଜୈନ ପୁରାଣରେ ମେହରୋଉଳି ସହିତ ଯୋଗିନୀପୁରର ନାମ ଉଲ୍ଲେଖ ଅଛି । ମହାଭାରତ ଯୁଦ୍ଧ ଶେଷ ହେବା ପରେ ପାଣ୍ଡବମାନେ ଏହି ମନ୍ଦିର ତିଆରି କରିଥିବା ବିଶ୍ୱାସ କରାଯାଏ ।[] ଦିଲ୍ଲୀରେ ଥିବା ସାତଟି ପୁରାତନ ସ୍ଥାନମାନଙ୍କ ମଧ୍ୟରୁ ମେହରୋଉଳି ଅନ୍ୟତମ । ଲାଲା ସେଠମଲ ଅନୁସାରେ ମୋଗଲ ସମ୍ରାଟ ଆକବରଙ୍କର ଏହି ମନ୍ଦିର ସହିତ ସଂପୃକ୍ତି ଥିଲା । କୁତବ କମ୍ପ୍ଲେକ୍ସରେ ଥିବା ଲୌହ ସ୍ତମ୍ଭଠାରୁ ଏହି ମନ୍ଦିର ଦୂରତା ପ୍ରାୟ ୨୬୦ ଗଜ[] ଓ ଏହା ତୋମର ରାଜା ଅନଙ୍ଗପାଳ ୧ ୭୩୧ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ପ୍ରଥମ ଦୁର୍ଗ ସହର ଭାବରେ ତିଆରି କରିଥିଲେ ଯାହାକୁ ୧୧ଶ ଶତାବ୍ଦୀରେ ରାଜା ଅନଙ୍ଗପାଳ ୨ ପରିବର୍ଦ୍ଧିତ କରିଥିଲେ । ଏହା ସହିତ ସେ ଲାଲ କୋଟ (Lal Kot) ମଧ୍ୟ ତିଆରି କରେଇଥିଲେ ।

 
ମନ୍ଦିରର ଗର୍ଭ ଗୃହ

୧୮୨୭ ମସିହାରେ ପୁନର୍ନିମିତ ଏହି ମନ୍ଦିର ଏକ ସାଧା ସିଧା ମନ୍ଦିର ଯେଉଁଥିରେ ଗୋଟିଏ ପ୍ରବେଶ ହଲ ଓ ଗୋଟିଏ ଗର୍ଭଗୃହ ଅଛି । ଏହି ଗର୍ଭଗୃହର ଏକ ଶଙ୍ଖ ମର୍ମର କାନ୍ଥ ବିଶିଷ୍ଟ ୨ ଫୁଟ ଗଭୀର କୂପ ଅଛି । ସେଠାରେ ଯୋଗମାୟାଙ୍କର ଏକ କଳା ପ୍ରସ୍ତର ନିର୍ମିତ ବିଗ୍ରହ ଅଛି । ସତର ଫୁଟର ଏହି ବର୍ଗାକାର ଗୃହର ସମତଳ ଛାତ ଅଛି ଓ ଉପରେ ଏକ ତାହା ଉପରେ ଏକ ଶିଖର ଅଛି । ବିଗ୍ରହଟି ଲୁଗାରେ ଘୋଡ଼ା ହୋଇଛି । ଛାଟରୁ ଦୁଇଟି ଛୋଟ ପଙ୍ଖା ବିଗ୍ରହ ଉପରେ ଝୁଲୁଛି । ମନ୍ଦିରର ଚଟାଣ ପ୍ରଥମେ ଲାଲ ପଥରରେ ତିଆରି ହୋଇଥିଲା ଓ ଅଧୁନା ଶଙ୍ଖ ମର୍ମର ପ୍ରସ୍ତରରେ ତିଆରି ହୋଇଛି । ୨୨ଟି ଗମ୍ବୁଜ ଏହା ଉପରେ ଅଛି । ମୂଖ୍ୟ ଗମ୍ବୁଜଟିର ଉଚ୍ଚତା ୪୨ ଫୁଟ । ଶିଖରରେ ତମ୍ବା ପ୍ଳେଟ ଲାଗିଛି । [][][୧୦]

