ମୟୂରଭଞ୍ଜ ରାଜ୍ୟ , ଭାରତରେ ଇଂରାଜୀ ଶାସନ କାଳରେ ଏକ ଗଡଜାତ ପ୍ରଦେଶ ଥିଲା । ଏହାର ରାଜକୀୟ ଚିହ୍ନ ହେଲା ଦୁଇଟି ମୟୂର । ଏପରି ଲୋକାକଥା ରହିଛି ଯେ ଭଞ୍ଜ ପରିବାରର ପୁର୍ବ ପୁରୁଷ ମୟୂର ଚକ୍ଷୁରୁ ଆବିର୍ଭାବ ହୋଇଥିଲେ ।[୧] 

ରାଜ ପରିବାରଦ୍ୱାରା ପରିଚାଳିତ , ଶ୍ରୀ ହରି ବଳଦେବଜୀଉ ମନ୍ଦିର, ବାରିପଦା 
ମୟୂରଭଞ୍ଜ ସାନ୍ତାଳ ଲୋକ ନୃତ୍ୟ ।

ଏହି ରାଇଜଟିରେ ରହିଛି ବିସ୍ତୃତ ପର୍ବତମାଳା ଯାହାକି ସାନ୍ତାଳ ଓ କିଶାନ ଜାତିର ଲୋକମାନଙ୍କ ନିବାସସ୍ଥଳୀ ।[୨] ବର୍ତ୍ତମାନ ଏହା ଓଡ଼ିଶା ରାଜ୍ୟ ଅନ୍ତର୍ଭୁକ୍ତ । ବାରିପଦା ଥିଲା ମୟୂରଭଞ୍ଜର ତତ୍କାଳୀନ ରାଜଧାନୀ । ଦାସପୂର ମଧ୍ୟ ଏକ ପ୍ରମୁଖ ଟାଉନ । ମୟୂରଭଞ୍ଜର ଅଧିକ ଅଞ୍ଚଳ ଜଙ୍ଗଲଦ୍ୱାରା ବ୍ୟାପିତ ।

ଇତିହାସ ସମ୍ପାଦନା

ପ୍ରାଚୀନ ଐତିହ୍ୟ  ସମ୍ପାଦନା

ପୂର୍ବତନ ରାଇଜ ଖିଜ୍ଜିଙ୍ଗ ମଣ୍ଡଳ ୯ମ  ଖ୍ରୀଷ୍ଟାବ୍ଦଠାରୁ ଏକ ଅବିଭାଜିତ ରାଜ୍ୟ ଥିଲା। ଖିଜ୍ଜିଙ୍ଗ ମଣ୍ଡଳ ନାମକରଣ ଏହାର ରାଜଧାନୀ ଖେଜ୍ଜିଙ୍ଗ କୋଟ (ବର୍ତ୍ତମାନ ଖିଚିଂ) ଉପରେ ଆଧାରିତ  । ପୂର୍ବତନ ଶାସକମାନଙ୍କ  ଦ୍ୱାରା ପ୍ରଦାନ କରା ଯାଇଥିବା ତାମ୍ରଲିପି ଖୋଦନରୁ ଯାହା ଜଣାପଡେ ଯେ ଖେଜ୍ଜିଙ୍ଗ ମଣ୍ଡଳ ଏକ ବୃହତ ରାଜ୍ୟ ଥିଲା, ବର୍ତ୍ତମାନର ମୟୂରଭଞ୍ଜ, କେନ୍ଦୁଝର ସହ ଝାଡ଼ଖଣ୍ଡର ସିଂହଭୁମି, ପଶ୍ଚିମ ବଙ୍ଗର ମିଦନାପୂର ମଧ୍ୟ ଏହାର ପରିସରଭୁକ୍ତ ଥିଲା । ମୋଗଲ ସାମ୍ରାଜ୍ୟ ସମୟରେ ଭଞ୍ଜ ସାମ୍ରାଜ୍ୟ ମୟୂରଭଞ୍ଜରୁ ବଙ୍ଗୋପ ସାଗର ପର୍ଯ୍ୟନ୍ତ ବିସ୍ତୃତ ଥିବାର ବର୍ଣ୍ଣିତ । ସେ ସମୟରେ ମୟୂରଭଞ୍ଜର ରାଜଧାନୀ ହରିପୁରକୁ ସ୍ଥାନାନ୍ତରିତ ହୋଇଥିଲା । ସେ ସମୟର ପ୍ରାସାଦମାନଙ୍କର ଭଗ୍ନ ଅବଶେଷ ସବୁ ହରିପୁରଠାରେ ଦେଖିବାକୁ ମିଳିପାରିବ, ଯାହାକି ବାରିପଦା ଠାରୁ ୧୬ କି.ମି ଦୁରରେ ଅବସ୍ଥିତ, ଏ ସବୁ ଭିତରୁ ରସିକାରାୟ ମନ୍ଦିର ଏବଂ ଦରବାର କକ୍ଷ ପ୍ରସିଦ୍ଧ ।

