ପଣସ (Artocarpus heterophyllus) ଦକ୍ଷିଣ ଏସିଆରେ ଦେଖାଯାଉଥିବା ଏକ ଗଛ ଅଟେ । ଏହାର ଫଳ ମାଂସଳ ଓ ହଳଦିଆ ରଙ୍ଗର ଅଟେ । ପ୍ରଥମରୁ ଏହା ଭାରତରେ ଦେଖାଯାଉଥିଲା । ଗୋଆ , କେରଳ, ଓଡ଼ିଶା, ତାମିଲନାଡୁ [୬], ମହାରାଷ୍ଟ୍ର [୭] ଆଦି ରାଜ୍ୟ ମାନଙ୍କରେ ଏହା ଦେଖାଯାଏ । ଏହା ସବୁଠାରୁ ବଡ଼ ଫଳ ଅଟେ [୮]। ସବୁଠାରୁ ବଡ଼ ପଣସର ଓଜନ ୩୫ କିଲୋ , ୯୦ ସେଣ୍ଟିମିଟର ଲମ୍ବା, ଓ ୫୦ ସେଣ୍ଟିମିଟର ଚଉଡା ଅଟେ ।[୯]

Jackfruit
Jackfruit hanging.JPG
Jackfruit
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Rosales
କୁଳ: Moraceae
ଗୋଷ୍ଠୀ: Artocarpeae
ପ୍ରଜାତି: Artocarpus
ଜାତି: A. heterophyllus
ବାଇନୋମିଆଲ ନାମ
Artocarpus heterophyllus
Synonyms[୩][୪][୫]
  • Artocarpus brasiliensis Ortega
  • A. maximus Blanco
  • A. nanca Noronha (nom inval.)
  • A. philippensis Lam.

ଉତ୍ପାଦନସମ୍ପାଦନ କରନ୍ତୁ

 
Developing jackfruit in Bangladesh
 
ପଣସ ଗଛରେ ପଣସ ଫଳିବା ଆରମ୍ଭର ଦୃଶ୍ୟ ।

ଭାରତୀୟ ଚାଷରେ ପ୍ରାୟ ୩୦୦୦ରୁ ୪୦୦୦ ବର୍ଷ ତଳୁ ପଣସ ଏକ ଗୁରୁତ୍ୱପୂର୍ଣ ଭୂମିକା ସମ୍ପର୍ଣ୍ଣ କରି ଆସୁଛି । ଦକ୍ଷିଣ ଏସିଆରେ ଏହା ଅଧିକ ପରିମାଣରେ ଉତ୍ପାଦନ କରାଯାଏ । ଭାରତର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ । ଭାରତର ସମଗ୍ର ପଶ୍ଚିମ ଉପକୂଳରେ ଏବଂ ପୂର୍ବ ପଟେ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ପ୍ରଭୃତି ରାଜ୍ୟରେ ଚାଷ କରାଯାଏ ।

ଜଳବାୟୁସମ୍ପାଦନ କରନ୍ତୁ

ପଣସ ଗ୍ରୀଷ୍ମମଣ୍ଡଳୀୟ ଫଳ । ଏହା ଉଷ୍ମ ଓ ଆଦ୍ର ଜଳବାୟୁରେ ଭଲ ହୁଏ । ସମୁଦ୍ର ପତନଠାରୁ ୧୫୦୦ ମିଟର ପର୍ଯ୍ୟନ୍ତ ପଣସ ଚାଷ କରାଯାଇ ପାରେ । କିନ୍ତୁ ୧୨୦୦ ମିଟର ଉଚ୍ଚତା ପରେ ଏହା କମ ଫଳେ । ଏହା ବୃଷ୍ଟିବହୁଳ ଅଞ୍ଚଳରେ ଭଲ ବଢିଲେ ମଧ୍ୟ ଏହାର ମୂଳରେ ପାଣି ଜମି ରହିଲେ ଏହା ସହ୍ୟ କରି ପାରେ ନାହିଁ ।

ମୃତ୍ତିକାସମ୍ପାଦନ କରନ୍ତୁ

ପଣସ ନିଗିଡା ଉଚ୍ଚ ଜମିରେ ଭଲ ହୁଏ । ନିଗିଡା, ଲାଲ, ଲାଲ ଦୋରସା, ରୁଗୁଡିଆ ଲାଲ ଓ ପଟୁ ମାଟିରେ ଭଲ ବଢେ । ସନ୍ତସନ୍ତିଆ ଜମିରେ ଏହା ଖୁବ ଭଲ ହୁଏନି ଓ ଗଛ ମରିଯାଏ । ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ଏହା ଖୁବ ଭଲ ହୁଏ ।


