ଯତୀନ ଦାସ
ଯତୀନ ଦାସ (ଜନ୍ମ: ୦୨ ଡିସେମ୍ବର ୧୯୪୧[୧]) ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ଦେଉଳସାହିଠାରେ ଜନ୍ମିତ ଜଣେ ଚିତ୍ରଶିଳ୍ପୀ ।[୨] ୨୦୧୨ ମସିହାରେ ଚିତ୍ରକଳା ପାଇଁ ସେ ପଦ୍ମଭୂଷଣ ପୁରସ୍କାର ଲାଭ କରିଛନ୍ତି ।[୩]
ଯତୀନ ଦାସ | |
---|---|
ଜନ୍ମ | ଦେଉଳସାହି, ବାରିପଦା ମୟୂରଭଞ୍ଜ, ଓଡ଼ିଶା | ୨ ଡିସେମ୍ବର ୧୯୪୧
ଜାତୀୟତା | ଭାରତୀୟ |
ବିଭାଗ | ଚିତ୍ରଶିଳ୍ପୀ |
ପ୍ରଶିକ୍ଷଣ | ସାର ଜେ. ଜେ. ସ୍କୁଲ ଅଫ ଆର୍ଟ, ମୁମ୍ବାଇ |
ପୁରସ୍କାର | ପଦ୍ମଭୂଷଣ |
ବେବସାଇଟ | www |
ଜୀବନୀ
ସମ୍ପାଦନାଯତୀନ, ପିତା ଗୋପୀନାଥ ଦାସ ଓ ମାତା ଭବାନୀଙ୍କର ଚତୁର୍ଥ ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିଲେ । ଡାକନାମ ଥିଲା 'ଯଚା', ଶ୍ରଦ୍ଧାରେ 'ପାଗଳା' ମଧ୍ୟ ଡକା ଯାଉଥିଲା ।[ଆଧାର ଲୋଡ଼ା] ସେ ଶ୍ରୀରାମଚନ୍ଦ୍ର ଉପ୍ରା ବିଦ୍ୟଳୟ ଓ ଶରତ ଚନ୍ଦ୍ର ବିଦ୍ୟାପୀଠରୁ ସ୍କୁଲ ଶିକ୍ଷା ଲାଭ କରିଥିଲେ । ସ୍କୁଲ ବେଳୁ, ଚିତ୍ର ଆଙ୍କିବାରେ ତାଙ୍କର ସଉକ ଥିଲା । ମାଟ୍ରିକ ପାସ କଲା ପରେ, ବାରିପଦାର ଏମ୍.ପି.ସି କଲେଜରୁ ଆଇ.ଏସ.ସି ପାସ କରି, ସେ ପିତାଙ୍କ ଇଚ୍ଚାନୁଯାୟୀ ଜେ.ଜେ.କଲେଜ ଅଫ ଆର୍ଟସରେ ଆର୍କିଟେକ୍ଚର ପଢ଼ିଥିଲେ । ବର୍ଷେ ପରେ ମଡର୍ଣ୍ଣ ଆର୍ଟ ପଢ଼ିବାକୁ ଜିଦ୍ ଧରିବାରୁ, ବାପା ପଢ଼ା ଖର୍ଚ୍ଚ ଦେବା ବନ୍ଦ କରିଦେଇଥିଲେ । ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସାକ୍ଷାତ କରି, ଅର୍ଥ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ଓ ବିଜୁବାବୁ ଅର୍ଥ ମଧ୍ୟ ମଞ୍ଜୁର କରିଥିଲେ । ମଡର୍ଣ୍ଣ ଆର୍ଟ ପାଠରେ ସେ ପ୍ରଫେସର ଏସ. ବି. ପାଲିକରଙ୍କ ସାନିଦ୍ଧ ଲାଭ କରିଥିଲେ ।[୪] ତାଙ୍କ ଚିତ୍ରକଳା ପାଇଁ ସେ ବହୁସ୍ଥାନରେ ପ୍ରଶଂସିତ ହୋଇଥିଲେ । ମହାରାଷ୍ଟ୍ର ରାଜ୍ୟପାଳଙ୍କଦ୍ୱାରା ପୁରସ୍କୃତ ହୋଇ ଫିନଲ୍ୟାଣ୍ଡର ହେଲେସିଙ୍କିଠାରେ ଅନୁଷ୍ଠିତ ହେଉଥିବା ଯୁବ ମହୋତ୍ସବରେ ଯୋଗଦେବାର ସୁଯୋଗ ମିଳିଥିଲା । ଦିଲ୍ଲୀରୁ ମସ୍କୋ ଗସ୍ତଖର୍ଚ୍ଚ ପାଇଁ ଅର୍ଥାଭାବ ଯୋଗୁଁ, ସେଥିରୁ ତାଙ୍କ ନାଁ କଟି ଯାଇଥିଲା । ପୁଣି ବିଜୁବାବୁଙ୍କ ହସ୍ତକ୍ଷେପ ଓ ଅର୍ଥ ସାହାଯ୍ୟ ବଳରେ ସେ ହେଲେସିଙ୍କି ଯାଇ ପାରିଥିଲେ । ୧୯୬୨ମସିହାରେ ସେ ଆର୍ଟସ୍କୁଲରୁ ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ପାସ କରିବା ପରେ, ମୁମ୍ବାଇର ଭୁଲାଭାଇ ବାଟଲିୱଲା ତାଙ୍କୁ ଷ୍ଟୁଡିଓ କରିବାକୁ ଘରଟିଏ ଯୋଗାଇଦେଲେ । ଏଥି ମଧ୍ୟରେ 'ରାଣ୍ଡମ ସ୍କେଚ' ଚିତ୍ର ପଦ୍ଧତିରେ ସେ ପାରଙ୍ଗମ ହୋଇ ପାରିଥିଲେ । ତାଙ୍କ ଚିତ୍ରଗୁଡ଼ିକ ଭାରତ ତଥା ବିଦେଶରେ ପ୍ରଦର୍ଶିତ ହେବାକୁ ହୋଇଥିଲା ।[୫] ସେ ଭାଗ ନେଇ ଥିବା କିଛି ଉଲ୍ଲେଖନୀୟ ପ୍ରଦର୍ଶନୀ ହେଲା ପ୍ୟାରିସ (୧୯୭୧), କେସେଲ(୧୯୭୫) ଓ ଭେନିସ (୧୯୭୮) । ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ତାଙ୍କୁ ଅଭିଭାଷଣ ଦେବାକୁ ନିମନ୍ତ୍ରଣ ଆସିଥିଲା । କ୍ରମେ ସେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହର ହସ୍ତଶିଳ୍ପ ବୋର୍ଡ଼, ରୁଷିଆରେ ଅନୁଷ୍ଠିତ ହୋଇଥିବା ଭାରତ ମହୋତ୍ସବର ପରାମର୍ଶଦାତା ଓ ବିଭିନ୍ନ ଚଳଚ୍ଚିତ୍ର ଉତ୍ସବର ଜୁରୀ ଭାବରେ ମନୋନୀତ ହୋଇଥିଲେ ।
ଦେଶବିଦେଶରେ ପରିଚିତ ଯତୀନ ନିଜ ଜନ୍ମମାଟି ଓଡ଼ିଶା ସହ ସବୁବେଳେ ଜଡ଼ିତ ରହି ଆସିଛନ୍ତି । ତାଙ୍କରି ନେତୃତ୍ୱରେ ବାରିପଦାରେ 'ମୟୁରଭଞ୍ଜ କଲଚରାଲ ଡେଭେଲପମେଣ୍ଟ ଫାଉଣ୍ଡେସନ' ଓ ଭୁବନେଶ୍ୱରରେ 'ଯତୀନ ଦାସ ସେଣ୍ଟର ଫର ଆର୍ଟସ' (୧୯୯୭) ସ୍ଥାପିତ ହୋଇଛି । ଯତୀନ ଦାସ ସେଣ୍ଟର ଫର ଆର୍ଟସରେ ପ୍ରତିବର୍ଷ 'ମିଟ ଦ ଆର୍ଟିଷ୍ଟ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚିତ୍ର ଆଙ୍କିବା ବ୍ୟତିତ ରୋଷେଇ କରିବାରେ ଓ ପରିବେଶ ସଫାରଖିବାରେ ତାଙ୍କର ରୁଚି ରହିଛି ।
ବିଞ୍ଚଣା (ପଙ୍ଖା) ସଂଗ୍ରହ କରିବା, ଯତୀନଙ୍କର ଅନ୍ୟ ଏକ ସଉକ । ସେ ଦେଶବିଦେଶର ୫୦୦୦ରୁ ଉର୍ଦ୍ଧ୍ୱ ହାତ ତିଆରୀ ବିଞ୍ଚଣା ସଂଗ୍ରହ କରିଛନ୍ତି ।[୬]
ପରିବାର
ସମ୍ପାଦନାଯତୀନ ପ୍ରଥମେ ଲେଖିକା ବର୍ଷା ଦାସଙ୍କୁ ବିବାହ କରିଥିଲେ ଓ ତାଙ୍କ କନ୍ୟା ନନ୍ଦିତା ଦାସ ଜଣେ ଅଭିନେତ୍ରୀ । ପରେ ସେ ବିଦିଷା ରାୟ ଦାସଙ୍କୁ ବିବାହ କରିଛନ୍ତି ଓ ତାଙ୍କଠାରୁ ଯତୀନଙ୍କର ଏକ ପୁଅ ଅଛି ।[୭]
ପୁସ୍ତକ
ସମ୍ପାଦନାଯତୀଙ୍କର ଦୁଇଟି ପୁସ୍ତକ ପ୍ରକାଶ ପାଇସାରିଛି ।
