ମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକା
This article's introduction section may not adequately summarize its contents. |
ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ବ୍ରିଟିଶ ଅମଳରୁ ଏ ଯାଏଁ ବହୁ ଆଇନ ପ୍ରଣୟନ କରାଯାଇଛି [୧][୨][୩] । ଭାରତୀୟ ସମ୍ବିଧାନର ଧାରା ୧୪ରେ ମହିଳାଙ୍କ ପାଇଁ ଆଇନରେ ସମାନ ବ୍ୟବସ୍ଥା Equality before law for women (Article 14)ରହିଛି ।[୪] ମହିଳାମାନେ କୌଣସି ଭେଦଭାବର ଶୀକାର ହେବେ ନାହିଁ, (Article 15(1)),[୫] ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ସମାନ ସୂଯୋଗ ପାଇବେ (Article 16),[୪] ସମାନ କାମ ନିମନ୍ତେ ସମାନ ମଜୁରୀ ପାଇବେ (Article 39(d)) and Article 42.[୪] ଏତଦ ବ୍ୟତୀତ ଭାରତୀୟ ସମ୍ବିଧାନର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ପ୍ରତି ରାଜ୍ୟ ମହିଳା ତଥା ଶିଶୁମାନଙ୍କ ଅଧିକାର ପ୍ରଦାନ ଦିଗରେ ବିଶେଷ ପ୍ରାବଧାନ କରିବେ (Article 15(3)) ।[୬]
ପୂରାତନ ଭାରତରେ ହିନ୍ଦୁ ଧର୍ମରେ କୁସଂସ୍କାର ଫଳରେ ବିଧବା ପୁନର୍ବିବାହକୁ ଅନୈତିକ ମାନ୍ୟତା ଦିଆଯାଇଥିଲା । ଏପରିକି ଖୁବ୍ କମ୍ ବୟସରେ ବିଧବା ହୋଇଯିବାପରେ ବି ସେହି ମହିଳାମାନେ ଅବଶିଷ୍ଟ ଜୀବନ ସମାଜର ଲାଞ୍ଛନା ସହି ବଞ୍ଚି ରହୁଥିଲେ । ସମାଜ ତଥା ପରିବାର ସେମାନଙ୍କୁ ଏକ ବୋଝ ସଦୃଶ ମନେ କରୁଥିଲେ । ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଏ ଦିଗରେ ହିନ୍ଦୁ ବିଧବାଙ୍କ ସ୍ଥିତି ସୁଧାରିବା ଦିଗରେ ପ୍ରଥମେ ବଙ୍ଗ ଦେଶରେ ଏକ ଆନ୍ଦୋଳନର ସୂତ୍ରପାତ କରିଥିଲେ । ସେ ଯୁକ୍ତି ବାଢିଥିଲେ ଯେ ବିଧବା ପୁନର୍ବିବାହ ଶାସ୍ତ୍ର ସମ୍ମତ ଅଟେ । ଯଦିଚ ଋଢିବାଦୀ କୂଳୀନ ହିନ୍ଦୁ ସମାଜ ଏହାର ଘୋର ବିରୋଧ କରିଥିଲେ, ପରିଶେଷରେ ସେ ବ୍ରିଟିଶ ସରକାରଙ୍କୁ ଏ କଥା ବୁଝାଇବାରେ ସଫଳ ହେଲେ । ଫଳରେ ବିଧବା ପୁନର୍ବିବାହକୁ ଆଇନଗତ ମାନ୍ୟତା ମିଳିଲା ଏବଂ ହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ କମ୍ପାନୀ ଶାସିତ ଅଞ୍ଚଳରେ ଲାଗୁ ହେଲା ।[୭] [୮]
ସାମ୍ପ୍ରତିକ ପରିସ୍ଥିତିରେ ନୂତନ ସମସ୍ୟାର ମୁକାବିଲା କରିବା ପାଇଁ ନୂଆ ନୂଆ ଆଇନ ସବୁ କାର୍ଯ୍ୟକାରୀ ହୋଇଛି । ନିକଟ ଅତୀତରେ କ୍ରିମିନାଲ୍ ଲା ଆମେଣ୍ଡମେଣ୍ଟ ଆକ୍ଟ୍-୨୦୧୩[୯]ଦ୍ୱାରା ନାରୀ ସୁରକ୍ଷା ପାଇଁ ଅଧିକ ଜୋର ଦିଆଯାଇଛି । ତଥାପି, ମହିଳାଙ୍କ ସୁରକ୍ଷା ନିମିତ୍ତ ପ୍ରଣୀତ ଏକାଧିକ ଆଇନର ସତ୍ତ୍ୱେ ନାରୀ ବିରୋଧୀ ହିଂସାରେ ଆଶାନୁରୂପ ହ୍ରାସ ହୋଇନାହିଁ [୧୦] । ମହିଳାଙ୍କ ପାଇଁ ଆଇନ ବିଷୟରେ ଅଜ୍ଞତା ହିଁ ଏହାର ଅନ୍ୟ ଏକ କାରଣ ହୋଇପାରେ [୧୧] । ନିକଟରେ ଓଡ଼ିଶା ସରକାର ମହିଳାଙ୍କ ବିରୋଧରେ ଅତ୍ୟାଚାରର ତ୍ୱରିତ ତଦନ୍ତ ପାଇଁ ସାତୋଟି ସ୍ୱତନ୍ତ୍ର ୟୁନିଟ ଗଠନ କରିଛନ୍ତି । [୧୨]
