ମ୍ୟାଗ୍ନେସିଅମ୍ ସଲଫେଟ (ଡାକ୍ତରୀ ବ୍ୟବ‌ହାର)

ମ୍ୟାଗ୍ନେସିଅମ୍ ସଲଫେଟ ଏକ ଔଷଧ ଯାହା ରକ୍ତରେ ମ୍ୟାଗ୍ନେସିୟମ ଅଭାବ ଏବଂ ଏକ୍ଲାମ୍ପସିଆ ରୋଗୀଙ୍କର ବାତ ସମ୍ଭାବନା ରୋକିବା ପାଇଁ ବ୍ୟବହୃତ ହୁଏ ।[୨] ଏହା ଟର୍ସେଡ୍ ଡି ପଏଣ୍ଟସ୍, ଅତିଶୟ ଆଜ୍‌ମା ବୃଦ୍ଧି, କୋଷ୍ଠକାଠିନ୍ୟ ଏବଂ ବାରିଅମ ବିଷକ୍ରିୟା ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ ।[୨] [୩] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ଏବଂ ପାଟିରେ ମଧ୍ୟ ଦିଆଯାଏ ।[୨] [୩] ଏପ୍ସୋମ୍ ଲୁଣ ଭାବରେ ଏହା ଖଣିଜ ସ୍ନାନ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[୪]

Magnesium sulfate
Magnesium sulfate heptahydrate
Clinical data
Trade namesEpsom salt, others
AHFS/Drugs.commonograph
Pregnancy
category
Routes of
administration
IV, IM, by mouth, topical
Chemical and physical data
FormulaMgSO4 - 7H2O
Molar mass120.366
3D model (JSmol)
  • [O-]S(=O)(=O)[O-].[Mg+2]
  • InChI=1S/Mg.H2O4S/c;1-5(2,3)4/h;(H2,1,2,3,4)/q+2;/p-2
  • Key:CSNNHWWHGAXBCP-UHFFFAOYSA-L

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଚର୍ମ ଫ୍ଲଶ୍ ଏବଂ କମ୍ ରକ୍ତ କ୍ୟାଲସିୟମ୍ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମାଂସପେଶୀ ଦୁର୍ବଳତା ଏବଂ ଶ୍ୱାସକ୍ରିୟା ହ୍ରାସ ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାରକଲେ ଶିଶୁକୁ କ୍ଷତି ପହଞ୍ଚାଇପାରେ ବୋଲି ଏକ ପ୍ରମାଣ ଥିବାବେଳେ, କେତେକ ଅବସ୍ଥାରେ ଏହାର ଲାଭ ବିପଦଠାରୁ ଅଧିକ ଅଟେ ।[୬] ସ୍ତନ୍ୟପାନ ସମୟରେ ଏହାର ବ୍ୟବହାର ନିରାପଦ ବୋଲି ଧରାଯାଏ ।[୬] । ଡାକ୍ତରୀ ବ୍ୟବହାର ପାଇଁ ମ୍ୟାଗନେସିମ ସଲଫେଟ୍ ହେଉଛି ମ୍ୟାଗ୍ନେସିୟମ୍ ସଲଫେଟ୍ ହେପ୍ଟାହାଇଡ୍ରେଟ୍ ଲବଣ ।[୩] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝାପଡେ ନାହିଁ, କିନ୍ତୁ ସ୍ନାୟୁର ନ୍ୟୁରନ‌ଗୁଡ଼ିକର କାର୍ଯ୍ୟକୁ କମେଇ ଦେଉଥିବା ବିଶ୍ୱାସ କରାଯାଏ ।[୨]

ଅନ୍ତତ ପକ୍ଷେ ୧୮୧୮ ମସିହାରେ ମ୍ୟାଗ୍ନେସିଅମ ସଲଫେଟ୍ ଚିକିତ୍ସା ବ୍ୟବହାର ନିମନ୍ତେ ଆରମ୍ଭ ହୋଇଥିଲା ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୮] ବିକାଶଶୀଳ ଦେଶଗୁଡିକରେ ୫୦% ୧୦ମିଲି ପ୍ରତି ଏହାର ହୋଲସେଲ ମୂଲ୍ୟ ୦.୩୫–୮.୭୩ ଡଲାର ଅଟେ ।[୯] ଯୁକ୍ତରାଜ୍ୟରେ ୨୦% ୪ମିଲି ଦ୍ରବଣର ମୂଲ୍ୟ ୧୦.୨୩ ପାଉଣ୍ଡ ଅଟେ ।[୩] ଯୁକ୍ତରାଷ୍ଟ୍ରରେ ଏହି ଔଷଧର ଏକ ଶ୍ରେଣୀର (କୋର୍ଷ) ମୂଲ୍ୟ ସାଧାରଣତଃ ୨୫ ଡଲାରରୁ କମ୍ ହୋଇଥାଏ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 220. ISBN 9781284057560.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Magnesium Sulfate". The American Society of Health-System Pharmacists. Archived from the original on 21 May 2016. Retrieved 8 January 2017.
  3. ୩.୦ ୩.୧ ୩.୨ ୩.୩ British national formulary : BNF 69 (69 ed.). British Medical Association. 2015. p. 696. ISBN 9780857111562.
  4. Kogel, Jessica Elzea (2006). Industrial Minerals & Rocks: Commodities, Markets, and Uses (in ଇଂରାଜୀ). SME. p. 625. ISBN 9780873352338. Archived from the original on 2017-09-18.
  5. World Health Organization (2009). Stuart MC, Kouimtzi M, Hill SR (eds.). WHO Model Formulary 2008. World Health Organization. p. 75. hdl:10665/44053. ISBN 9789241547659.
  6. ୬.୦ ୬.୧ "Magnesium sulfate Use During Pregnancy | Drugs.com". www.drugs.com. Archived from the original on 2017-07-02.
  7. Willett, Edward (2006). Magnesium (in ଇଂରାଜୀ). The Rosen Publishing Group. p. 5. ISBN 9781404210073. Archived from the original on 2017-09-18.
  8. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  9. "Magnesium Sulfate". International Drug Price Indicator Guide. Archived from the original on 21 November 2018. Retrieved 8 December 2016.