ମ୍ୟାସ୍ଥେନିଆ ଗ୍ରାଭିସ

ଦୀର୍ଘକାଳୀନ ସ୍ନାୟୁ-ମାଂସପେଶୀ ରୋଗ

ମ୍ୟାସ୍ଥେନିଆ ଗ୍ରାଭିସ (ଇଂରାଜୀ ଭାଷାରେ Myasthenia gravis/ MG) ଏକ ଦୀର୍ଘକାଳୀନ ସ୍ନାୟୁ-ମାଂସପେଶୀ ରୋଗ (neuromuscular disease) ଯେଉଁଥିରେ ବିଭିନ୍ନ ମାତ୍ରାର ମାଂସପେଶୀ ଦୁର୍ବଳତା ଦେଖାଯାଏ ।[୧] ସାଧାରଣତଃ ଚକ୍ଷୁ, ମୁଖ ଓ ଗିଳିବା ମାଂସପେଶୀ ଅଧିକ ପ୍ରଭାବିତ ହୁଅନ୍ତି । ଏହି ରୋଗରେ ଦ୍ୱିଦୃଷ୍ଟି (double vision), ଚକ୍ଷୁପତା ସ୍ଖଳନ (drooping eyelid), ବାର୍ତ୍ତଳାପ ଅସୁବିଧା ଓ ଚାଲି ଅସୁବିଧା ଭଳି ଲକ୍ଷଣ ଦେଖାଯାଏ । ରୋଗ ହଠାତ୍ ଆରମ୍ଭ ହୋଇପାରେ । ଏହି ରୋଗରେ ଅଧିକାଂଶ ସମୟରେ ରୋଗୀଙ୍କର ଏକ ବଡ଼ ଥାଇମସ ଗ୍ରନ୍ଥି (thymus gland) ଥାଏ ବା ଥାଇମୋମା (thymoma) ଅର୍ବୁଦ ସୃଷ୍ଟି ହୁଏ ।[୧]

ମ୍ୟାସ୍ଥେନିଆ ଗ୍ରାଭିସ
ଜଣେ ମ୍ୟାସ୍ଥେନିଆ ଗ୍ରାଭିସ ରୋଗୀ ଆଖି ଖୋଲିବାକୁ ଚେଷ୍ଟା କଲାବେଳେ ଟେରା ଦୋଷ (Eye deviation) ଓ ଚକ୍ଷୁପତା ସ୍ଖଳନ (drooping eyelid) ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସ୍ନାୟୁ ବିଭାଗ
ଆଇସିଡ଼ି-୧୦G70.0
ଆଇସିଡ଼ି-୯-ସିଏମ୍358.0, 358.01 (in crisis)
ଓଏମ୍‌ଆଇଏମ୍254200
ରୋଗ ଡାଟାବେସ8460
ମେଡ଼ିସିନ-ପ୍ଲସ000712
ଇ-ମେଡ଼ିସିନneuro/232
emerg/325 (emergency), med/3260 (pregnancy), oph/263 (eye)
Patient UKମ୍ୟାସ୍ଥେନିଆ ଗ୍ରାଭିସ
MeSHD009157

ମ୍ୟାସ୍ଥେନିଆ ଗ୍ରାଭିସ ଏକ ଅଟୋଇମ୍ମ୍ୟୁମ ରୋଗ (autoimmune disease) ଯେଉଁଥିରେ ମାଂସପେଶୀ ଓ ସ୍ନାୟୁ ଜଙ୍କସନରେ କାମ କରୁଥିବା ନିକୋଟିନିକ ଆସେଟିଲକୋଲିନ ରିସେପ୍ଟରର (acetylcholine receptor) କାମକୁ ଆଣ୍ଟିବଡି (antibodies) ଅବରୋଧ କରେ । ଏହି ଅବରୋଧ ଯୋଗୁ ସ୍ନାୟୁ ତରଙ୍ଗ (nerve impulse) ମାଂସପେଶୀ ସଙ୍କୋଚନ‌କୁ ସକ୍ରିୟ ବା ଟ୍ରିଗର କରିପାରେନାହିଁ ।[୧] କ୍ୱଚିତ୍ ଏକ ଜେନେଟିକ ତୃଟି ଯୋଗୁ ସମାନ ଧରଣର ରୋଗକୁ ଆଜନ୍ମ ମ୍ୟାସ୍ଥେନିଆ (en:congenital myasthenia) ନାମ ଦିଆଯାଏ ।[୨][୩] ମହିଳା ମ୍ୟାସ୍ଥେନିଆ ରୋଗୀର ଛୁଆ ଜୀବନରେ ପ୍ରଥମ କିଛି ମାସ ମଧ୍ୟରେ ଅନୁରୁପ ଲକ୍ଷଣ ଦେଖାଯାଏ ଯାହାକୁ ନବଜାତ ବା ନିଓନାଟାଲ ମ୍ୟାସ୍ଥେନିଆ ନାମ ଦିଆଯାଏ । ନର୍ଭ କଣ୍ଡକସନ ସ୍ଟଡି (nerve conduction studies), ଏଡ୍ରୋଫୋନିଅମ ଟେଷ୍ଟ (edrophonium test) ଓ ଆଣ୍ଟିବଡି ଚିହ୍ନଟ ନିମନ୍ତେ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧]