ସମ୍ପତ୍ତିଗତ ଅଧିକାର କ୍ଷେତ୍ରରେ ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫ ହେଉଛି ମୂଳ ଅଧିନିୟମର ଏକ ଐତିହାସିକ ସଂଶୋଧନ । ଏହା ଏକ ସଂଶୋଧନ ଅଧିନିୟମ ଭାବେ ୫ ସେପ୍ଟେମ୍ବର ୨୦୦୫ରେ ଭାରତର ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ୦୯ ସେପ୍ଟେମ୍ବର ୨୦୦୫ରେ ଭାରତରେ ଲାଗୁ ହେଲା [୧୩] ଏହି ଅଧିନିୟମ ଫଳରେ ହିନ୍ଦୁ ଆଇନରେ ସମ୍ପତ୍ତିଗତ ଅଧିକାରରେ ପୁଅ ଏବଂ ଝିଅ ମଧ୍ୟରେ ଥିବା ପାର୍ଥକ୍ୟ ଲୋପ ପାଇଲା । ଏଣୁ ଯେଉଁ କ୍ଷେତ୍ରରେ ପିତାମାନେ ୯ ସେପ୍ଟେମ୍ବର ୨୦୦୫ ବା ତା ପରେ ମୃତ୍ୟୁବରଣ କରୁଛନ୍ତି, ସେଭଳି ମାମଲାରେ ଝିଅମାନେ ସେମାନଙ୍କର ଭାଇମାନଙ୍କ ପରି ପିତୃପୈତୃକ ସମ୍ପତ୍ତିରୁ ସମାନ ଅଂଶ ପାଇପାରିବେ । ଖାଲି ସେତିକି ନୁହେଁ, ବର୍ତ୍ତମାନ ଝିଅମାନେ ସେମାନଙ୍କ ଭାଇମାନଙ୍କ ପରି ବାପାଙ୍କଠାରୁ ବାପାଙ୍କ ଜୀବିତ ଅବସ୍ଥାରେ ପିତୃପୈତୃକ ସମ୍ପତ୍ତିରୁ ଭାଗ ମାଗି ପାରିବେ ।
୧୯୯୭ ମସିହାରେ ଉଚ୍ଚତମ ନ୍ୟାୟାଳୟ ବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାର ଜନ ହିତ ମାମଲାରେ କର୍ମ କ୍ଷେତ୍ରରେ କର୍ମଜୀବି ମହିଳାଙ୍କ ଯୌନ ଉତ୍ପୀଡନ ନିରାକରଣ ଦିଗରେ ଏକ ଦିଶାନିର୍ଦ୍ଦେଶ ଜାରି କରିଥିଲେ । ତେବେ ୨୦୧୩ ମସିହାରେ ଭାରତ ସରକାର ଏହି ସବୁ ଦିଶା ନିର୍ଦ୍ଦେଶର ପାଳନ ନିଶ୍ଚିତ କରିବା ଉଦ୍ଦେଶ୍ୟରେ "କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିଷେଧ, ନିବାରଣ ତଥା ପ୍ରତିକାର) ଅଧିନିୟମ, ୨୦୧୩" ଅଧିନିୟମିତ କରିଥିଲେ । ଉକ୍ତ ଅଧିନିୟମ 23 ଏପ୍ରିଲ ୨୦୧୩ ମସିହାରୁ କାର୍ଯ୍ୟକାରୀ ହେଲା ।[୧୪]
ଏହାଛଡା ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ୧୨୫ ଧାରାର ପ୍ରଜୁଯ୍ୟତା ସମ୍ପର୍କରେ ଏହି କଥା ସ୍ପଷ୍ଟ କଲେ ଯେ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଏହି ପ୍ରାବଧାନ ସମସ୍ତ ମହିଳାଙ୍କ ପାଇଁ ପ୍ରଜୁଯ୍ୟ ।
