ମାନଗୋବିନ୍ଦ ସାମଲ

ଓଡ଼ିଆ ରାଜନୀତିଜ୍ଞ

ମାନଗୋବିନ୍ଦ ସାମଲ (ମାନ ବାବୁ) (୫ ସେପ୍ଟେମ୍ବର ୧୯୨୧ - ୧୨ ଜାନୁଆରୀ ୨୦୦୩), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସେବୀ ଥିଲେ । ସେ ୧୯୨୧ ମସିହା ସେପ୍ଟେମ୍ବର ୫ ତାରିଖ ଦିନ ଓଡ଼ିଶାର ଯାଜପୁର ଜିଲ୍ଲାର କଳାଶ୍ରୀ ଗ୍ରାମରେ ଜନ୍ମ ନେଇଥିଲେ । ସେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ ଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଟ ବନ୍ଧୁତା ରହିଥିଲା ।

ମାନଗୋବିନ୍ଦ ସାମଲ
ManaGobinda.Samal.jpg
ସଭ୍ୟ, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ନିର୍ବାଚନ ମଣ୍ଡଳୀବଡ଼ଚଣା
କାର୍ଯ୍ୟକାଳ
୧୯୭୧ – ୧୯୭୪
ନିର୍ବାଚନ ମଣ୍ଡଳୀବଡ଼ଚଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ମାନଗୋବିନ୍ଦ ସାମଲ

୫ ସେପ୍ଟେମ୍ବର ୧୯୨୧(1921-09-05)
କଳାଶ୍ରୀ, ଯାଜପୁର ଜିଲ୍ଲା
ମୃତ୍ୟୁ୧୨ ଜାନୁଆରୀ ୨୦୦୩(2003-01-12) (ବୟସ ୮୧)
ରାଜନୀତିକ ଦଳଜନତା ଦଳ, ଉତ୍କଳ କଂଗ୍ରେସ
ଜୀବନ ସାଥୀସୁଭଦ୍ରା ସାମଲ
ସନ୍ତାନ୪ ପୁଅ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ସେ କଟକ ଜିଲ୍ଲା ସାଲେପୁର ସ୍କୁଲଠାରେ ସ୍କୁଲଶିକ୍ଷା ଗ୍ରହଣ କରିଥିଲେ । ସ୍କୁଲଶିକ୍ଷା ପରେ ସେ କଲିକତାରେ ଓଡ଼ିଆ ସଙ୍ଗଠନରେ ଯୋଗ ଦେଇଥିଲେ । ସେ ପ୍ରଥମେ ନବକୃଷ୍ଣ ଚୌଧୁରୀଙ୍କ ପ୍ରେରଣାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।

ପରିବାରସମ୍ପାଦନ କରନ୍ତୁ

ମାନଗୋବିନ୍ଦ ସାମଲ ସୁଭଦ୍ରା ସାମଲଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ପୁଅ ସ୍ୱର୍ଗତ ପ୍ରସନ୍ନ କୁମାର ସାମଲ (ସମାଜ ସେବୀ ଓ ଯାଜପୁର ଜିଲ୍ଲାର ପ୍ରାକ୍ତନ ବିଜେଡି ସଦସ୍ୟ), ଶରତ କୁମାର ସାମଲ (ପୂର୍ବତନ ସରପଞ୍ଚ, କଳାଶ୍ରୀ), ପ୍ରଦୀପ୍ତ କୁମାର ସାମଲ ଓ ସ୍ୱର୍ଗତ ସନ୍ତୋଶ କୁମାର ସାମଲ । ତାଙ୍କର ବାସ ଭବନର ନାମ ସନ୍ତୋଶ ଭବନ |

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

 
ସାହାସପୁର ମହାବିଦ୍ୟାଳୟସ୍ଥ ମାନଗୋବିନ୍ଦ ସାମଲଙ୍କ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି
 