ମ୍ୟାସ୍ଥେନିଆ ଗ୍ରାଭିସ ରୋଗ ନିମନ୍ତେ ସାଧାରଣତଃ ନିଓସ୍ଟିଗମିନପାଇରିଡୋସ୍ଟିଗମିନ ଭଳି ଆସେଟିଲକୋଲିନଇସ୍ଟରେଜ ଇନହିବିଟର (acetylcholinesterase inhibitor) ଦେଇ ଚିକିତ୍ସା କରାଯାଏ । ପ୍ରେଡନିସୋନ ବା ଆଜାଥାୟୋପ୍ରିନ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ Immunosuppressants ମଧ୍ୟ ଦିଆଯାଇପାରେ । କେତେକ କେଶ୍‌ରେ ଥାଇମେକ୍ଟୋମି (surgical removal of the thymus gland) ଅପରେଶନ କରାଯାଏ ଯେଉଁଥିରେ ଥାଇମସ ଗ୍ରନ୍ଥି କାଟି ବାହାର କରିଦିଆଯାଏ । ହଠାତ ଲକ୍ଷଣ ବୃଦ୍ଧି ପାଇଲେ ପ୍ଲାଜ୍ମାଫେରେସିସ Plasmapheresis ଓ ଅଧିକ ମାତ୍ରାର ଶିରାଭ୍ୟନ୍ତର ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulin) ଦିଆଯାଇପାରେ । ଶ୍ୱାସକ୍ରିୟା ମାଂସପେଶୀ ଦୁର୍ବଳ ହୋଇଗଲେ ଯାନ୍ତ୍ରିକ ଭେଣ୍ଟିଲେସନ (mechanical ventilation) ଆବଶ୍ୟକ ହୁଏ ।[୧]

ପ୍ରତି ଏକ ନିୟୁତ ଲୋକଙ୍କ ମଧ୍ୟରୁ ୫୦ରୁ ୨୦୦ ଲୋକଙ୍କୁ ମ୍ୟାସ୍ଥେନିଆ ଗ୍ରାଭିସ ଆକ୍ରମଣ କରେ ।[୪][୫] ବାର୍ଷିକ ଏକ ନିୟୁତ ଲୋକ ପିଛା ୩ରୁ ୩୦ ନୂଆ ରୋଗ ନିର୍ଣ୍ଣୟ କରାଯାଏ । [୬] ଅଧିକ ସଚେତନତା ଯୋଗୁ ଏହି ରୋଗ ନିର୍ଣ୍ଣୟ ସଂଖ୍ୟା ଅଧିକ ହେଉଛି ।[୬] ଚାଳିଶ ବର୍ଷରୁ କମ୍ ବୟସର ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷଙ୍କୁ ଏହି ରୋଗ ସାଧାରଣତଃ ହୁଏ । ସାଧାରଣତଃ ପିଲାଙ୍କୁ ଏହି ରୋଗ ହୁଏନାହିଁ । ଅଧିକାଂଶ ରୋଗୀ ଉପ‌ଯୁକ୍ତ ଚିକିତ୍ସା ପାଇଲେ ସାଧାରଣ ଜୀବନ ଯାପନ କରନ୍ତି ଓ ସାଧାରଣ ଆୟୁଷ (life expectancy) ଭୋଗ କରନ୍ତି ।[୧] ଗ୍ରୀକ ଶବ୍ଦ μύςର ଅର୍ଥ ମାଂସପେଶୀ, ଆସ୍ଥେନିଆ ଅର୍ଥ ଦୁର୍ବଳ ଓ Latin: ଗ୍ରାଭିସ ଶବ୍ଦର ଅର୍ଥ ସାଂଘାତିକ; ଏହି ଶବ୍ଦମାନଙ୍କୁ ନେଇ ମ୍ୟାସ୍ଥେନିଆ ଗ୍ରାଭିସ ଶବ୍ଦ ସୃଷ୍ଟି ହୋଇଛି ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Myasthenia Gravis Fact Sheet". NINDS. May 10, 2016. Archived from the original on 27 July 2016. Retrieved 8 August 2016.
  2. Principles of Neural Science (5 ed.). 2012. pp. 318–19. {{cite book}}: Cite uses deprecated parameter |authors= (help)
  3. Vrinten, C; van der Zwaag, AM; Weinreich, SS; Scholten, RJ; Verschuuren, JJ (17 December 2014). "Ephedrine for myasthenia gravis, neonatal myasthenia and the congenital myasthenic syndromes". The Cochrane database of systematic reviews (12): CD010028. PMID 25515947.
  4. Adams, James G. (2012). Emergency Medicine: Clinical Essentials (Expert Consult -- Online) (in ଇଂରାଜୀ) (2 ed.). Elsevier Health Sciences. p. 844. ISBN 1455733946.
  5. Kaminski, Henry J. (2009). Myasthenia Gravis and Related Disorders (in ଇଂରାଜୀ) (2 ed.). Springer Science & Business Media. p. 72. ISBN 9781597451567.
  6. ୬.୦ ୬.୧ McGrogan A, Sneddon S, de Vries CS (2010). "The incidence of myasthenia gravis: a systematic literature review". Neuroepidemiology. 34 (3): 171–183. doi:10.1159/000279334. PMID 20130418.
  7. Ehrlich, Ann; Schroeder, Carol L. (2014). Introduction to Medical Terminology (in ଇଂରାଜୀ). Cengage Learning. p. 87. ISBN 9781133951742.