ଗୋଟିଏ ଶଙ୍ଖ ମର୍ମର ମେଜ ଉପରେ ଭକ୍ତମାନେ ଦେଇଥିବା ଫୁଲ ଓ ମିଠା ରଖାଯାଏ । ଏଠାରେ ପୂଜା ସମୟରେ ଘଣ୍ଟ ବଜାଯାଏନି । ମଦ ଓ ମାଂସ ଭୋଗ ମନା ଥାଏ । ଅତୀତରେ ସେଠାରେ ଏକ ଲୁହା ପଞ୍ଜୁରି ଭିତରେ ଦୁଇଟି ବାଘ ମୂର୍ତ୍ତି ଥିଲା ।

 
One of two punkah suspended in the sanctum above the idol of Yogmaya: one inscribed Delhi and the other inscribed Haryana, during Phool Walon Ki Sair, a syncretic festival of Hindus and Muslims held in October every year in Mehrauli
 
ପ୍ରବେଶ ଦ୍ୱାର ପାଖରେ ଥିବା ଘଣ୍ଟ

ଯଶୋଦାଙ୍କର କନ୍ୟା ଯୋଗମାୟା ଥିଲେ ଯିଏ କୃଷ୍ଣ ଙ୍କର ଭଗିନୀ ଓ ଦୂର୍ଗାଙ୍କର ଏକ ଅବତାର ଥିଲେ । ଏକ ଜନ୍ମାଷ୍ଟମୀ ଦିନ କଂସ ଯୋଗମାୟାଙ୍କୁ ମାରିବାକୁ ଚେଷ୍ଟା କରିଥିଲା । କିନ୍ତୁ କଂସ ମାରିବା ପୂର୍ବରୁ ଯୋଗମାୟା ଉଭେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ସୁଭଦ୍ରା ଭାବରେ ଜନ୍ମ ହୋଇଥିଲେ । [][][୧୦]

ଲୋକ କଥା

ସମ୍ପାଦନା

ଥରେ ଲାଲ କିଲା ଝରକାରୁ ମିର୍ଜା ଜାହାଙ୍ଗିର୨ Jehangir ଏକ ଫିରିଙ୍ଗି ଉପରେ ଗୁଳି ଚଳେଇବା ଅପରାଧରେ ବନ୍ଦୀ ଓ ନିର୍ବାସିତ ହୋଇଥିଲେ । ମୋଗଲ ବାଦଶାହ ଆକବରଙ୍କର (୧୮୦୬-୧୮୩୭) ପତ୍ନୀ ଥରେ ସ୍ୱପ୍ନରେ ଯୋଗମାୟାଙ୍କୁ ଦେଖିଲେ ଓ ତାଙ୍କ ପୁଅ ନିରାପଦରେ ଫେରିଆସିଲେ ଯୋଗମାୟା ମନ୍ଦିରରେ ଓ ପାଖରେ ଥିବା କୁତୁବୁଦ୍ଦିନଭକ୍ତିଆର ଖାକିଙ୍କ ମଜାରରେ ଫୁଲ ଚଢେଇବାକୁ ପ୍ରତିଜ୍ଞା କରିଥିଲେ । ସେହି ସମୟରୁ ଫୁଲୱାଲୋଁ-କି-ସୈର ନାମକ ଏକ ମେଳା ପ୍ରତି ବର୍ଷ ଚାଲିଛି ।[][] ୫୦୦୦ ବର୍ଷ ପୂର୍ବେ ୨୦୦ ଲୋକ ଏହି ମନ୍ଦିରର ପୂଜା କରିବା, ପ୍ରସାଦ ତିଆରି କରିବା, ବାଣ୍ଟିବା ତଥା ମନ୍ଦିରର ସମସ୍ତ ଯତ୍ନ ନେଉଥିଲେ । ଏହି ପ୍ରଥା ଆଜି ପର୍ଯ୍ୟନ୍ତ ଚାଲି ଆସିଛି ଓ ୨୦୦ ଲୋକ ପ୍ରତ୍ୟହ କୌଣସି ବେତନ ନପାଇ ସେଠାରେ ସେବା କରୁଛନ୍ତି ।