ଭଞ୍ଜ ବଂଶର ରାଜପୁତମାନେ ହେଉଥିଲେ ଶାସକ  ,[୩] ଲୋକକଥା ଅନୁସାରେ ଭଞ୍ଜ ବଂଶର ସଂସ୍ଥାପକ ଶୀଳ ଭଞ୍ଜ ଅଂଗଡ୍ଡୀଙ୍କ ସମୟଠାରୁ ଭଞ୍ଜମାନେ ଏହି ଅଂଚଳରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ରାଜୁତି କରିଥିଲେ।[୪] ଭଞ୍ଜ ମାନଙ୍କ ସହ କେନ୍ଦୁଝରର ମୟୂର ରାଜପରିବାର ସହ ଭଲ ସମ୍ପର୍କ ଥିଲା ଓ ସେମାନେ ନିଜ ସାମ୍ରାଜ୍ୟ ଦୁଇଟିକୁ ସଂଯୁକ୍ତ କରି ଏକ ରାଜ୍ୟ ବୋଲି ଘୋଷଣା କରିଥିଲେ ।

ଭଞ୍ଜ ଶାସକମାନେ କଳା, କାରୁକାର୍ଯ୍ୟ ଏବଂ ସଂସ୍କୃତି ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଥିଲେ । ହରି ବଳଦେବଜୀଉ ମନ୍ଦିର, ଖିଚିଂ ମନ୍ଦିର ଏବଂ ଅନ୍ୟ ସ୍ଥାପତ୍ୟ ମାନ ଏହାର ମୁକ ସାକ୍ଷୀ । ରାଜ ପରିବାର ମଧ୍ୟ ଛଉ ନୃତ୍ୟକୁ ପ୍ରୋତ୍ସାହନ ଦେଇଥିଲେ ଯାହାକି ସାମରୀକ କଳା, ଆଦିବାସୀ ଓ ଶାସ୍ତ୍ରୀୟ କଳାର ସଂମନ୍ୱୟ ଥିଲା ।

ଇଂରେଜ ଶାସନ  ସମ୍ପାଦନା

୧୮ଶ ଶତାବ୍ଦୀ ସମୟରେ ଏହା ମରାଠା ଶାସନ ଅନ୍ତର୍ଗତ ହୋଇଥିଲା ଓ ଏହାର ବହୁ ବର୍ଷ ବିତିଯିବା ପରେ ୧୮୨୯ରେ ଏହା ବ୍ରିଟିଶ କବଳରେ ଆସିଥିଲା । ଇଂରେଜ ଶାସନ କାଳରେ ମୟୂରଭଞ୍ଜ ରାଜ୍ୟରେ ବହୁତ ଉନ୍ନତ କାର୍ଯ୍ୟ ରାଜପରିବାରଦ୍ୱାରା ନିର୍ବାହିତ ହୋଇଥିଲା । ସେମାନଙ୍କ ରକ୍ଷଣା ବେକ୍ଷଣରେ ମୟୂରଭଞ୍ଜ ଏକ ଉନ୍ନତ ପ୍ରଦେଶ ବୋଲି ଗଣା ଯାଉଥିଲା । ଭଞ୍ଜ ରାଜାମାନଙ୍କ ମହାନ ଦାନରେ ସେ କାଳରେ ଓଡ଼ିଶା ପ୍ରଦେଶର ପ୍ରଥମ ମେଡିକାଲ ମହାବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟ ର ପ୍ରତିଷ୍ଠା ହୋଇଥିଲା କଟକ ସହରରେ । ବର୍ତ୍ତମାନର ମୟୂରଭଞ୍ଜ ରାଜପ୍ରାସାଦ ମହାରାଣୀ ସୁମିତ୍ରା ଦେବୀ ଭଞ୍ଜ ଦେଓଙ୍କ ଦ୍ୱାରା ୧୮୦୪ରେ ନିର୍ମିତ ହୋଇଥିଲା।[୫]