କିସମସମ୍ପାଦନ କରନ୍ତୁ

ପଣସ ଦୁଇ ପ୍ରକାର । ଗୋଟିଏ କାଦୁଆ ଓ ଅନ୍ୟଟି ହେଲା ଖଜରା । କାଦୁଆ ପଣସର କୋଷାଗୁଡିକ ଗୋଲାକାର ପାଚିଗଲେ ନରମ ହୋଇ ତୁଳା ପରି ହୋଇଯାଏ । ଖଜରା ପଣସର କୋଷାଗୁଡ଼ିକ ସାରୁ, ଲମ୍ବାଳିଆ, ଦୁଧିଆ ରଙ୍ଗ ବା ଧଳାଚମ୍ପା ଫୁଲ ରଙ୍ଗ ପରି । ତେବେ ଭଲ ପଣସ ଭିତରେ ସିଙ୍ଗାପୁର ବା ସିଲୋ ପ୍ରଥମ । ବର୍ତ୍ତମାନ ଦେଶୀ ପଣସ ସହ ସିଙ୍ଗାପୁର ପଣସର କୃତିମ ସଙ୍ଗମ କରାଯାଇ କେତେକ ଉନ୍ନତ କିସମର ପଣସ ବାହାର କରାଗଲାଣି ।


  1. ମୃତମ ଭାରିକା : ମଧ୍ୟ ଭଲ କିସମ । ଫଳଗୁଡ଼ିକ ପ୍ରାୟ ୭ କେଜି ଓଜନର ହୁଏ ।
  2. ଦିୱାରିଆ : ମଧ୍ୟ ଗୋଟିଏ ଭଲ ପଣସ । ଏହାର ଓଜନ ୪୦ କେଜି ଓଜନର ହୁଏ ।
  3. ଆଲ୍ଲାହାବାଦ : ମଧ୍ୟ ଆଉ ଗୋଟିଏ ଭଲ ପଣସ । ଏହା ସାଧାରଣତଃ ଉତ୍ତର ପ୍ରଦେଶରେ ଭଲ ହୁଏ ।
  4. ସିଙ୍ଗାପୁର : ଏହା ଏକ ଉନ୍ନତ ଧରଣର ପଣସ । ଫଳର ଆକାର ମଧ୍ୟମ ଧରଣର । କୋଷାଗୁଡିକ ଗାଢ ହଳଦିଆ ରଙ୍ଗର ଏବଂ ଖୁବ ମିଠା ଲାଗେ । ଫଳରେ ୮୦ରୁ ୧୦୦ ପର୍ଯ୍ୟନ୍ତ କୋଷା ଥାଏ ।
  5. ରୁଦ୍ରାକ୍ଷୀ : ସାଧାରଣତଃ ଦକ୍ଷିଣ ଭାରତରେ ଏହା ବେଶି ଦେଖାଯାଏ । ଏହା ଏକ ପ୍ରକାର ବଣୁଆ ପଣସ । ଏହାର ଫଳଗୁଡିକ ଆକାରରେ ଛୋଟ । ଫଳର ଉପରି ଭାଗରେ କମ କଣ୍ଟା ଥାଏ । କୋଷାଗୁଡ଼ିକ କମ୍ ରସଯୁକ୍ତ ଏବଂ ବିଶେଷ ସ୍ୱାଦୁକର ହୋଇନଥାଏ ।

ବଂଶବିସ୍ତାରସମ୍ପାଦନ କରନ୍ତୁ

ସାଧାରଣତଃ ମଞ୍ଜିରୁ ଗଛ କରାଯାଏ । ଆଖି କଲମୀ ଓ ଯୋଡ କଲମିରେ ରୁଦ୍ରାକ୍ଷୀ ପଣସ ଗଛକୁ ମୂଳ ଗଛ ହିସାବରେ ବ୍ୟବହାର କରାଯାଏ ।

