ଯମୁନା ଟୁଡୁ
ଯମୁନା ଟୁଡୁ, ଜଣେ ପରିବେଶବିତ । ଓଡ଼ିଶାରେ ଜନ୍ମିତ ଯମୁନା ନିଜ ଶାଶୁଘର ଝାଡ଼ଖଣ୍ଡରେ[୧] ବନ ସଂରକ୍ଷଣ ଦିଗରେ କରିଥିବା କାର୍ଯ୍ୟ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲେ ।[୨]
ଯମୁନା ଟୁଡୁ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ବନ ସଂରକ୍ଷଣ କର୍ମୀ |
ପୁରସ୍କାର | ପଦ୍ମଶ୍ରୀ |
ଜୀବନୀ
ସମ୍ପାଦନାଯମୁନା ନିଜର ୫ଜଣ ସାଥୀ ମହିଳାଙ୍କୁ ନେଇ "ବନ ସୁରକ୍ଷା ସମିତୀ" ଗଠନକରି ନିଜ ଗ୍ରାମରେ ଥିବା ଜଙ୍ଗଲରୁ ଗଛ କଟା ବନ୍ଦ କରିଥିଲେ । କ୍ରମେ ଏହି କାର୍ଯ୍ୟକ୍ରମ ତାଙ୍କ ଗ୍ରାମରୁ, ପଞ୍ଚାୟତ, ଜିଲ୍ଲା ଓ ସମଗ୍ର ଝାଡ଼ଖଣ୍ଡ ରାଜ୍ୟକୁ ପ୍ରସାରିତ ହୋଇଥିଲା ।[୩][୪][୫][୬][୭]
ସମ୍ମାନ ଓ ପୁରସ୍କାର
ସମ୍ପାଦନା୨୦୧୭ ମସିହାରେ ଯମୁନା "ୱମେନ ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ" ପୁରସ୍କାର ଲାଭ କରିଥିଲେ । ୨୦୧୯ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ । ୨୦୧୪ରେ ତାଙ୍କୁ "ଗଡ଼ଫ୍ରେ ଫିଲିପ୍ସ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୮] ଝାଡ଼ଖଣ୍ଡ ରାଜ୍ୟରେ ସେ "ଲେଡି ଟାର୍ଜନ", ବନଦେବୀ ଓ ବନମା ଭାବରେ ପରିଚିତ । ୨୦୨୦ରେ ଯମୁନା ଓ ଚାମି ମୁର୍ମୁ ଏକାଠି ହୋଇଥିଲେ ଝାଡ଼ଖଣ୍ଡର ଜଙ୍ଗଲକୁ ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ । ଚାମିଙ୍କ ଅନୁଷ୍ଠାନରେ ୩୦୦୦ ମହିଳା କାମ କରନ୍ତି ଓ ଜଙ୍ଗଲ ସୁରକ୍ଷା ଦିଗରେ ସେମାନେ କାମ କରନ୍ତି ।[୯]
ମନ କି ବାତ
ସମ୍ପାଦନାପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ କି ବାତ କାର୍ଯ୍ୟକ୍ରମରେ ଯମୁନାଙ୍କ କାମକୁ ସ୍ୱୀକାର ଓ ପ୍ରଶଂସା କରିଥିଲେ । ୧୦୦୦୦ ମହିଳାଙ୍କୁ ଏକାଠି କରି, ଯମୁନା ୫୦ ହେକ୍ଟର ଜଙ୍ଗଲକୁ ସୁରକ୍ଷିତ କରି ପାରିଛନ୍ତି ବୋଲି ମୋଦୀ କହିଥିଲେ । ବର୍ତ୍ତମାନ, ସେ ଅଞ୍ଚଳରେ ଝିଅଟିଏ ଜନ୍ମହେଲେ, ସେମାନେ ୧୮ଟି ଗଛ ଲଗାଉଛନ୍ତି ଓ ଝିଅଟିଏ ବିବାହ କଲେ ୧୦ଟି ଗଛ ଲଗାଉଛନ୍ତି ।[୧୦]
ଆଧାର
ସମ୍ପାଦନା- ↑ "ସାଧାରଣ ମହିଳାରୁ ପଦ୍ମଶ୍ରୀ ଆୱାର୍ଡ , ପଢନ୍ତୁ ଲେଡି ଟାର୍ଜନ ଯମୁନା ଟୁଡୁଙ୍କ ଯାତ୍ରା". knewsodisha.com. Archived from the original on 6 June 2020. Retrieved 6 June 2020.
- ↑ "Meet Padma Shri Jamuna Tudu: 'Lady Tarzan' Of Jharkhand Forests". kalingatv.com. kalinga tv. Retrieved 6 June 2020.
- ↑ "Padma Awards" (PDF). Padma Awards ,Government of India. Retrieved 25 January 2019.
- ↑ "Lady Tarzan Jamuna Tudu who takes on timber mafia". Indian Express. 12 November 2017. Retrieved 26 January 2019.
- ↑ "Jamuna Tudu and her team protect the jungle around her village from the forest mafia". Srijani Ganguly. India Today. 22 November 2017. Retrieved 30 January 2019.
- ↑ "Women Transforming India Awards 2017: Meet the 12 incredible winners who transformed India". Financial Express. 29 August 2017. Retrieved 30 January 2019.
- ↑ "जंगल बचेगा तो पृथ्वी सुरक्षित रहेगा : यमुना टुडू". livehindustan.com (in hindi). Retrieved 7 September 2019.
{{cite news}}
: CS1 maint: unrecognized language (link) - ↑ Kh, Tara; elwal (2017-10-18). "Reese Witherspoon, Jennifer Lawrence Talk About Sexual Harassment". SheThePeople TV (in ଆମେରିକୀୟ ଇଂରାଜୀ). Retrieved 2019-03-05.
- ↑ "Green warriors to join forces". www.telegraphindia.com (in ଇଂରାଜୀ). Retrieved 2020-04-10.
- ↑ "मन की बात कार्यक्रम में झारखंड की जमुना टू डू के द्वारा किए गए कार्यों की सराहना". Archived from the original on 8 May 2019. Retrieved 7 September 2019.