- ଦ ଆର୍ଟ ଅଫ ଯତୀନ ଦାସ - ୨୦୦୩(ରୋଲି ବୁକ୍ସ)
- ପୋଏମ୍ସ ବାୟ ଯତୀନ ଦାସ - ୧୯୭୨(ରାଇଟର୍ସ ୱାର୍କସପ, କଲିକତା)
ସମ୍ମାନ ଓ ପୁରସ୍କାର
ସମ୍ପାଦନାବିବାଦ
ସମ୍ପାଦନା#ମିଠୁ ଅଭିଯାନକ୍ରମେ ଯତୀନ ଦାସଙ୍କ ନାଁରେ ପରିବେଶବିତ୍ ନିଶା ବୋରା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯତୀନ ଦାସ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।[୧୦]
ଆଧାର
ସମ୍ପାଦନା- ↑ India Who's who. INFA Publications. 2000.
- ↑ Jatin Das; Shobita Punja (2003). The Art of Jatin Das. Lustre Press. ISBN 978-81-7436-202-5.
- ↑ Hachette India (30 June 2013). Hachette Children's Infopedia & Yearbook 2013. Hachette India. pp. 58–. ISBN 978-93-5009-555-3.
- ↑ Rakesh Kumar (1 January 2007). Encyclopaedia of Indian paintings. Anmol Publications Pvt. Ltd. ISBN 978-81-261-3122-8.
- ↑ Indian Contemporary Art: Post Independence. Vadehra Art Gallery. April 2010. ISBN 978-81-87737-00-1.
- ↑ "ବ୍ୟକ୍ତିତ୍ୱ". odishanewsnitidin.com. ନିତିଦିନ. Retrieved 13 September 2019.
- ↑ "The Collector: Jatin Das". www.wsj.com. The Wall Street Journal. Retrieved 13 September 2019.
- ↑ "ମୁକ୍ତ ଆଳାପ". ପ୍ରମେୟ ୧୯/୦୨/୨୦୧୭ ପୃଷ୍ଠା ୧୦ମୁକ୍ତ ଆଳାପ. Archived from the original on 21 February 2017. Retrieved 24 February 2017.
- ↑ "ଧର୍ମପଦ ପୁରସ୍କାର ଗ୍ରହଣ କଲେ ଯତୀନ ଦାସ". No. ସମାଜ ୨୨/`୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ସମାଜ. Archived from the original on 22 October 2020. Retrieved 22 October 2020.
- ↑ http://www.dharitri.com/main/news/78730
ବାହାର ଆଧାର
ସମ୍ପାଦନା- Official website
- Profile Archived 2013-02-26 at the Wayback Machine.
- JD Centre of Art