ପାଇରିଡୋସ୍ଟିଗମିନ (ଇଂରାଜୀ ଭାଷାରେ Pyridostigmine) ଏକ ଔଷଧ ଯାହା ମ୍ୟାସ୍ଥେନିଆ ଗ୍ରାଭିସ ରୋଗର ଚିକିତ୍ସାରେ ଦିଆଯାଏ ।[୧] ନନ୍-ଡିପୋଲାରାଇଜିଙ୍ଗ ଟାଇପର ନିଉରୋମସ୍କୁଲାର ବ୍ଲକିଙ୍ଗ ଔଷଧର (neuromuscular blocking medication) ପ୍ରଭାବକୁ ଇତି କରିବା ନିମନ୍ତେ ଆଟ୍ରୋପିନ (atropine) ସ‌ହିତ ଏହା ଦିଆଯାଏ । ପାଟିରେ ଏହା ଦିଆଗଲେ ମଧ୍ୟ ଇଞ୍ଜେକସନ ଆକାରରେ ଦିଆଯାଇପାରିବ । ଏହାର ପ୍ରଭାବ ୪୫ ମିନିଟ ପରେ ଆରମ୍ଭ ହୋଇ ୬ ଘଣ୍ଟ ପର୍ଯ୍ୟନ୍ତ ରହେ ।[୨]

ପାଇରିଡୋସ୍ଟିଗମିନ
Clinical data
Trade namesMestinon, others
AHFS/Drugs.commonograph
MedlinePlusa682229
Pregnancy
category
  • AU: C
  • US: C (Risk not ruled out)
Routes of
administration
by mouth, intravenous
ATC code
Legal status
Legal status
Pharmacokinetic data
Bioavailability7.6 +/- 2.4%
Elimination half-life1.78 +/- 0.24hrs
Excretionkidney
Identifiers
  • 3-[(dimethylcarbamoyl)oxy]-1-methylpyridinium
CAS Number
PubChem CID
DrugBank
ChemSpider
UNII
KEGG
ChEMBL
Chemical and physical data
FormulaC9H13N2O2
Molar mass181.212 g/mol
3D model (JSmol)
  • O=C(Oc1ccc[n+](c1)C)N(C)C
  • InChI=1S/C9H13N2O2/c1-10(2)9(12)13-8-5-4-6-11(3)7-8/h4-7H,1-3H3/q+1 checkY
  • Key:RVOLLAQWKVFTGE-UHFFFAOYSA-N checkY
  (verify)

ପାଇରିଡୋସ୍ଟିଗମିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ବାରମ୍ବାର ମୂତ୍ରତ୍ୟାଗ ଓ ପେଟ ଯନ୍ତ୍ରଣା ଆଦି ହୁଏ । ସାଂଘାତିକ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ (low blood pressure), ଦୁର୍ବଳତା ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ । ଗର୍ଭାବସ୍ଥାରେ ଶିଶୁର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । କଲିନର୍ଜିକ ଶ୍ରେଣୀର ଆସେଟାଇଲକଲିନଇସ୍ଟରେଜ ମଧ୍ୟରୁ ପାଇରିଡୋସ୍ଟିଗମିନ ଗୋଟିଏ ଔଷଧ । ଏହା ଆସେଟାଇଲକଲିନଇସ୍ଟରେଜର (acetylcholinesterase) କାମକୁ ଅବରୋଧ କରି ଆସେଟାଇଲକଲିନ (acetylcholine) ସ୍ତର ବୃଦ୍ଧି କରେ ।[୨]

ସନ ୧୯୪୫ରେ ପାଇରିଡୋସ୍ଟିଗମିନ ପେଟେଣ୍ଟ ହେବାପରେ ସନ ୧୯୫୫ରୁ ତାହାର ଡାକ୍ତରୀ ବ୍ୟବ‌ହାର ଆରମ୍ଭ କରାଗଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ପାଇରିଡୋସ୍ଟିଗମିନ ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୭.୧୭ରୁ ୬୫.୯୩ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[୬]

ଆଧାର ସମ୍ପାଦନା

  1. WHO Model Formulary 2008 (PDF). World Health Organization. 2009. p. 429. ISBN 9789241547659. Retrieved 8 December 2016.
  2. ୨.୦ ୨.୧ ୨.୨ "Neostigmine Bromide". The American Society of Health-System Pharmacists. Retrieved 8 December 2016.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 540. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Pyridostigmine Bromide". International Drug Price Indicator Guide. Retrieved 8 December 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 339. ISBN 9781284057560.