ମୋହିନୀ
ମୋହିନୀ (ଇଂରାଜୀ ଭାଷାରେ Mohini), (Sanskrit: मोहिनी, Mohinī) ବିଷୟ ହିନ୍ଦୁ ପୁରାଣରେ ବର୍ଣ୍ଣନା କରାଯାଇଛି ଓ ଏହା ବିଷ୍ଣୁଙ୍କର ଏକ ମହିଳା ଅବତାର ବୋଲି କୁହାଯାଏ । ତାଙ୍କୁ ଜଣେ ମାୟାବିନୀ ବା କୁହୁକିନୀ ଭାବରେ ଚିତ୍ରଣ କରାଯାଇଛି ଯିଏ ବ୍ୟକ୍ତିମାନଙ୍କୁ ପ୍ରେମରେ ପାଗଳ କରି ବିନାଶ କରିପାରନ୍ତି । ହିନ୍ଦୁ ପୁରାଣ ମହାଭାରତରେ ମୋହିନୀ ବିଷୟର ଅବତାରଣା କରାଯାଇଛି । ବିଷ୍ଣୁ ଏକ ମହିଳା ରୂପ ଧାରଣ କରି ଅସୁରଙ୍କ ହାତରର ଅମୃତ (Amrita) ଭରା ପାତ୍ର ଛଡ଼େଇ ଆଣି ଦେବତାଙ୍କୁ ଦେଇଥିଲେ ଓ ଏହା ଫଳରେ ଦେବତାମାନେ ତାଙ୍କର ଅମରତ୍ୱ ବଜାୟ ରଖିପାରିଲେ ।
ମୋହିନୀ | |
---|---|
"ଆକର୍ଷଣର ଦେବୀ" | |
Devanagari | मोहिनी |
Sanskrit Transliteration | Mohinī (English: infatuating) |
Affiliation | ବିଷ୍ଣୁଙ୍କ ଅବତାର, ଦେବୀ |
Weapon | ମୋହିନୀ ଅସ୍ତ୍ର (seduction), ସୁଦର୍ଶନ |
ମୋହିନୀଙ୍କ ବିଷୟରେ ବିଭିନ୍ନ କିମ୍ବଦନ୍ତୀମାନ ଅଛି ଯେଉଁଥିରେ ତାଙ୍କର ଅଦ୍ଭୁତ କର୍ମମାନଙ୍କର ବର୍ଣ୍ଣନା ଥିବା ସଙ୍ଗେ ସଙ୍ଗେ ତାଙ୍କର ଶିବଙ୍କ ସହିତ ବିବାହ ବିଷୟ ମଧ୍ୟ ଲେଖାଅଛି । ଏହି କାହାଣୀମାନଙ୍କ ମଧ୍ୟରେ ଭଷ୍ମାସୁର ବଧ ଅଛି । ସେ ମୂଖ୍ୟତଃ ଶତ୍ରୁମାନଙ୍କୁ ପ୍ରଲୁବ୍ଧ କରି ନଷ୍ଟ କରନ୍ତି । ସାରା ଭାରତୀୟ ସଂସ୍କୃତିରେ ତାଙ୍କୁ ପୂଜା କରାଯାଏ କିନ୍ତୁ ମୂଖ୍ୟତଃ ପଶ୍ଚିମ ଭାରତରେ ଥିବା ମନ୍ଦିରମାନଙ୍କରେ ସେ ମହାଳସା ନାମରେ ପୂଜା ପାଆନ୍ତି । ସେ ଖାଣ୍ଡୋବାଙ୍କ (Khandoba) (ଶିବଙ୍କର ଏକ ଅବତାର) ପତ୍ନୀ ଭାବରେ ଦେଖାଯାଆନ୍ତି ।
ଶବ୍ଦ ବ୍ୟୁତ୍ପତ୍ତି
ସମ୍ପାଦନାମୋହ ଶବ୍ଦରୁ ମୋହିନୀ ସୃଷ୍ଟି ହୋଇଛି ଯାହାଏ ଅର୍ଥ ମନ୍ତ୍ରମୁଗ୍ଧ ବା ଅହେତୁକ ପ୍ରେମାଚ୍ଛନ୍ନ,[୧][୨] ଓ ସାହିତ୍ୟରେ ମାୟାର ମାନବୀକରଣ । ମଧ୍ୟ ଭାରତରେ ମୋହିନୀ ଶବ୍ଦର ଅର୍ଥ କାମୋଦ୍ଦୀପକ ମନ୍ତ୍ରମୁଗ୍ଧ । [୩] ଏହା ମଧ୍ୟ ମହିଳା ସୌନ୍ଦର୍ଯ୍ୟ ଆକର୍ଷଣକୁ ବୁଝାଏ ।[୪]
କିମ୍ବଦନ୍ତୀ ଓ ଇତିହାସ
ସମ୍ପାଦନାଅମୃତ
