ମୋଣ୍ଟେଲୁକାସ୍ଟ
ମୋଣ୍ଟେଲୁକାସ୍ଟ (ଇଂରାଜୀ ଭାଷାରେ Montelukast, ଏକ ବିକ୍ରୟ ନାମ ସିଙ୍ଗୁଲେୟାର/ Singulair) ଔଷଧ ଆଜ୍ମା ରୋଗର ଚିକିତ୍ସାର ସଂରକ୍ଷଣ ନିମନ୍ତେ ଦିଆଯାଏ ।[୨] ଆଘ୍ରାଣକାରୀ କର୍ଟିକୋସ୍ଟିରଏଡ inhaled corticosteroids ଅପେକ୍ଷା ଏହା ଅଳ୍ପ ପସନ୍ଦ କରାଯାଏ ।[୨] ତୀବ୍ର ବା ଆକ୍ୟୁଟ ଆଜମାମାନଙ୍କରେ (asthma attacks) ଏହା ଦିଆଯାଏ ନାହିଁ ।[୨] ଆଲର୍ଜିକ ରାଇନାଇଟିସ (allergic rhinitis) ଓ ଦୀର୍ଘକାଳୀନ ହାଇଭସ (hives) ରୋଗମାନଙ୍କରେ ମଧ୍ୟ ଏହା ଦିଆଯାଏ । [୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Singulair, others |
AHFS/Drugs.com | monograph |
MedlinePlus | a600014 |
Pregnancy category | |
Routes of administration | By mouth |
Drug class | Leukotriene receptor antagonist |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 63–73% |
Protein binding | 99% |
Metabolism | Liver (CYP2C8-major, CYP3A4 and CYP2C9-minor)[୧] |
Elimination half-life | 2.7–5.5 hours |
Excretion | Biliary |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.115.927 |
Chemical and physical data | |
Formula | C35H36ClNO3S |
Molar mass | 586.184 g/mol |
3D model (JSmol) | |
Melting point | 145 to 148 °C (293 to 298 °F) |
| |
| |
(verify) |
ମୋଣ୍ଟେଲୁକାସ୍ଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, କାଶ ଓ ମୁଣ୍ଡବିନ୍ଧା ହୋଇପାରେ ।[୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା ଓ ଇଓସିନୋଫିଲିଆ (eosinophilia) ହୋଇପାରେ ।[୨] ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ଜଣାଯାଏ ।[୨] ଲିଉକୋଟ୍ରିଏନ ରିସେପ୍ଟର ଆଣ୍ଟାଗୋନିସ୍ଟ (leukotriene receptor antagonist) ପରିବାରର ମୋଣ୍ଟେଲୁକାସ୍ଟ ଏକ ସଦସ୍ୟ ।[୨] ମୋଣ୍ଟେଲୁକାସ୍ଟ ଔଷଧ ଫୁସଫୁସରେ ଲିଉକୋଟ୍ରିଏନ ଡି୪ର (en:leukotriene D4) କାର୍ଯ୍ୟକୁ ଅବରୋଧ କରି ପ୍ରଦାହ (inflammation) କମ୍ କରେ ଓ ସ୍ୱତଃଜାତ ପେଶୀମାନଙ୍କୁ (smooth muscle) ଶିଥିଳ କରିଦିଏ ।[୨]
ସନ ୧୯୯୮ର ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ମୋଣ୍ଟେଲୁକାସ୍ଟ ସ୍ୱୀକୃତ ହୋଇଥିଲା ।[୨] ଏହ ଜେନେରିକ ଔଷଧ (en:generic medication) ନାମରେ ମିଳେ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ମୋଣ୍ଟେଲୁକାସ୍ଟ ଔଷଧର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ୦.୧୫ ଡଲାରରୁ କମ୍ ଥିଲା ।[୪] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ନିମନ୍ତେ ଏହାର ଏକ ଡୋଜ ପିଛା ଏକ ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ସନ ୨୦୧୬ରେ ଏହାର ୨୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ବିକ୍ରୟ ତାଲିକାରେ ୨୩ତମ ସ୍ଥାନରେ ଥିଲା ।[୫]
ଆଧାର
ସମ୍ପାଦନା- ↑ "Montelukast 10 mg film coated tablets - Summary of Product Characteristics (SmPC) - (eMC)". Archived from the original on 23 December 2018. Retrieved 23 December 2018.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Montelukast Sodium Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
- ↑ ୩.୦ ୩.୧ British national formulary : BNF 76 (76 ed.). Pharmaceutical Press. 2018. p. 269. ISBN 9780857113382.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ "The Top 300 of 2019". clincalc.com. Retrieved 22 December 2018.