ହାଇଡ୍ରୋନେଫ୍ରୋସିସ୍

ହାଇଡ୍ରୋନେଫ୍ରୋସିସ୍ ରୋଗରେ ପରିସ୍ରାର ନିମ୍ନ‌ଗାମୀ ଗତି ଅବରୋଧ ଯୋଗୁ ବୃକ୍‌କର ପେଲଭିସ ଓ କାଲିସେସ ସ୍ଫିତ ହୋଇଯାଏ | [୧] ଆରମ୍ଭ ଦୃତ ଗତିରେ ହେଲେ ଲକ୍ଷଣଗୁଡ଼ିକ ପ୍ରାୟତଃ ନିରନ୍ତର ଧୀମା ଯନ୍ତ୍ରଣା ହୁଏ ଓ ବେଳେବେଳେ ତୀକ୍ଷ୍ଣ ଯନ୍ତ୍ରଣା ମଧ୍ୟ ହୁଏ | [୧] ନିଶ୍ଚିତ ଭାବରେ ଏକ ସ୍ଥାନ ଖୋଜିବାରେ ଲୋକମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି | [୧] ଅଇ ଏବଂ ପରିସ୍ରା କରିବାର ଇଚ୍ଛା ରହିପାରେ | [୧] ଏହା ଧୀରେ ଧୀରେ ବିକଶିତ ହେଲେ କୌଣସି ଲକ୍ଷଣ ଉପସ୍ଥିତ ହୋଇନପାରେ | [୧] ରୋଗ ଜଟିଳ ହେଲେ ମୂତ୍ରନଳୀ ସଂକ୍ରମଣ ଏବଂ କିଡନୀ ବିଫଳତାକୁ ହୋଇପାରେ | [୧]

Urinary tract obstruction, obstructive uropathy, hydroureter (for ureter dilation), hydronephroureter (for both)
Video explanation
ବିଭାଗUrology
ଲକ୍ଷଣNone, flank pain, urge to urinate, nausea[୧]
କାରଣKidney stones, cancer, ureteropelvic junction stenosis, ureteral strictures, renal cysts, posterior urethral valves, benign prostatic hyperplasia, pregnancy, retroperitoneal fibrosis, neurogenic bladder[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୧]
ସଠିକ ରୋଗ ନିର୍ଣ୍ଣୟPeripelvic renal cysts, pyelonephritis, renal diverticulum[୧]
ଚିକିତ୍ସାDepends on the cause[୧]
ପୁନଃପୌନିକRelatively common[୧]


ମୂତ୍ରସାରଣୀ ବା ୟୁରେଟର, ମୂତ୍ରାଶୟ ବା ମୂତ୍ରନଳୀ ମଧ୍ୟରୁ ଯେ କୌଣସି ସ୍ତରରେ ବାଧା ସୃଷ୍ଟି ହୋଇପାରେ | [୧] ବୃକ୍‌କ ପଥର ରୋଗ, କର୍କଟ, ୟୁରେଟେରୋପେଲଭିକ୍ ଜଙ୍କସନ୍ ଷ୍ଟେନୋସିସ୍, ୟୁରେଟେରାଲ୍ ସଂକୀର୍ଣ୍ଣତା, ବୃକକ୍ ସିଷ୍ଟ, ପୋଷ୍ଟୋରିଅର୍ ୟୁରେଥ୍ରାଲ୍ ଭଲଭ୍, ବିନାଇନ୍ ପ୍ରୋଷ୍ଟାଟିକ୍ ହାଇପରପ୍ଲାସିଆ, ଗର୍ଭଧାରଣ, ରେଟ୍ରୋପେରିଟୋନିଆଲ୍ ଫାଇବ୍ରୋସିସ୍ ଏବଂ ନ୍ୟୁରୋଜେନିକ୍ ବ୍ଲାଡର ରୋଗ ଥିଲେ ଏହା ହୋଇପାରେ । [୧] ସାଧାରଣତଃ ମେଡିକାଲ ଇମେଜିଙ୍ଗଦ୍ୱାରା ରୋଗ ନିର୍ଣ୍ଣୟ ହୋଇଥାଏ | [୧]

ଏହି ରୋଗର କାରଣ ଉପରେ ଚିକିତ୍ସା ନିର୍ଭର କରେ | [୧] ନିମ୍ନ ମୂତ୍ର ସାରଣୀ ଅବରୋଧ ପାଇଁ ଏକ ମୂତ୍ର କ୍ୟାଥେର୍ ବାରମ୍ବାର ଦିଆଯାଇପାରେ ଓ ଉପର ମୂତ୍ରନଳୀ କାରଣରୁ ରୋଗ ହେଉଥିଲେ ସେଠାରେ ଏକ ୟୁରେଟେରାଲ୍ ଷ୍ଟେଣ୍ଟ୍ କିମ୍ବା ପର୍‌କ୍ୟୁଟାନିଅସ ନେଫ୍ରୋଷ୍ଟୋମି ଟ୍ୟୁବ୍ ରଖାଯାଇପାରେ | [୧] ଅବରୋଧରୁ ମୁକ୍ତି ପାଇବା ପରେ ପୋଷ୍ଟ ଅବଷ୍ଟ୍ରକ୍ଟିଭ୍ ଡାଇୟୁରେସିସ୍ ହୋଇପାରେ | [୧] ହାଇଡ୍ରୋନେଫ୍ରୋସିସ୍ ଅପେକ୍ଷାକୃତ ସାଧାରଣ ରୋଗ ଅଟେ। [୧] ଏହା ୧% ନବଜାତ ଶିଶୁ ଏବଂ ୮୦% ଗର୍ଭବତୀ ମହିଳାଙ୍କୁ ପ୍ରଭାବିତ କରିଥାଏ, ଯେତେବେଳେ କି ବୟସ୍କମାନଙ୍କ କ୍ଷେତ୍ରରେ କିଡନୀ ପଥର ସବୁଠାରୁ ସାଧାରଣ କାରଣ ଅଟେ | [୧] ମୃତ ବ୍ୟକ୍ତିଙ୍କ ମଧ୍ୟରେ ଏହା ପ୍ରାୟ ୩% ଲୋକଙ୍କଠାରେ ଦେଖାଯାଏ।

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Thotakura, R; Anjum, F (January 2021). "Hydronephrosis And Hydroureter". PMID 33085364. {{cite journal}}: Cite journal requires |journal= (help)