ସମ୍ପାଦନାଖ୍ରୀ:ପୂ: ୫ ଶତାବ୍ଦୀରେ ମହାଭାରତରେ ଲିଖିତ ସମୁଦ୍ର ମନ୍ଥନ ସମୟରେ ପ୍ରଥମ ଥର ନିମନ୍ତେ ମୋହିନୀଙ୍କର ଆବିର୍ଭାବ ହୋଇଥିଲା ।[୫] କ୍ଷୀର ସାଗର ମନ୍ଥନ କରିବା ସମୟରେ ସାଗର ମଧ୍ୟରୁ ଅମୃତ ବାହାରିଥିଲା । ଦେବତା ଓ ଅସୁରମାନେ ତାହାକୁ ପାଇବାକୁ କଳହ କଲେ ।[୬] ଅସୁରମାନେ ଅମୃତ ରଖିବାକୁ ମନ୍ତ୍ରଣା କରୁଥିବା ଜାଣି ଦେବତାମାନେ କ୍ରୋଧଗ୍ରସ୍ତ ହେଲେ । ଅସୁରଙ୍କର ମନ୍ତ୍ରଣା ଜାଣି ବିଷ୍ଣୁ ଗୋଟିଏ ସୁନ୍ଦରୀ ମୋହମୟୀ ଝିଅର ରୂପ ଧାରଣ କଲେ । ଅସୁରମାନଙ୍କୁ ମୋହ ଓ ଛଳରେ ପରାଜିତ କରି ଅମୃତ ନେଇଆସିଲେ ଓ ଦେବତାଙ୍କୁ ଦେଇଦେଲେ । ରାହୁ କିନ୍ତୁ ଏହି ଛଳରେ ପରାଜିତ ନହୋଇ ଛଦ୍ମ ବେଶରେ ଦେବାତାଙ୍କ ମଧ୍ୟରେ ବସି କିଛି ଅମୃତ ପିଇବାକୁ ଲାଗିଲେ । ସୁର୍ଯ୍ୟ ଓ ଚନ୍ଦ୍ର ଏକଥା ବିଷ୍ଣୁଙ୍କୁ ଜଣେଇବାରୁ ସେ ସୁଦର୍ଶନ ଚକ୍ର ପେଶୀ ରାହୁର ଶିରଚ୍ଛେଦ କରିଦେଲେ କିନ୍ତୁ ତାହାର ମୁଣ୍ଡଟି ଅମରତ୍ୱ ପ୍ରାପ୍ତ ହୋଇ ରହିଲା [୭] ରାମାୟଣର ବାଳକାଣ୍ଡରେ ଏହି ସମ୍ବାଦ ମଧ୍ୟ ଅଛି । [୮] ବିଷ୍ଣ ପୁରାଣରେ ମଧ୍ୟ ସେହି ସମାନ ତଥ୍ୟ ଅଛି ।[୯]
ଅସୁର ବିନାଶକାରୀ
ସମ୍ପାଦନାହିନ୍ଦୁ ପୁରାଣମାନଙ୍କରେ ସବୁଠାରେ ମୋହିନୀଙ୍କ କଥା ଲେଖାଯାଇଛି । ବିଷ୍ଣୁ ପୁରାଣରେ ମୋହିନୀ ଭସ୍ମାସୁରକୁ ପରାଜିତ କରିଛନ୍ତି । [୧୦] ପ୍ରବଳ ତପସ୍ୟା କରି ଶିବଙ୍କଠାରୁ ଭସ୍ମାସୁର ଗୋଟିଏ ବର ପାଇଲା ଓ ସେହି ବର ଅନୁସାରେ ସେ ଯାହା ମୁଣ୍ଡରେ ହାତ ହେବ, ସେ ଭସ୍ମ ହୋଇଯିବ । ସେହି ବରର ସତ୍ୟତା ପରୀକ୍ଷା କରିବା ନିମନ୍ତେ ସେ ଶିବଙ୍କ ମୁଣ୍ଡ ଉପରେ ହାତ ରଖିବାକୁ ବାହାରିଲା । ଏହା ଦେଖି ବ୍ରହ୍ମା ସମୟକୁ ସ୍ଥିର କରିବେବା ଫଳରେ ଅସୁର ଶିବଙ୍କ ପାଖକୁ ଯାଇପାରିଲାନି । ଏଣେ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଅସୁର ପାଖକୁ ଯାଇ ତାଙ୍କୁ ପ୍ରଲୁବ୍ଧ କରିବାକୁ ଲାଗିଲେ । ତାଙ୍କର ଅଲୌକିକ ସୌନ୍ଦର୍ଯ୍ୟ ଦେଖି ଅସୁର ତାଙ୍କୁ ବିବାହ ପ୍ରସ୍ତାବ ଦେଲା । ମୋହିନୀ ଗୋଟିଏ ସର୍ତ୍ତରେ ବିବାହ କରିବାକୁ ରାଜି ହେଲେ । ସେ ନୁତ୍ୟ କରିବା ବେଳେ ଯେପରି ଅଙ୍ଗଭଙ୍ଗୀ କରିବେ, ଅସୁର ସେହିଭଳି ଅଙ୍ଗଭଙ୍ଗୀ କଲେ ସେ ବିବାହ କରିବାକୁ ପ୍ରତିଶ୍ରୁତି ଦେଲେ । ଅସୁର ଖୁସିରେ ରାଜି ହେଲା ଓ ମୋହିନୀଙ୍କ ନୃତ୍ୟର ତାଳେ ତାଳେ ନାଚିବାକୁ ଲାଗିଲା । ହଠାତ୍ ମୋହିନୀ ନିଜ ମଥା ଉପରେ ନିଜେ ହାତ ରଖିଦେଲେ । ତାଙ୍କୁ ଅନୁକରଣ କରି ଅସୁର ମଧ୍ୟ ନିଜ ମୁଣ୍ଡ ଉପରେ ହାତ ରଖିଦେଲା ଓ ବର ପ୍ରଭାବରେ ସଙ୍ଗେ ସଙ୍ଗେ ଭସ୍ମରେ ପରିଣତ ହୋଇଗଲା ।