ମିତାଲୀ ରାଜ

ଭାରତୀୟ ମହିଳା କ୍ରିକେଟର ପୂର୍ବ କପ୍ତାନ

ମିତାଲୀ ରାଜ (ଜନ୍ମ: ୩ ଡିସେମ୍ବର, ୧୯୮୨) ଭାରତୀୟ ମହିଳା କ୍ରିକେଟ ଦଳର ଜଣେ ପୂର୍ବତନ ଅଧିନାୟିକା । ସେ ଟେଷ୍ଟ କ୍ରିକେଟ ମ୍ୟାଚରେ ଦୁଇଥର ଶତକ କରିଥିବା ପ୍ରଥମ ମହିଳା ଖେଳାଳି ।[୨]

ମିତାଲୀ ରାଜ ,
୨୦୧୨ ମସିହାରେ ମିତାଲୀ ରାଜଙ୍କ ବ୍ୟାଟିଂ
ବ୍ୟକ୍ତିଗତ ତଥ୍ୟ
ନାମMithali Dorai Raj
ଜନ୍ମ (1982-12-03) ୩ ଡିସେମ୍ବର ୧୯୮୨ (ବୟସ ୪୧)
Jodhpur, Rajasthan, India
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm leg break
ଭୂମିକାAll Rounder
ଅନ୍ତର୍ଜାତୀୟ ତଥ୍ୟ
ପ୍ରଥମ ଟେଷ୍ଟ (cap 55)14 January 2002 v England women
ଶେଷ ଟେଷ୍ଟ16 November 2014 v South Africa women
ପ୍ରଥମ ଦିନିକିଆ (cap 56)26 June 1999 v Ireland women
ଶେଷ ଦିନିକିଆ17 feb 2016 v Sri Lanka women
ଦିନିକିଆ ଜାମା ନମ୍ବର3
ପ୍ରଥମ ଟି୨୦ (cap 9)5 August 2006 v England women
ଶେଷ ଟି୨୦31 January 2016 v Australia women
ଘରୋଇ ଦଳ ତଥ୍ୟ
YearsTeam
2006–presentRailways
Career statistics
ପ୍ରତିଯୋଗିତା Tests ODI T20I
ମ୍ୟାଚ 10 163 52
ମୋଟ ରନ 663 5,301 1,356
ବ୍ୟାଟିଂ ହାର 51.00 49.54 35.68
ଶତକ/ଅର୍ଦ୍ଧଶତକ 1/4 5/40 0/7
ସର୍ବାଧିକ ରନ 214 114* 67
ବଲ ସଂଖ୍ୟା 72 171 6
ଉଇକେଟ 0 8
ବୋଲିଂ ହାର 11.37
ଇନିଙ୍ଗସରେ ୫ଟି ଉଇକେଟ 0
ମ୍ୟାଚରେ ୧୦ଟି ଉଇକେଟ n/a n/a
ସବୁଠୁ ଭଲ ବୋଲିଂ 3/4
କ୍ୟାଚ/ଷ୍ଟମ୍ପିଙ୍ଗ 11/– 39/– 11/–
Source: ESPNcricinfo, 17 February 2016
ମିତାଲୀ ରାଜ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ମିତାଲୀ ରାଜଙ୍କ ଜନ୍ମ ୧୯୮୨ ମସିହା ଡିସେମ୍ବର ୩ ତାରିଖରେ ରାଜସ୍ଥାନର ଯୋଧପୁର ସହରରେ ହୋଇଥିଲା । ସେ ଭାରତନାଟ୍ୟମ ନୃତ୍ୟରେ ପ୍ରଶିକ୍ଷଣ ଲାଭ କରିବା ସହିତ ମଞ୍ଚରେ ପରିବେଷଣ ମଧ୍ୟ କରିଥିଲେ । କ୍ରିକେଟ କାରଣରୁ ସେ ନିଜ ଭାରତନାଟ୍ୟମ ନୃତ୍ୟଠାରୁ ବହୁ ସମୟ ପର୍ଯ୍ୟନ୍ତ ଦୂରେଇ ରହୁଥିଲେ । ତା'ପରେ ତାଙ୍କ ନୃତ୍ୟଗୁରୁ ତାଙ୍କୁ ନୃତ୍ୟ ଏବଂ କ୍ରିକେଟ ମଧ୍ୟରୁ ଗୋଟିଏ ବାଛିବାକୁ କହିବା ପରେ ସେ କ୍ରିକେଟକୁ ବାଛିଥିଲେ । ତାଙ୍କ ତାଙ୍କ ପିତାଙ୍କ ନାମ ଦୋରାଇ ରାଜ ଓ ମାତାଙ୍କ ନାମ ଲୀଳା ରାଜ । ଦୋରାଇ ରାଜ ବ୍ୟାଙ୍କରେ ଚାକିରୀ କରିବା ପୂର୍ବରୁ ଭାରତୀୟ ବାୟୁସେନାରେ ଜଣେ ଏୟାରମ୍ୟାନ (ୱାରାଣ୍ଟ ଅଫିସର) ଥିଲେ । ସେ ନିଜେ ଜଣେ କ୍ରିକେଟ ଖେଳାଳି ଥିଲେ ଓ ମିତାଲୀଙ୍କୁ ପ୍ରୋତ୍ସାହିତ କରିଆସୁଥିଲେ । ସେ ମିତାଲୀଙ୍କ ଖେଳ ନିମନ୍ତେ ଯାତାୟତ ଖର୍ଚ୍ଚ ବହନ କରିଥିଲେ । ଲୀଳା ରାଜ ମଧ୍ୟ ମିତାଲୀଙ୍କ ପାଇଁ ନିଜ ଚାକିରି ଛାଡିଦେଇଥିଲେ । ପିଲାବେଳେ ଯେତେବେଳେ ତାଙ୍କ ଭାଇଙ୍କୁ କ୍ରିକେଟର ପ୍ରଶିକ୍ଷଣ ଦିଆଯାଉଥିଲା, ସେତେବେଳେ ମିତାଲୀ ମଧ୍ୟ ଖେଳ ପ୍ରତି ଆଗ୍ରହ ଦେଖାଉଥିଲେ । ସେହି ସମୟରେ କ୍ରିକେଟ ଖେଳାଳି ଜ୍ୟୋତି ପ୍ରସାଦ ତାଙ୍କ ଖେଳ ଦେଖି ସେ ଭବିଷ୍ୟତରେ ଜଣେ ଭଲ କ୍ରିକେଟ ଖେଳାଳୀ ହେବ ବୋଲି କହିଥିଲେ ।

