ମୂତ୍ରାଶୟ ଅଙ୍ଗବିକୃତି

ମୁତ୍ରାଶୟ ଉଦର ବାହାରେ ଥାଏ ଓ ଜନ୍ମଗତ ଥାଏ ।

ମୂତ୍ରାଶୟ ଅଙ୍ଗବିକୃତି ବା ବ୍ଲାଡର ଏକ୍ସଷ୍ଟ୍ରୋଫି ହେଉଛି ଏକ ଆଜନ୍ମ ତୃଟି ଯେଉଁଥିରେ ଉଦର କାନ୍ଥ, ମୂତ୍ରନଳୀ, ଯୌନାଙ୍ଗ ଓ ପେଲଭିଦ ବା ଶ୍ରୋଣୀ ଜଡିତ ଥାଆନ୍ତି । [୩]ଏହି ରୋଗରେ ସାଧାରଣତଃ ଉଦର କାନ୍ଥ ବାଟ ଦେଇ ମୂତ୍ରାଶୟ ଉଦର ବାହାରକୁ ଆସିଥାଏ ଏବଂ ପେଲଭିସ ହାଡ଼ଦ୍ୱୟ ପୃଥକ ରହନ୍ତି । [୨] ଏହି ସ୍ଥାନରୁ ପରିସ୍ରା ଲିକ୍ ହୁଏ | [୨] ପୁରୁଷମାନଙ୍କଠାରେ ଏକ ଛୋଟ ଲିଙ୍ଗ ଏବଂ ଅଣଅବରୋହୀ ଟେଷ୍ଟସ ଥାଏ । [୨]

Bladder exstrophy
Ectopia vesicae, exstrophy of the bladder[୧]
Female baby with classical bladder exstrophy
ବିଭାଗUrology
ଲକ୍ଷଣLow abdominal wall, urinary tract, genitals, and pelvic bones abnormalities[୨]
ଆକ୍ରାନ୍ତ ସମୟPresent at birth[୨]
କାରଣUnclear[୨]
ରୋଗ ନିର୍ଣ୍ଣୟ ପଦ୍ଧତିExamination[୨]
ସଠିକ ରୋଗ ନିର୍ଣ୍ଣୟEpispadias, cloacal exstrophy[୨]
ପୁନଃପୌନିକ1 in 50,000 newborns[୨]

ଏହାର କାରଣ ଅସ୍ପଷ୍ଟ ରହିଛି। [୩] ଗର୍ଭାବସ୍ଥାରେ ଧୂମପାନ ଏବଂ ବିକିରଣ ସଂସ୍ପର୍ଶ ଯୋଗୁ ହୋଇପାରେ । [୨] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଏକ ଅସ୍ୱାଭାବିକ ବୃହତ କ୍ଲୋଏକାଲ ପରଦା ସହିତ ଜଡିତ ବୋଲି ଚିନ୍ତା କରାଯାଏ ଯାହା ମେସେନ‌କାଇ ତନ୍ତୁକୁ ମଧ୍ୟଭାଗକୁ ଯିବାକୁ ରୋକିଥାଏ । [୨] ଏହା ଅସ୍ୱାଭାବିକତାର ସ୍ପେକ୍ଟ୍ରମର ଏକ ଅଂଶ, ଯାହା ବ୍ଲାଡର ଏକ୍ସଷ୍ଟ୍ରୋଫି- ଏପିସପାଡିଆସ୍ - କ୍ଲୋକାଲ୍ ଏକ୍ସଷ୍ଟ୍ରୋଫି କମ୍ପ୍ଲେକ୍ସ ଭାବରେ ଜଣାଶୁଣା | [୪] ଏହାକୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୨]

ଗର୍ଭଧାରଣ ପୂର୍ବରୁ ଅଧିକ ଫୋଲେଟ ନ ଦେଲେ ପ୍ରତିରୋଧ ହୋଇପାରେ ।[୩] ଜନ୍ମ ସମୟରେ ସ୍ୱଚ୍ଛ ପ୍ଲାଷ୍ଟିକ୍ ପରଦା ଗୁଡ଼ାଇ ଏହି ଅଞ୍ଚଳକୁ ଆଚ୍ଛାଦନ କରାଯାଏ । [୨] ଏହା ପରେ ଅସ୍ତ୍ରୋପଚାର କରାଯାଏ, ଯାହା ଏକ କିମ୍ବା ଅଧିକ ଅପରେସନ ଆବଶ୍ୟକ ହୋଇପାରେ । [୨] ଅନିଚ୍ଛାକୃତ ମୂତ୍ରତ୍ୟାଗ, ହାଇଡ୍ରୋନେଫ୍ରୋସିସ୍, ମୂତ୍ରନଳୀ ସଂକ୍ରମଣ କିମ୍ବା ବ୍ଲାଡର କର୍କଟଦ୍ୱାରା ଫଳାଫଳ ଜଟିଳ ହୋଇପାରେ | [୨]

ପ୍ରାୟ ୫୦,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ପ୍ରାୟ ଜଣେ ଏହି ରୋଗରେ ଆକ୍ରାନ୍ତ ହୋଇଥାଏ । [୩] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । [୫] ଏହା ପ୍ରଥମେ ଖ୍ରୀଷ୍ଟପୂର୍ବ ୨୦୦୦ ମସିହାରେ ବର୍ଣ୍ଣନା କରାଯାଇଥିଲା । [୨] ଶବ୍ଦ "ଏକ୍ସଟ୍ରୋଫି" ଗ୍ରୀକ୍ ଶବ୍ଦ ଅଟେ ଯାହା "ଭିତରୁ ବାହାରକୁ ଯିବା" ବୁଝାଏ । [୬]

ଆଧାର ସମ୍ପାଦନା

  1. "Exstrophy of the bladder | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 28 February 2021. Retrieved 25 January 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Anand, S; Lotfollahzadeh, S (January 2020). "Bladder Exstrophy". PMID 33085303. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ Anand, S; Lotfollahzadeh, S (January 2020). "Bladder Exstrophy". PMID 33085303. {{cite journal}}: Cite journal requires |journal= (help)
  4. "Bladder Exstrophy-Epispadias-Cloacal Exstrophy Complex". NORD (National Organization for Rare Disorders). Archived from the original on 23 January 2021. Retrieved 25 January 2021.
  5. "Exstrophy of the bladder | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 28 February 2021. Retrieved 25 January 2021.
  6. Blandy, John; Kaisary, Amir V. (2013). Urology (in ଇଂରାଜୀ). John Wiley & Sons. p. 269. ISBN 978-1-118-70989-4. Archived from the original on 2021-08-28. Retrieved 2021-01-25.