ଫୁଲୱାଲୋଁ-କି-ସୈର ଉତ୍ସବ

ସମ୍ପାଦନା

ବାର୍ଷିକ ଫୁଲୱାଲୋଁ-କି-ସୈର ଉତ୍ସବରେ ଫୁଲ ବିକାଳୀଙ୍କର ମେଳା ବସେ । ପ୍ରତି ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଏହା ସୁଫି ସନ୍ଥ କୂଟବୁଦ୍ଦିନ ବଖଟିଆର କାକିଙ୍କର ଦରଗାହରୁ ଆରମ୍ଭ ହୁଏ । ଏହି ମେଳା ୧୮୧୨ ମସିହାରୁ ଜାତି ଧର୍ମ ନିର୍ବିଶେଷରେ ଆରମ୍ଭ ହୋଇଛି ଓ ଦେବୀ ଯୋଗମାୟାଙ୍କୁ ଫୁଲ ପୁନକାଃ ଚଢାଯାଏ ।[][୧୧][୧୨]

 
One of two punkah suspended in the sanctum above the idol of Yogmaya: one inscribed Delhi and the other inscribed Haryana, during Phool Walon Ki Sair, a syncretic festival of Hindus and Muslims held in October every year in Mehrauli

ଅନ୍ୟାନ୍ୟ ଯୋଗମାୟା ମନ୍ଦିର

ସମ୍ପାଦନା
 
ଗର୍ଭଗୃହ ଦୃଶ୍ୟ garbhagriha
  1. Jog Maya Temple Pilgrimage Centers of India, by Brajesh Kumar. Published by Diamond Pocket Books (P) Ltd., 2003. ISBN 81-7182-185-5. Page 67 .
  2. Yogmaya Temple[permanent dead link]
  3. Ancient Delhi, by Upinder Singh. Oxford University Press, 1999. ISBN 0-19-564919-2. Page 104.
  4. ୪.୦ ୪.୧ DDA fails, HC gives private body a chance Archived 25 September 2012 at the Wayback Machine. Indian Express, 11 May 2009.
  5. ୫.୦ ୫.୧ Jogmaya Temple at Mehrauli Glossary of the Tribes and Castes of the Punjab and North West Frontier Province, by H.A. Rose, IBBETSON, Denzil Ibbetson Sir, Maclagan. Published by Asian Educational Services, 1996. ISBN 81-206-0505-5. Page 323."Based on the Census Report for the Punjab, 1883, By The Late Sir Denzil Ibbetson and the Census Report for the Punjab, 1892, By Sir Edward Maclagan And Compiled By H.A. Rose."
  6. Phool Walon Ki Sair India: A Splendour in Cultural Diversity, by Paulias Matane. Published by Anmol Publications, 2004. ISBN 81-261-1837-7. Page 129.
  7. ୭.୦ ୭.୧ Prabha Chopra (1976). Delhi Gazetteer. The Unit. p. 1078.
  8. ୮.୦ ୮.୧ ୮.୨ R.V.Smith (2005). The Delhi that no-one knows. Orient Blackswan. pp. 19–23. ISBN 978-81-8028-020-7. Retrieved 5 May 2009.
  9. ୯.୦ ୯.୧ ୯.୨ "Phoolwalon Ki Sair". Retrieved 5 May 2009.
  10. ୧୦.୦ ୧୦.୧ S.R.Bakshi (1995). Delhi Through Ages. Anmol Publications PVT. LTD. ISBN 9788174881380. Retrieved 7 May 2009.[permanent dead link]
  11. 'Phoolwalon Ki Sair' begins in Delhi The Times of India, 2 November 2006.
  12. Arshad, Sameer (28 September 2008). "Attack took place close to emblem of Indian secularism". The Times of India. Retrieved 3 March 2019.


ବାହ୍ୟ ଲିଙ୍କ

ସମ୍ପାଦନା