ଖେଳ ଜୀବନ ସମ୍ପାଦନା

ମିତାଲୀ ରାଜ ୧୯୯୯ ମସିହାରେ ନିଜର ପ୍ରଥମ ଏକ ଦିବସୀୟ ଆନ୍ତର୍ଜାତୀୟ ମ୍ୟାଚ ଆୟରଲ୍ୟାଣ୍ଡ ବିରୁଦ୍ଧରେ ମିଲ୍ଟନ କୀନସଠାରେ ଖେଳିଥିଲେ । ଏହି ମ୍ୟାଚରେ ସେ ଅପରାଜିତ ହୋଇ ୧୧୪ ରନ କରିଥିଲେ । ୨୦୦୧ - ୨୦୦୨ ସିଜିନରେ ସେ ଇଂଲଣ୍ଡ ବିରୁଦ୍ଧରେ ଲକ୍ଷ୍ନୌଠାରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ସେ କୌଣସି ରନ କରି ପାରିନଥିଲେ । ଏକଦା ଆନ୍ତର୍ଜାତୀୟ ମହିଳା ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଭାବେ ମିତାଲୀଙ୍କ ନାମରେ ୨୧୪ ରନର ରେକର୍ଡ଼ ରହିଥିଲା । ଏହି ଇତିହାସ ସେ ୨୦୦୨ ମସିହାରେ ଟୌଣ୍ଟନଠାରେ ଇଂଲଣ୍ଡର ବିରୁଦ୍ଧରେ ଖେଳି ପ୍ରତିଷ୍ଠା କରିଥିଲେ । ସେତେବେଳେ ତାଙ୍କର ବୟସ ଥିଲା ୧୯ ବର୍ଷ । ଏହି ରେକର୍ଡ଼ ସେ କ୍ଯାରେନ ବୋଲ୍ଟନଙ୍କ ୨୦୯ ରନର ରେକର୍ଡ଼ ଭାଙ୍ଗି ପ୍ରତିଷ୍ଠା କରିଥିଲେ । ୨୦୦୬ ମସିହାରେ ମିତାଲୀ ରାଜଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ ଦଳ ପୁନଶ୍ଚ ଇଂଲଣ୍ଡ ଗସ୍ତରେ ଯାଇଥିଲା । ତାଙ୍କ ନେତୃତ୍ୱରେ ଟୌଣ୍ଟନଠାରେ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଟିମ ଇଂଲଣ୍ଡକୁ ପାଞ୍ଚ ୱିକେଟରେ ପରାସ୍ତ କରି ୧-୦ରେ ଏହି ଟେଷ୍ଟ ସିରିଜ ଜିତିଥିଲା । ମିତାଲୀ ୨୦୦୫ ମହିଳା ବିଶ୍ୱ କପରେ ଭାରତୀୟ ମହିଳା ଦଳର କ୍ୟାପଟେନ ଥିଲେ ଓ ଏହି ବିଶ୍ୱକପରେ ଭାରତ ରନର୍ସ-ଅପ ହେଇଥିଲା ।[୩]

ସମ୍ମାନ ପୁରସ୍କାର ସମ୍ପାଦନା

  • ଅର୍ଜୁନ ପୁରସ୍କାର: ୨୦୦୩ ମସିହାର କ୍ରିକେଟରେ ଅବଦାନ ପାଇଁ ୨୨ ବର୍ଷୀୟା ମିତାଲୀ ରାଜଙ୍କୁ ୨୦୦୪ ମସିହା ସେପ୍ଟେମ୍ବର ୨୧ ତାରିଖରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଗଲା । [୪]
  • ପଦ୍ମଶ୍ରୀ: ୨୦୧୫ ମସିହା[୫]

ଆଧାର ସମ୍ପାଦନା

  1. http://www.icc-cricket.com/player-rankings/profile/mithali-raj Archived 2015-07-13 at the Wayback Machine..
  2. "Mithali Raj". ESPN. Retrieved 8 December 2013.
  3. "Why Women's Cricket World Cup final is extra special for Mithali Raj, Jhulan Goswami". Archived from the original on 23 July 2017. Retrieved 22 July 2017.
  4. "List of Arjuna Awardees". Ministry of Youth Affairs and Sports, Government of India. Archived from the original on 25 December 2007. Retrieved 27 January 2015.
  5. "Padma Awards 2015". Press Information Bureau. Archived from the original on 28 January 2015. Retrieved 25 January 2015.