ମୁଜାଗଡ଼, ଗଞ୍ଜାମ

(ମୁଜାଗଡ, ଗଞ୍ଜାମରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମୁଜାଗଡ
ଗ୍ରାମ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
Elevation
13 m (43 ft)
Population
 (2011)
 • Total୪୪୪୩
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD-32

ମୁଜାଗଡ଼, ଗଞ୍ଜାମ ଜିଲ୍ଲାର ଭଂଜନଗର ବ୍ଳକ ଅନ୍ତର୍ଗତ ଗୋଟିଏ ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତର ବଡ ଗ୍ରାମ ମୁଜାଗଡ । ଏହାର ଅଧିକାଂଶ ଅଧିବାସୀ କୃଷକ ତଥା ଆଦିବାସି ସଂପ୍ରଦାୟର । ଏହି ଗ୍ରାମର ଲୋକମାନେ କୃଷି କରି ନିଜର ଜିବିକା ନିର୍ବାହ କରନ୍ତି । ସହରାଞ୍ଚଳ ଭଳି ଏହି ଗ୍ରାମଟିରେ କୋଳାହଳ ନାହିଁ । ମୁଜାଗଡ଼ ଗ୍ରାମଟି ପ୍ରଦୁଷଣ ମୁକ୍ତ ହୋଇଥିବାରୁ ଏହି ଗ୍ରାମ ସ୍ୱଚ୍ଚ ଅଟେ ।

ଶିକ୍ଷା ଓ ସଂସ୍କୃତି ସମ୍ପାଦନା

ଏହି ଗ୍ରାମରେ ଶିକ୍ଷାହାର ଖୁବ୍ କମ୍ ଅଟେ |[୧] ଏହି ଗ୍ରାମରେ ପାଞ୍ଚଟି ସ୍କୁଲ୍ ଅଛି ଯଥା

  1. ମୁଜାଗଡ଼ ଉଚ୍ଚ ବିଦ୍ୟାଳୟ
  2. ପ୍ରାଥମିକ ବିଦ୍ୟାଳୟ
  3. ସତ୍ୟଭାମା ବାଳିକା ଉଚ୍ଚ ବିଦ୍ୟାଳୟ
  4. ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର
  5. ହାଟସାହି ପ୍ରାଥମିକ ବିଦ୍ୟାଳୟ

[୨] କବି ସମ୍ରାଟ ମହାବିଦ୍ୟାଳୟ ଏହି ଗ୍ରାମଠାରୁ ୧୩ କି.ମି ଦୁରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁଯାୟି ସମୁଦାୟ ୪୪୪୩ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ପୁରୁଷ ସଂଖ୍ୟା ୨୨୪୬ ଏବଂ ମହିଳା ସଂଖ୍ୟା ୨୧୯୭ । [୩] ଏହି ଗ୍ରାମରେ ଦଣ୍ଡନାଚ ଏବଂ ଠାକୁରାଣି ଯାତ୍ରା ପାଳିତ ହୁଏ |

ଗମନାଗମନ ସମ୍ପାଦନା

ଏହି ଗ୍ରାମକୁ ଯାତାୟତ ନିମିତ୍ତ ବସ୍ ହିଁ ଏକ ମାତ୍ର ମାଧ୍ୟମ ଅଟେ । ଜାତୀୟ ରାଜପଥ ନଂ-୧୫୭ ଏହି ଗ୍ରାମ ଦେଇ ଯାଇଛି। ଏହି ଗ୍ରାମ ସହ ସିଧା ସଳଖ ରେଳ ସଂଯୋଗ ନାହିଁ । ଏହାର ନିକଟତମ ରେଳଷ୍ଟେସନ ବ୍ରହ୍ମପୁର ଅଟେ । ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଏହା ୧୭୯ କି.ମି ଦୁରରେ ଅବସ୍ଥିତ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Distance between BBSR and Mujagada". Retrieved 11 June 2015.
  2. "mujagada". Retrieved 11 June 2015.
  3. "Mujagada Population - Ganjam, Orissa". Government of Odisha. Retrieved 11 June 2015.