ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬

ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬ ହେଉଛି ଭାରତୀୟ ପାର୍ଲିଆମେଣ୍ଟରେ ପାରିତ ଏକ ଅଧିନିୟମ ଯାହାକି ବିଭିନ୍ନ ମାଧ୍ୟମରେ ମହିଳାଙ୍କୁ ଅବାଞ୍ଛିତ କିମ୍ବା ଅନୁଚିତ ଭାବେ ପ୍ରଦର୍ଶନ କରିବା ଭଳି ଅପରାଧକୁ ରୋକିବା ପାଇଁ ଲାଗୁ କରାଯାଇଛି । [୧][୨]

ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬
Indecent Representation of Women (Prohibition) Act
ନିୟମାକାରକParliament of India
Status: In force

ଅଧିନିୟମ ବିଷୟରେ ସମ୍ପାଦନା

ଭାରତୀୟ ସଂସ୍କୃତି ଓ ସଭ୍ୟତା ସର୍ବଦା ନାରୀଜାତିକୁ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇ ଆସିଛି ଏବଂ ଏହାର ନିଦର୍ଶନ ହେଉଛି ନାରୀ ଜାତିର ବିଭିନ୍ନ ଅଧିକାରର ସୂରକ୍ଷା ନିମିତ୍ତ ଏକାଧିକ ଅଧିନିୟମର ତଥା ଯୋଜନାର ରୁପାନ୍ତର । ତେବେ ଦେଖାଗଲା ଯେ ବ୍ୟାବସାୟୀକ ଫାଇଦା ପାଇଁ ନାରୀର ରୂପ ଲାବଣ୍ୟକୁ ଅନୁଚିତ ଭାବେ ପ୍ରଦର୍ଶନ କରିବା ଭଳି ଘୃଣ୍ୟ ମାନସିକତାର ଶିକାର ହୋଇ କିଛି ବ୍ୟକ୍ତିବିଶେଷ ତଥା ବ୍ୟାବସାୟୀକ ସଂସ୍ଥା ଅର୍ଥ ଲୋଭ ଦେଖାଇ ନାରୀମାନଙ୍କୁ ବ୍ୟବହାର କରିବାକୁ ଲାଗିଲେ । ଫଳ ସ୍ୱରୂପ ସମାଜରେ ନାରୀଜାତୀର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେବା ସହ ନାରୀ ବିରୋଧୀ ଅପରାଧ ପାଇଁ ଏହା ଏକ ଖୋରାକ ଯୋଗାଇଲା । ଏହି କୁତ୍ସିତ କାର୍ଯ୍ୟକ୍ରମରେ ଆଇନଗତ ପ୍ରତିବନ୍ଧକ ଆଣିବା ପାଇଁ ୧୯୮୬ ମସିହାରେ ଏହି ଅଧିନିୟମ ଭାରତ ସରକାରଙ୍କଦ୍ୱାରା ଲାଗୁ କରାଯାଇଛି । ପୁଣି ଏହି ଅଧିନିୟମର କାର୍ଯ୍ୟକାରିତା ନିଶ୍ଚିତ କରିବା ପାଇଁ ମହିଳାଙ୍କୁ ଅଶ୍ଳୀଳଭାବେ ପ୍ରଦର୍ଶନ (ନିଷେଧ) ଆଇନ ମଧ୍ୟ ୧୯୮୭ ମସିହାରେ ଲାଗୁ କରାଯାଇଛି ।[୩]