ଖତ ଓ ସାରସମ୍ପାଦନ କରନ୍ତୁ

ସାଧାରଣତଃ ପଣସ ଗଛରେ ଖତସାର କେହି ଦିଅନ୍ତିନି । କିନ୍ତୁ ଫଳ ଅମଳ ପରେ ପ୍ରତି ଗଛର ୨/୩ ଟୋକେଇ ଖତ ଓ ୨କେଜି ଜୈବିକ ସାର ବର୍ଷା ଋତୁ ଆରମ୍ଭରେ ଦେଲେ ବେଶୀ ଫଳ ମିଳେ । ବୋରନ ଅଣୁସାର ଅଭାବ ହେଲେ ଫଳ ଆସିବା କମିଯାଏ । ଗଛ ପ୍ରତି ୫୦୦ ଗ୍ରାମ ବୋରାକ୍ସ ଦେଲେ ଭଲ ଫଳ ଅମଳ ଆସେ ।

ପଣସ କଷି ଝଡିପଡିବାସମ୍ପାଦନ କରନ୍ତୁ

ପଣସ ଗଛରେ ମାଈଫୁଲ ଓ ଅଣ୍ଡିରା ଫୁଲ ଫୁଟେ । ଗଛରେ ପ୍ରଥମେ ଅଣ୍ଡିରା ଫୁଲ ଫୁଟେ ଓ ତା’ପରେ ମାଈ ଓ ଅଣ୍ଡିରା ଫୁଲ ଫୁଟେ ଓ ଶେଷରେ କେବଳ ମାଈଫୁଲ ଫୁଟେ । ଅଣ୍ଡିରା ଫୁଲ ଫୁଟିବାର ୨-୩ ସପ୍ତାହ ମଧ୍ୟରେ ଗଛରୁ ଝରିପଡେ । ଏକ ପ୍ରକାରର ଛୋଟ ଛୋଟ ଫଳ କଷି ଗଛରୁ ଝଡୁ ଥିବାରୁ ଲକ୍ଷକରି ଏହା କୌଣସି ରୋଗରୁ ବା ଅନ୍ୟକାରଣରୁ ହେଉଛି ବୋଲି ଭାବନ୍ତି । ଅଣ୍ଡିରା ଫୁଲଗୁଡ଼ିକ ଖଡିପଡେ । ସାଧାରଣତଃ ଅଣ୍ଡିରା ଫୁଲଗୁଡ଼ିକ ଗଛର ଶାଖା ଓ ପ୍ରଶାଖାରେ ଫୁଟେ । କିନ୍ତୁ ମାଈଫୁଲ ସାଧାରଣତଃ ଗଛର ମୂଳ ଅଂଶରେ କିମ୍ବା ଗଣ୍ଡିରୁ ବାହାରି ଥିବା ମୁଖ୍ୟ ଶାଖାକାଣ୍ଡରେ ବାହାରି ଥାଏ । ସେଥିପାଇଁ ପଣସ ସବୁ ଗଛର ଗଣ୍ଡି ପାଖରେ ଫଳିଥାନ୍ତି ।

ଅମଳସମ୍ପାଦନ କରନ୍ତୁ

ମଞ୍ଜି ଗଛରେ ୭/୮ ବର୍ଷ ପରେ ଫଳ ଆସେ କଲମୀ ଗଛ ୫/୭ ବର୍ଷ ପରେ ଫଳ ଆସେ । ଗୋଟିଏ ଗଛରୁ ୧୦୦ କେଜିରୁ ୧୦୦୦ କେଜି ପର୍ଯ୍ୟନ୍ତ ଫଳ ମିଳେ ।

ପଣସର ବ୍ୟବହାରସମ୍ପାଦନ କରନ୍ତୁ

 
Jackfruit flesh
 
Opened jackfruit
  • ଭାରତ ଓ ବାଂଲାଦେଶରେ ପଣସକୁ ଛଡ଼େଇ ତାର ହଳଦିଆ ମାଂସଳ ଅଂଶକୁ ଖାଆନ୍ତି । ପାଚି ନଥିବା ପଣସରେ ତରକାରୀ ହୁଏ । ଏହାକୁ ସାଧାରଣତଃ ପଣସ କଠା ବୋଲି କୁହାଯାଏ । ଏହାର ମଞ୍ଜିକୁ ଶୁଖାଇ ତରକାରୀରେ ମଧ୍ୟ ବ୍ୟବହାର ହୁଏ ।
  • ଇଣ୍ଡୋନେସିଆରେ ପାଚିଲା ପଣସକୁ ଖାଇବା ସହ ମିଠା ତିଆରି କରିବାରେ ବ୍ୟବହାର କରିଥାନ୍ତି ।