ଗୋପାଳପୁର ଚିକିତ୍ସାଳୟସ୍ଥ ମାନଗୋବିନ୍ଦ ସାମଲଙ୍କ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି

ମାନବାବୁ ପ୍ରଥମେ କଳାଶ୍ରୀ ଗୋପାଳପୁର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ବଡଚଣା ବ୍ଲକର ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ମସିହା ୧୯୭୧ରୁ ମସିହା ୧୯୮୫ ପର୍ଯ୍ୟନ୍ତ ବିଧାନ ସଭା ପାର୍ଥୀ ଭାବେ ଉତ୍କଳ କଂଗ୍ରେସ ଓ ଜନତା ଦଳ ତରଫରୁ ଲଢି ଥିଲେ । ମାନବାବୁ ୨ ଥର ବିଧାନ ସଭାକୁ ନିର୍ବାଚୀତ ହୋଇଥିଲେ | ସେ ଜଣେ ଲୋକପ୍ରିୟ ନେତା ଥିଲେ । ବଡଚଣା ବ୍ଲକର ଉନ୍ନତିରେ ମାନବାବୁଙ୍କ ଅବଦାନ ଶ୍ରେଷ୍ଠ । ସେ ବିଭିନ୍ନ ବଡଚଣା ବାସୀଙ୍କୁ କର୍ମ ନିଯୁକ୍ତି ଦେଇଥିଲେ ।

ମାନବାବୁ ମାତା ଦୁର୍ଗାଙ୍କର ଭକ୍ତ ଥିଲେ | ସେ ତାଙ୍କ ଘରେ ପ୍ରତି ବର୍ଷ ଦୁର୍ଗାପୁଜା କଳାଶ୍ରୀ ଗ୍ରାମବାସୀଙ୍କ ସହିତ ପାଳନ କରୁଥିଲେ | ଏବେ ତାଙ୍କ ପୁଅ ଓ ନାତି ମନେ ଦୁର୍ଗା ପୁଜା କଳାଶ୍ରୀ ଗ୍ରାମବାସୀଙ୍କ ସହିତ ପାଳନ କରୁଛନ୍ତି |

ବିଧାନ ସଭା ନିର୍ବାଚନ ମଣ୍ଡଳୀ ମସିହା ଦଳ ଫଳାଫଳା
ବଡ଼ଚଣା ୧୯୮୫ ଜନତା ପରାଜୟ
ବଡ଼ଚଣା ୧୯୮୦ ଜନତା ପରାଜୟ
ବଡ଼ଚଣା ୧୯୭୭ ଜନତା ବିଜୟ
ବଡ଼ଚଣା ୧୯୭୪ ଉତ୍କଳ କଂଗ୍ରେସ ପରାଜୟ
ବଡ଼ଚଣା ୧୯୭୧ ଉତ୍କଳ କଂଗ୍ରେସ ବିଜୟ

ମାନଗୋବିନ୍ଦ ସାମଲଙ୍କଦ୍ୱାରା ସ୍ଥାପିତ ଅନୁଷ୍ଠାନସମ୍ପାଦନ କରନ୍ତୁ

  • କଳାଶ୍ରୀ ଉଚ ମାଧ୍ୟମିକ ସ୍କୁଲ
  • ବାଲିଚନ୍ଦ୍ରପୁର ହାଇ ସ୍କୁଲ
  • ସାହାସପୁର ମହାବିଦ୍ୟାଳୟ
  • ଗୋପାଳପୁର ଚିକିତ୍ସାଳୟ
  • ଗଜେନ୍ଦ୍ରପୁର ପଶୁ ଚିକିତ୍ସାଳୟ
  • ବଡଚଣା ବାଳିକା ହାଇ ସ୍କୁଲ

ଆଧାରସମ୍ପାଦନ କରନ୍ତୁ

ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଅଧିକ ତଥ୍ୟସମ୍ପାଦନ କରନ୍ତୁ