ମୃଦଙ୍ଗ

ବାଦ୍ୟ ଯନ୍ତ୍ର

ମୃଦଙ୍ଗ ପ୍ରାଚୀନ ଭାରତର ଏକ ମୂଳ ତବଲା । କର୍ଣ୍ଣାଟକ ସଂଗୀତ କଳାକାରଙ୍କର ଏହା ହେଉଛି ପ୍ରଥମ ଛାନ୍ଦ ।[] ମୃଦଙ୍ଗ କର୍ଣ୍ଣାଟକୀ ସଙ୍ଗୀତ ସ‌ହ ଭାରତ ବାହାରେ ଶ୍ରୀଲଙ୍କା, ସିଙ୍ଗାପୁର, ମାଲେସିଆ, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଏବଂ ବ୍ରିଟେନ ଆଦି ଦେଶମାନଙ୍କରେ ମଧ୍ୟ ପରିବେଷଣ କରାଯାଏ । ମୃଦଙ୍ଗ ସଦାସର୍ବଦା ଘାତମ, କାଞ୍ଜିରା ଏବଂ ମୋର୍ସିଙ୍ଗ ସ‌ହିତ ହିଁ ଥାଏ । ମୃଦଙ୍ଗକୁ ଢୋଲମାନଙ୍କର ରାଜା ବୋଲି ସମ୍ବୋଧିତ କରାଯାଇଛି ।

ମୃଦଙ୍ଗ

ଶବ୍ଦର ଉତ୍ପତ୍ତି

ସମ୍ପାଦନା

ତାମିଲ ସଂସ୍କୃତିରେ ଏହାକୁ ତାନୁମାଇ କୁହାଯାଏ । ତାମିଲ ସାହିତ୍ୟରେ ମୃଦଙ୍ଗର ଉଲ୍ଲେଖ ରହିଛି । ସଙ୍ଗମ ସାହିତ୍ୟରେ ମୃଗଙ୍ଗକୁ ତାନୁମାଇ ଭାବରେ ବର୍ଣ୍ଣନା କରାଯାଇଛି । ମୃଦଙ୍ଗ ଶବ୍ଦଟି ଏକ ସନ୍ଧିପଦ କିମ୍ବା ଦୁଇଟି ସଂସ୍କୃତ ଶବ୍ଦ ମର୍ଦ(ମାଟି) ଏବଂ ଅଙ୍ଗ ଯାହାକି ପୂର୍ବରୁ କଠିନ ମୃତ୍ତିକାଦ୍ୱାରା ତିଆରି କରାଯାଇଥିଲା ।[]

 
ଜଣେ ମୃଦଙ୍ଗ ବାଦକ ବସି ମୃଦଙ୍ଗ ବଜାଉଛନ୍ତି ।
 
ଏକ ସଙ୍ଗୀତ ଆସରରେ ମୃଦଙ୍ଗ ବାଦ୍ୟର ପରିବେଷଣ

ଇତିହାସ

ସମ୍ପାଦନା

ପ୍ରାଚୀନ ହିନ୍ଦୁ ମୂର୍ତ୍ତିକଳା, ଚିତ୍ରକଳା ଏବଂ ପୌରାଣିକ କଥାରେ ମୃଦଙ୍ଗ ସର୍ବଦା ଗଣେଶ(ବିଘ୍ନ ନାଶକ) ଏବଂ ନନ୍ଦି(ଭଗବାନ ଶିବଙ୍କର ବାହାନ ଏବଂ ଅନୁସରଣକାରୀ)ଙ୍କର ପ୍ରମୁଖ ପସନ୍ଦ ବୋଲି ବର୍ଣ୍ଣନା ରହିଛି । ଭଗବାନ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ତ୍ରିଲୋକରେ ଏକ ଦିବ୍ୟ ଛାନ୍ଦର ଗୁଞ୍ଜନ ପାଇଁ ନନ୍ଦି ମୃଦଙ୍ଗ ପରିବେଶଣ କରିଥାନ୍ତି ।[] ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସ୍ୱର୍ଗାଧିପତି ଦେବରାଜ ଇନ୍ଦ୍ର ଐରାବତ ହସ୍ତୀରେ ଅବସ୍ଥାନ କରି ସ୍ୱର୍ଗ ପରିଭ୍ରମଣ କରୁଥିବା ବେଳେ ଦେବରାଜଙ୍କର ସ୍ୱର ଗୁଞ୍ଜରିତ କରିବା ପାଇଁ ମୃଦଙ୍ଗର ଉତ୍ପତ୍ତି ହୋଇଥିଲା ।[] ଏଥିପାଇଁ ମୃଦଙ୍ଗକୁ ମଧ୍ୟ ଦେବ ବାଦ୍ୟ ବୋଲି କୁହାଯାଏ ।

ଏତେ ସବୁ ବର୍ଷ ମଧ୍ୟରେ ମୃଦଙ୍ଗର ସ୍ଥୟିତ୍ୱ ବଢ଼ାଇବା ପାଇଁ ଭିନ୍ନ ଭିନ୍ନ କାଠମାନଙ୍କରେ ନିର୍ମାଣ କରାଯାଇଥିଲା । ଆଜିକାଲି ଏହାର ମୁଖ୍ୟ ଶରୀର ପଣସ ଗଛର କାଠରୁ ତିଆରି କରାଯାଉଛି ।[] ମୃଦଙ୍ଗକୁ ଅଧା କରାଯାଇ ହିନ୍ଦୁସ୍ଥାନୀ ସଙ୍ଗୀତତର ତବଲା ନିର୍ମାଣ କରାଯାଇଛି ବୋଲି ବିଶ୍ୱାସ ରହିଛି । ମୃଦଙ୍ଗର ବିକାଶ ସହିତ ବିଭିନ୍ନ ପ୍ରକାରର ତାଳର ସୃଷ୍ଟି ହୋଇଛି ।

ମୃଦଙ୍ଗ ନୂତନ ସଙ୍ଗୀତ ଦୁନିଆରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ନାମରେ ପ୍ରାଚୀନ ନେପାଳର ସଙ୍ଗୀତ ପାଣ୍ଡୁଲିପିରେ ମୃଦଙ୍ଗ ଉପରେ ଏକ ଦୀର୍ଘ ପ୍ରବନ୍ଧ ରହିଛି ଯାହାର ନାମ ହେଉଛି ମୃଦଙ୍ଗ ଅନୁକରଣମ[] ମୃଦଙ୍ଗ ବାଦ୍ୟର ପରିବେଷଣ ପୂର୍ବ କିଛି ବର୍ଷରୁ ବଦଳିବାରେ ଲାଗିଛି । ପୂର୍ବରୁ ମୁଖ୍ୟ ବାଦକ ମୃଦଙ୍ଗ ପରିବେଶଣ କରୁଥିବାବେଳେ ଏବେ ଏହା କେବଳ ସଙ୍ଗୀତ କାର୍ଯ୍ୟକ୍ରମରେ ହିଁ ପରିବେଷଣ ହେଉଛି ।

ମୃଦଙ୍ଗ ହେଉଛି ଏକ ଦ୍ୱିପାର୍ଶ୍ୱିକ ଢୋଲ ଯାହାର ଶରୀର ମୁଖ୍ୟତଃ ୧ ଇଞ୍ଜ ମୋଟେଇ ବିଶଷ୍ଟ ପଣସ କାଠରେ ନିର୍ମିତ ଏକ ଫମ୍ପା ଖଣ୍ଡ ।[] ମୃଦଙ୍ଗର ଦୁଇ ପାର୍ଶର ଫମ୍ପା ଅଂଶକୁ ଛେଳି ଚମଡ଼ାଦ୍ୱାରା ଆବଦ୍ଧ କରାଯାଇ ଚମଡ଼ାର ଫିତାଦ୍ୱାରା ଏହାର ପରିଧିକୁ ସିଲେଇ କରାଯାଏ । ଏହି ଚମଡ଼ା ଫିତାଗୁଡ଼ିକୁ ମୁଖ୍ୟତଃ ଟାଣ କରି ବନ୍ଧାଯାଇଥାଏ, ଯାହାକି ଏହି ଗୋଲାକାର ଅଂଶକୁ ଦୁଇପାର୍ଶ୍ୱରୁ ଟାଣିକି ରଖିଥାଏ ଏବଂ ବାଡ଼େଇବା ବେଳେ ଢିଲା ହୋଇ ନ ଥାଏ । ଏହି ଦୁଇ ଗୋଲାକାର ଅଂଶଦୁଇଟିର ଆକାର ଅସମାନ ଥାଏ ଯାହାକି ଢୋଲ ଏବଂ ବଂଶୀର ଶଦ୍ଦ ନିର୍ଗତ କରିଥାଏ ।

ମୃଦଙ୍ଗ ପରିବେଶଣ

ମୃଦଙ୍ଗରୁ ନିର୍ଗତ ହେଉଥିବା ଧ୍ୱନୀ ଏହାର ଆକାର ଉପରେ ନିର୍ଭର କରେ । ମୃଦଙ୍ଗର ଆକର ବଡ଼ ହେଲେ ଏଥିରୁ ନିର୍ଗତ ଧ୍ୱନୀ କମ ହୋଇଥାଏ ଏବଂ ମୃଦଙ୍ଗର ଆକାର ଛୋଟ ହେଲେ ଏଥିରୁ ନିର୍ଗତ ଧ୍ୱନୀ ଅଧିକ ହୋଇଥାଏ ।[] ମୃଦଙ୍ଗ ବାଦକ ଜଣକ ନିଜ ଆଙ୍ଗୁଠିରେ ଯାଦୁରେ ସଙ୍ଗୀତର ସାତସୁର ବାହାର କରିଥାଏ ।

  1. "Mridangam". Encyclopedia Britannica. Retrieved 31 July 2016.
  2. "Mridangam". Retrieved 31 July 2016.
  3. ୩.୦ ୩.୧ "History". Retrieved 31 July 2016.
  4. ୪.୦ ୪.୧ "Mridangam". lakshmansruthi.com. Archived from the original on 23 July 2016. Retrieved 31 July 2016.
  5. Book: Nepalbhasa sahitya ya itihaas, Author: Prof. Premshanti Tuladhar, Publication: Nepalbhasa Academy, ISBN 978-99933-56-00-4
  6. "TONE". Retrieved 31 July 2016.