[୧୧] ଅନ୍ୟ ଏକ ବୌଦ୍ଧ ଲେଖାରେ (Satara Dewala Devi Puvata) ମଧ୍ୟ ଭସ୍ମାସୁର ଆଖ୍ୟାନ ଅଛି । ଏହି କାହାଣୀ ଅନୁସାରେ ବିଷ୍ଣ ମୋହିନୀ ଆକାର ଧାରଣ କରି ଅସୁରକୁ ପ୍ରଲୁବ୍ଧ କରିଦେଲେ । ଅସୁରକୁ ପ୍ରତିଜ୍ଞା କରି ତାଙ୍କୁ କେବେ ହେଲେ ପରିତ୍ୟାଗ ନ କରିବାକୁ ଅନୁରୋଧ କଲେ । ପ୍ରେମରେ ହିତାହିତ ଜ୍ଞାନ ହରାଇଥିବା ଅସୁର ପ୍ରତିଜ୍ଞାର ପ୍ରଥା ଅନୁସାର ନିଜ ମୁଣ୍ଡ ଉପରେ ହାତ ରଖି ପ୍ରତିଜ୍ଞା କରିବାକୁ ଉପକ୍ରମ କରିବା ସଙ୍ଗେ ସଙ୍ଗେ ଭସ୍ମରେ ପରିଣତ ହୋଇଗଲା । [୧୨]
ଆଧାର
ସମ୍ପାଦନା- ↑ Pattanaik (2001), p. 70
- ↑ [୧] Monier Williams, Sanskrit-English Dictionary. (1899).
- ↑ Goudriaan p. 44
- ↑ Reginald Massey (1 January 2004). India's dances: their history, technique, and repertoire. Abhinav Publications. pp. 131–2, 152. ISBN 978-81-7017-434-9.
- ↑ Goudriaan, p. 44, Adi Parva (chapter 17, stanzas 38–40)
- ↑ Mahabharata, Adi Parva, Astika Parva, Section 18.
- ↑ Mahabharata, Adi Parva, Section 19.
- ↑ Robert P. Goldman (2007). The Ramayana of Valmiki Balakanda 'An Epic of Ancient India. Motilal Banarsidass Publishers. p. 366. ISBN 978-81-208-3162-9.
- ↑ Vishnu Purana, Book 1, Chap. 9.
- ↑ Pattanaik, Devdutt (1 January 2006). Shiva to Shankara: decoding the phallic symbol. Indus Source. pp. 125, 129. ISBN 978-81-88569-04-5.
- ↑ Pattanaik (2001), pp. 66–67
- ↑ John Clifford Holt (1 January 2008). The Buddhist Visnu : 'Religious Transformation, Politics, and Culture. Motilal Banarsidass Publishers. pp. 146–48. ISBN 978-81-208-3269-5.