୨୦୧୧ ଜନଗଣନା ଅନୁସାରେ ଭାରତରେ ଲିଙ୍ଗ ଅନୁପାତ ହେଉଛି ୯୪୩ । ଲିଙ୍ଗ ଅନୁପାତରେ ଏଭଳି ହ୍ରାସର ମୁଖ୍ୟ କାରଣ ହେଉଛି; କନ୍ୟା ଭୃଣହତ୍ୟା, ପୁତ୍ର ଏବଂ କନ୍ୟା ସନ୍ତାନକୁ ନେଇ ତଥା କଥିତ ଅନେକ ଅନ୍ଧ ବିଶ୍ୱାସ ଏବଂ ନାରୀ ନିର୍ଯ୍ୟାତନା ବୃଦ୍ଧି । ଭାରତରେ ନାରୀମାନଙ୍କର ଅଧିକାର ସାବ୍ୟସ୍ତ ନିମନ୍ତେ ବହୁ ଆଇନ ପ୍ରଣୀତ ହୋଇସାରିଛି । ଏହାବ୍ୟତୀତ ନାରୀ ନିର୍ଯ୍ୟାତନା ତଥା ଘରୋଇ ହିଂସା ରୋକିବାପାଇଁଁ ବହୁ ଆଇନ କାର୍ଯ୍ୟକାରୀ ହୋଇଛି । ମହିଳାଙ୍କ ପାଇଁ ଭାରତରେ ଏ ଯାବତ୍ ପ୍ରଣୀତ ଆଇନ ସବୁର ଏକ ଅସମ୍ପୂର୍ଣ୍ଣ ତାଲିକା ହେଉଛି ଏହିଭଳି ।
ତାଲିକା
ସମ୍ପାଦନା- ଅଭିଭାବକ ଆଇନ, ୧୮୯୦ (Guardians & Wards Act, 1890)[୧୫]
- ଭାରତୀୟ ଦଣ୍ଡ ସଂହିତା,୧୮୬୦ର ଧାରା ୩୭୬,୩୬୩-୩୭୩,୩୦୪-ଖ,୪୯୮-କ,୩୫୪,୫୦୯ (Indian Penal Code, 1860)
- ଖ୍ରୀଷ୍ଟିୟାନ୍ ବିବାହ ଆଇନ, ୧୮୭୨ (Christian Marriage Act, 1872)
- ଭାରତୀୟ ସାକ୍ଷ୍ୟ ଆଇନ, ୧୮୭୨ (Indian Evidence Act, 1872)[୧୬]
- ବିବାହିତ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ଆଇନ, ୧୮୭୪ (Married Women's Property Act, 1874)
- କର୍ମଜୀବି ମହିଳାଙ୍କ କ୍ଷତିପୂରଣ ଆଇନ, ୧୯୨୩ (Workmen's compensation Act, 1923)
- ଆଇନ ଅଭ୍ୟାସକାରୀ(ମହିଳା) ଆଇନ, ୧୯୨୩
- ଭାରତୀୟ ଉତ୍ତରାଧିକାରୀ ଆଇନ, ୧୯୨୫ (Indian Successions Act, 1925)
- ବେଆଇନ ମହିଳା ଚାଲାଣ(ନିରୋଧ) ଆଇନ, ୧୯୫୬ {Immoral Traffic (prevention) Act, 1956}
- ଯୌତୁକ ନିଷେଧ ଆଇନ, ୧୯୬୧ (Dowry Prohibition Act, 1961)[୧୭]
- ସତୀ ପ୍ରଥା ନିଷେଧ ଅଧିନିୟମ, ୧୯୮୭ {Commission of Sati(Prevention) Act, 1987}
- ସିନେମାଟୋଗ୍ରାଫ୍ ଆଇନ, ୧୯୫୨ (Cinematograph Act, 1952)
- ଜନ୍ମ, ମୃତୃ ଓ ବିବାହ ପଞ୍ଜିକରଣ ଆଇନ,୧୮୮୬ (Births, Deaths & Marriages Registration Act, 1886)
- ସର୍ବନିମ୍ନ ମଜୁରୀ ଆଇନ,୧୯୪୮(Minimum Wages Act, 1948)
- ଶିଶୁ ପ୍ରତି ଯୌନ ଅପରାଧ ସୁରକ୍ଷା ଆଇନ, ୨୦୧୨ (Prevention of Children from Sexual Offences Act, 2012)
- ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬(The prohibition of Child Marriage Act, 2006)
- ମୁସଲିମ୍ ପର୍ସନାଲ୍ ଲ (ସରୀୟାତ୍) ବ୍ୟବହାର ଆଇନ,୧୯୩୭ {Muslim Personal Law (Shariat) Application Act,1937}
- ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬ -Indecent Representation of Women(Prevention) Act,1986
- ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪(Special Marriage Act)[୧୮]