ମୟୂରଭଞ୍ଜ ରାଜ୍ୟ ରେଳପଥର ଆରମ୍ଭ ତତ୍କାଳୀନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କଦ୍ୱାରା ଆରମ୍ଭ ହୋଇଥିଲା । ରୁପସାଠାରୁ ବାରିପଦା ପର୍ଯ୍ୟନ୍ତ ୫୨କି.ମିର ରାସ୍ତା ୨୦ ଜାନୁଆରୀ , ୧୯୦୫ରେ କରାଯାଇଥିଲା ।[୬]

ଶାସକ  ସମ୍ପାଦନା

The ମୟୂରଭଞ୍ଜର ଶାସକମାନେ 'ରାଜା' ବୋଲି କୁହାଉଥିଲେ, ୧୯ଶ ଶତାବ୍ଦୀ ମଧ୍ୟ ଭାଗରୁ ସେମାନେ 'ମହାରାଜା' ଉପାଧି ରେ  ମଣ୍ଡିତ ହୋଇଥିଲେ।[୭] ସେ କାଳରେ ମୟୂରଭଞ୍ଜର ଶାସକ ମାନେ ୯ ତୋପ ସଲାମରେ ସମ୍ମାନିତ ହେଉଥିଲେ।[୮]

ପୂର୍ବ ଶାସକମାନେ  ସମ୍ପାଦନା

  • ୧୬୮୮ - ୧୭୧୧ସବେସର୍ବା ଭଞ୍ଜ ଦେଓ 
  • ୧୭୧୧ - ୧୭୨୮ ବିକ୍ରମାଦିତ୍ୟ ଭଞ୍ଜ ଦେଓ
  • ୧୭୨୫ - ୧୭୫୦ ରହୁନାଥ ଭଞ୍ଜ ଦେଓ
  • ୧୫୭୦ - ୧୭୬୧ ଚକ୍ରଧର ଭଞ୍ଜ ଦେଓ
  • ୧୭୬୧ - ୧୭୯୬ ଦାମୋଦର ଭଞ୍ଜ ଦେଓ 
  • ୧୭୯୬ - ୧୮୧୧ ସୁମିତ୍ରା ଦେବୀ 
  • ୧୮୧୧ -   ୮୨୨ ତ୍ରିବିକ୍ରମ ଭଞ୍ଜ ଦେଓ 
  • ୧୮୧୧ - ୧୮୧୩ ରାଣୀ  ଯମୁନା ଦେବୀ 
  • ୧୮୨୨ - ୧୮..  ଯଦୁନାଥ ଭଞ୍ଜ ଦେଓ

ରାଜା ମାନାଙ୍କ ସୂଚୀ ସମ୍ପାଦନା

  • ୧୮.. - ୧୮୬୩ : ଯଦୁନାଥ ଭଞ୍ଜ ଦେଓ 
  • ୧୮୬୩ - ୧୮୬୮ ଶ୍ରୀନାଥ ଭଞ୍ଜ ଦେଓ   (ମୃତ୍ୟୁ । ୧୮୬୭)
  • ୧୮୬୮ - ୨୯ ମଇ ୧୮୮୨ କୃଷ୍ଣ ଚନ୍ଦ୍ର ଭଞ୍ଜ ଦେଓ  (ଜନ୍ମ ୧୮୪୮ - ମୃତ୍ୟୁ. ୧୮୮୨)
  • ୨୯ ମଇ ୧୮୮୨ - ୧୯୧୦ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ 

ମାହାରାଜା ମାନାଙ୍କ ସୂଚୀ ସମ୍ପାଦନା

  • ୧୯୧୦ - ୨୨ ଫେବୃଆରୀ ୧୯୧୨ ରାମଚନ୍ଦ୍ର ଭଞ୍ଜ ଦେଓ 
  • ୨୨ ଫେବୃଆରୀ  ୧୯୧୨ - ୨୧ ଅପ୍ରେଲ ୧୯୨୮ ପୂର୍ଣ୍ଣଚନ୍ଦ୍ର ଭଞ୍ଜ ଦେଓ 
  • ୨୨ ବେବୃଆରୀ ୧୯୧୨ - ୨୧ ଅପ୍ରେଲ ୧୯୨୮
  • ୨୧ ଅପ୍ରିଲ - ୧୫ ଅପ୍ରିଲ ୧୯୪୭ ପ୍ରତାପଚନ୍ଦ୍ର ଭଞ୍ଜ ଦେଓ

ଆଧାର  ସମ୍ପାଦନା