ସେମାନେ ଏହାକୁ ନଙ୍ଗକା କୁହନ୍ତି ।

  • ତାମିଲନାଡୁ (ଭାରତ)ରେ ପଣସ ସବୁଠାରୁ ଅଧିକ ଉତ୍ପାଦନ ହୁଏ ।ପାନରୁତିଠାରେ ୭୦ କିଲୋର ଏକ ପଣସ ଉତ୍ପାଦନ ହୋଇ ଗିନିଜ ରେକର୍ଡ ସୃଷ୍ଟି କରିଥିଲା ।
  • କେରଳରେ ଏହା ଗୁଡ ତିଆରିରେ ସାହାଯ୍ୟ କରିଥାଏ ।
  • ଭିଏତନାମରେ ପଣସରୁ ସୁପ ତିଆରି ହୁଏ ।

ପାଚିଲା ପଣସରେ ତିଆରି ତରକାରୀସମ୍ପାଦନ କରନ୍ତୁ

କଞ୍ଚା ପଣସରେ ତିଆରି ଖାଦ୍ୟସମ୍ପାଦନ କରନ୍ତୁ

ପୋଷଣସମ୍ପାଦନ କରନ୍ତୁ

ପଣସରେ ୧୦୦ ଗ୍ରାମ ପ୍ରୋଟିନ,ଭିଟାମିନ ସି(୧୩.୭ମିଲିଗ୍ରାମ)[୧୦] ଓ କ୍ୟାଲୋରି ଥାଏ ।

ପଣସ କାଠସମ୍ପାଦନ କରନ୍ତୁ

 
Jackfruit tree

ପଣସ କାଠରେ ଘରର ଆସବାପତ୍ର ତିଆରି ହୁଏ ଯଥା କବାଟ,ଝରକା,ଆଲମାରି ଇତ୍ୟାଦି । ଏହା ସଙ୍ଗୀତ ବାଦ୍ୟ ତିଆରିରେ ସାହାଯ୍ୟ କରେ ।

ଉତ୍ପାଦନସମ୍ପାଦନ କରନ୍ତୁ

"Jackfruit: Improvement in the Asia-Pacific Region" (PDF). Asia-Pacific Association of Agricultural Research Institutions.</ref>

ସ୍ଥାନ ଦେଶ ଉତ୍ପାଦନ
(୧୦୦୦ ଟନ)
  ଭାରତ ୧୪୩୬
  ବଙ୍ଗଳାଦେଶ ୯୨୬
  Thailand ୩୯୨
  ଇଣ୍ଡୋନେସିଆ ୩୪୦
  ନେପାଳ ୧୮.୯୭

ଆଧାରସମ୍ପାଦନ କରନ୍ତୁ

  1. Under its accepted name Artocarpus heterophyllus (then as heterophylla) this species was described in Encyclopédie Méthodique, Botanique 3: 209. (1789) by Jean-Baptiste Lamarck, from a specimen collected by botanist Philibert Commerson. Lamarck said of the fruit that it was coarse and difficult to digest. "Larmarck's original description of tejas". Retrieved 2012-11-23. On mange la chair de son fruit, ainsi que les noyaux qu'il contient; mais c'est un aliment grossier et difficile à digérer.
  2. "Name - !Artocarpus heterophyllus Lam". Tropicos. Saint Louis, Missouri: Missouri Botanical Garden. Retrieved 2012-11-23.
  3. "TPL, treatment of Artocarpus heterophyllus". The Plant List; Version 1. (published on the internet). Royal Botanic Gardens, Kew and Missouri Botanical Garden. 2010. Retrieved 2012-11-23.
  4. "Name – Artocarpus heterophyllus Lam. synonyms". Tropicos. Saint Louis, Missouri: Missouri Botanical Garden. Retrieved 2012-11-23.
  5. GRIN (2006-11-02). "Artocarpus heterophyllus information from NPGS/GRIN". Taxonomy for Plants. National Germplasm Resources Laboratory, Beltsville, Maryland: USDA, ARS, National Genetic Resources Program. Retrieved 2012-11-23.
  6. "Jackfruit Paradise". Civil Society.
  7. Boning, Charles R. (2006). Florida's Best Fruiting Plants: Native and Exotic Trees, Shrubs, and Vines. Sarasota, Florida: Pineapple Press, Inc. p. 107.
  8. "Jackfruit, Breadfruit & Relatives". Know & Enjoy Tropical Fruit. 2012. Retrieved 2012-11-23.
  9. "Jackfruit Fruit Facts". California Rare Fruit Growers, Inc. 1996. Retrieved 2012-11-23.
  10. "Show Foods". Ndb.nal.usda.gov. Retrieved 2014-06-17.