- ହିନ୍ଦୁ ବିବାହ ଅଧିନିୟମ, ୧୯୫୫ (Hindu Marriage Act, 1955)
- ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫-(Hindu Succession (Amendment)Act, 2005)
- ବିଦେଶୀ ବିବାହ ଆଇନ, ୧୯୬୯ (Foreign Marriage Act, 1969)
- ପରିବାର ଅଦାଲତ ଅଧିନିୟମ, ୧୯୮୪ (Family Courts Act, 1984)
- ମାତୃତ୍ୱ ସୁବିଧା ଆଇନ, ୧୯୬୧ (Maternity Benefit Act,1861)
- ହିନ୍ଦୁ ପୋଷ୍ୟ ଗ୍ରହଣ ଓ ଭରଣ ପୋଷଣ ଆଇନ,୧୯୫୬ (Hindu Adoption & Maintenance ACT,1956)
- କ୍ରିମିନାଲ୍ ଆଇନ (ସଂଶୋଧନ) ଅଧିନିୟମ, ୨୦୧୩(The Criminal Law Amendment Act, 2013)
- ଗର୍ଭାବସ୍ଥାରେ ମେଡିକାଲ୍ ଟର୍ମିନେସନ୍ ଆଇନ, ୧୯୭୧ (Medical Termination of Pregnancy Act,1971)
- ଜାତୀୟ ମହିଳା କମିଶନ୍ ଆଇନ, ୧୯୯୦ (National Commission for Women Act, 1990)
- ଭୃଣାବସ୍ଥାରେ ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ, ୧୯୯୪ (Pre-natal Diagnostic Techniques (Regulation and Prevention of Misuse) Act, 1994)
- ପାରିବାରିକ ହିଂସା ନିରୋଧ ଆଇନ, ୨୦୦୫ -Protection of Women from Domestic Violence Act, 2005[୧୯]
- କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିଷେଧ, ନିବାରଣ ତଥା ପ୍ରତିକାର) ଅଧିନିୟମ, ୨୦୧୩[୨୦]{Sexual Harassment of Women at Work Place (Prevention, Prohibition & Redressal) Act, 2013}
- ଭାରତୀୟ ବିବାହ ବିଚ୍ଛେଦ ଆଇନ, ୧୯୬୯ (Indian Divorce Act, 1969)
- ସମାନ ମଜୁରୀ ଆଇନ, ୧୯୭୬ (Equal Remuneration Act, 1976)
- ହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ (Hindu Widows Remarriage Act, 1856)
- ମୁସଲିମ ମହିଳା (ବିବାହ ବିଚ୍ଛେଦ ଅଧିକାର ସୁରକ୍ଷା) ଆଇନ, ୧୯୮୬ (Muslim women (protection of rights on divorce) Act, 1986)
- ଆଇନ ସେବା ପ୍ରାଧୀକରଣ ଅଧିନିୟମ (The Legal Services Authority Act, 1987)
- The Factories Act, 1948[୨୧]
- ହିନ୍ଦୁ ପୋଷ୍ୟ ଏବଂ ଭରଣପୋଷଣ ଆଇନ, ୧୯୫୬(The Hindu Adoptions and Maintenance Act, 1956)[୨୨]
ଆଧାର
ସମ୍ପାଦନା- ↑ ଜାତୀୟ ମହିଳା କମିଶନ
- ↑ ""National Legal Research Desk"". Archived from the original on 2015-03-24. Retrieved 2015-03-04.