ବିଶେଷ ପ୍ରାବଧାନ ସମ୍ପାଦନା

  • ଅଧିନିୟମର ଧାରା ୩ ପ୍ରକାରେ କୌଣସି ବ୍ୟକ୍ତି ଯେ କୌଣସି ମହିଳାଙ୍କୁ ବିଜ୍ଞାପନ କିମ୍ବା ଅନ୍ୟ ଯେ କୌଣସି ମାଧ୍ୟମରେ ଅନୁଚିତ ଭାବେ କିମ୍ବା ଅଶ୍ଳୀଳ/ଲଜ୍ଜ୍ୟାଜନକ ଭାବେ ପ୍ରଦର୍ଶନ କରିବ ନାହିଁ କିମ୍ବା କରିବାରେ ସହଯୋଗ କରିବ ନାହିଁ ।
  • ଅଧିନିୟମର ଧାରା ୪ ପ୍ରକାରେ କୌଣସି ବ୍ୟକ୍ତି ଯେ କୌଣସି ମହିଳାଙ୍କୁ ଅଶ୍ଳୀଳ/ଲଜ୍ଜ୍ୟାଜନକ ଭାବେ ପ୍ରଦର୍ଶନ କରୁଥିବା କୌଣସି ବିଜ୍ଞାପନ, ଚିତ୍ର, ଲେଖା, ବହି, ଚଳଚ୍ଚିତ୍ର କିମ୍ବା ଅନ୍ୟ ଯେ କୌଣସି ମାଧମରେ ପ୍ରକାଶିତ ଏକ ଦସ୍ତାବିଜ ପ୍ରଦର୍ଶନ ଉଦ୍ଦେଶ୍ୟରେ ବିକ୍ରି କିମ୍ବା ବଣ୍ଟନ କରିବ ନାହିଁ ବା କରିବାରେ ସହଯୋଗ କରିବ ନାହିଁ ।

ଦଣ୍ଡବିଧାନ ସମ୍ପାଦନା

  • ଅଧିନିୟମର ଧାରା ୬ ପ୍ରକାରେ କୌଣସି ବ୍ୟକ୍ତି ଯଦି ଧାରା ୩ କିମ୍ବା ଧାରା ୪ର ଖିଲାପ କରିବାର ଦୋଷୀ ସାବ୍ୟସ୍ତ ହୁଏ, ତେବେ ସେ ପ୍ରଥମ ଦୋଷ ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ କାରାବାସ ସହିତ ଦୁଇ ହଜାର ଟଂକା ଜୋରିମାନା ଦଣ୍ଡରେ ଦଣ୍ଡିତ ହେବ ଏବଂ ପରବର୍ତ୍ତୀ ଖିଲାପ ପାଇଁ ସର୍ବନିମ୍ନ ୬ ମାସରୁ ପାଞ୍ଚ ବର୍ଷ କାରାବାସ ସଜା ସହ ଦଶ ହଜାର ଟଂକାରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡରେ ଦଣ୍ଡିତ ହୋଇପାରେ ।
ଡିଜିଟାଲ କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନର ବ୍ୟବହାର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଅଧିନିୟମରେ ଆବଶ୍ୟକୀୟ ସଂଶୋଧନ ଆଣିବା ବିଷୟ ବର୍ତ୍ତମାନ ଭାରତ ସରକାରଙ୍କ ବିଚାରାଧୀନ ଅଛି ।[୪][୫]

ଆଧାର ସମ୍ପାଦନା

  1. http://wcd.nic.in/irwp.htm
  2. Arrest Punjabi singers – Jazzy B, Honey Singh & Diljit Dosanjh: Istri Jagriti Manch (IJM), archived from the original on 2013-01-07, retrieved 2018-08-08
  3. "Indecent Representation of Women | Ministry of Women & Child Development | GoI". www.wcd.nic.in. Retrieved 8 August 2018.
  4. "WCD proposes amendments to widen the scope of Indecent Representation of Women (Prohibition) Act (IRWA), 1986". pib.nic.in. Retrieved 8 August 2018.
  5. "Indecent depiction of women on digital platforms proposed to be made punishable - Times of India". The Times of India. Retrieved 8 August 2018.

ଆହୁରି ପଢନ୍ତୁ ସମ୍ପାଦନା

"TheIndecentRepresentationofWomenProhibitionAct1986"