- ↑ "Hanumant.com"
- ↑ ୪.୦ ୪.୧ ୪.୨ "Women related law:- All compiled - Into Legal World". Into Legal World (in ଆମେରିକୀୟ ଇଂରାଜୀ). Archived from the original on 7 December 2017. Retrieved 29 June 2018.
- ↑ "Women related law:- All compiled - Into Legal World". Into Legal World (in ଆମେରିକୀୟ ଇଂରାଜୀ). Archived from the original on 7 December 2017. Retrieved 7 December 2017.
- ↑ Menon-Sen, Kalyani; Kumar, A.K. Shiva (2001). "Women in India: How Free? How Equal?". United Nations. Archived from the original on 11 September 2006. Retrieved 24 December 2006.
- ↑ "Marking a Milestone - The Hindu Remarriage Act". www.livehistoryindia.com. Archived from the original on 6 August 2020. Retrieved 21 July 2018.
- ↑ fyea24yÂɚ. "ISHWAR CHANDRA VIDYASAGAR". www.hinduweb.org. Archived from the original on 2002-06-12. Retrieved 2008-12-20.
{{cite web}}
: CS1 maint: numeric names: authors list (link) - ↑ "Criminal Law (Amendment) Act, 2013"
- ↑ "Status of Women in India" Archived 2015-02-06 at the Wayback Machine. Women empowerment in India
- ↑ "Cause of attrocity on women" The Hindu.com
- ↑ "ମହିଳାଙ୍କ ବିରୋଧରେ ଅତ୍ୟାଚାରର ତ୍ୱରିତ ତଦନ୍ତ". 21 June 2015. Archived from the original on 4 March 2016. Retrieved 21 June 2015.
- ↑ "Hindu Succession (Amendment) Act, 2005 comes into force from today". www.pib.nic.in. Retrieved 6 July 2018.
- ↑ "India's New Labour Law - Prevention Of Sexual Harassment At The Workplace - Employment and HR - India". www.mondaq.com. Retrieved 31 July 2018.
- ↑ "Guardians and Wards Act" Wcd.nic.in
- ↑ "Indian Evidence Act" Archived 2018-01-19 at the Wayback Machine. Lawnotes.in
- ↑ "Dowry Prohibition Act"
- ↑ "Special Marriage Act" Indiankanoon
- ↑ "ପାରିବାରିକ ହିଂସା ନିରୋଧ ଆଇନ, ୨୦୦୫"
- ↑ "କର୍ମକ୍ଷେତ୍ରରେ ମହିଳାଙ୍କ ବିରେଧରେ ଯୌନ ଉତ୍ପୀଡନ ନିରୋଧ ଆଇନ, ୨୦୧୩"
- ↑ "THE FACTORIES ACT, 1948" (PDF). www.labour.gov.in. Retrieved 31 July 2020.
- ↑ "THE HINDU ADOPTIONS AND MAINTENANCE ACT, 1956" (PDF). www.tcw.nic.in. Retrieved 31 July 2020.
ଆହୁରି ପଢ଼ନ୍ତୁ
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |