ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫

ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫ ଏହାର ମୂଳ ଆଇନ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଏକ ସଂଶୋଧନ ଅଧିନିୟମ ଭାବେ ୫ ସେପ୍ଟେମ୍ବର ୨୦୦୫ରେ ଭାରତର ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ୦୯ ସେପ୍ଟେମ୍ବର ୨୦୦୫ରେ ଭାରତରେ ଲାଗୁ ହେଲା ।[୧] ଏହି ଅଧିନିୟମ ଫଳରେ ହିନ୍ଦୁ ଆଇନରେ ସମ୍ପତ୍ତିଗତ ଅଧିକାରରେ ପୁଅ ଏବଂ ଝିଅ ମଧ୍ୟରେ ଥିବା ପାର୍ଥକ୍ୟ ଲୋପ ପାଇଲା । ଏଣୁ ଯେଉଁ କ୍ଷେତ୍ରରେ ପିତାମାନେ ୯ ସେପ୍ଟେମ୍ବର ୨୦୦୫ ବା ତା ପରେ ମୃତ୍ୟୁବରଣ କରୁଛନ୍ତି, ସେଭଳି ମାମଲାରେ ଝିଅମାନେ ସେମାନଙ୍କର ଭାଇମାନଙ୍କ ପରି ପିତୃପୈତୃକ ସମ୍ପତ୍ତିରୁ ସମାନ ଅଂଶ ପାଇବେ । ଖାଲି ସେତିକି ନୁହେଁ, ବର୍ତ୍ତମାନ ଝିଅମାନେ ସେମାନଙ୍କ ଭାଇମାନଙ୍କ ପରି ବାପାଙ୍କ ଠାରୁ ବାପାଙ୍କ ଜୀବିତ ଅବସ୍ଥାରେ ପିତୃପୈତୃକ ସମ୍ପତ୍ତିରୁ ଭାଗ ମାଗି ପାରିବେ ।

ସଂଶୋଧନସମ୍ପାଦନ କରନ୍ତୁ

ଧାରା ୪ରେ ସଂଶୋଧନସମ୍ପାଦନ କରନ୍ତୁ

ଏହି ସଂଶୋଧନ ଫଳରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଧାରା ୪, ଉପଧାରା ୨କୁ ବିଲୁପ୍ତ କରିଦିଆଗଲା ।[୨]

ଧାରା ୬ରେ ସଂଶୋଧନସମ୍ପାଦନ କରନ୍ତୁ

ମୂଳ ଅଧିନିୟମର ଧାରା ୬ ସ୍ଥଳରେ ନୂତନ ସଂଶୋଧିତ ଧାରା ସ୍ଥିରିକୃତ ହୋଇଅଛି । ଏହି ସଂଶୋଧିତ ଧାରା ଅନୁସାରେ:[୩]

  • ଦାୟାଦ ସୂତ୍ରେ ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ଭଳି ଝିଅଙ୍କ ସମାନ ଅଧିକାର ରହିବ;
  • ପୈତୃକ ଋଣ ପରିଶୋଧ ସମ୍ବନ୍ଧେ ପୁଅଙ୍କ ଭଳି ଝିଅଙ୍କ ମଧ୍ୟ ଦାୟାଦ ସୂତ୍ରେ ଦେୟତା ରହିବ;
  • ପୈତୃକ ସମ୍ପତ୍ତିର ଭାଗ ସୂତ୍ରେ ଝିଅ କିମ୍ବା ଝିଅ ଯଦ୍ୟପି ମୃତ ସେହିସ୍ଥଳେ ଝିଅର ଜୀବିତ ଦାୟାଦ ସେହି ଭାଗର ହକଦାର ହେବେ ।

ବ୍ୟତିକ୍ରମସମ୍ପାଦନ କରନ୍ତୁ

ମୂଳ ଅଧିନିୟମର ସଂଶୋଧିତ ଧାରା ୬ର ଉପଧାରା ୫ ଅନୁସାରେ:

୫) ଯଦି ୨୦ ଡିସେମ୍ବର ୨୦୦୪ କିମ୍ବା ତତ୍‌ ପୂର୍ବରୁ କୌଣସି ପୈତୃକ ସମ୍ପତ୍ତିର ଆଇନଗତ ଭାବେ ଅର୍ଥାତ ରେଜେଷ୍ଟ୍ରି ଦଲିଲ ମାଧ୍ୟମରେ କିମ୍ବା ଅଦାଲତି ଡିକ୍ରୀ ଅନୁସାରେ ଭାଗବଣ୍ଟା (ବିଭାଜନ) ହୋଇସାରିଥିବ, ତେବେ ସେହି ସ୍ଥଳେ ଏହି ସଂଶୋଧିତ ଅଧିନିୟମ ଲାଗୁ ହେବ ନାହିଁ ।

ପ୍ରଭାବସମ୍ପାଦନ କରନ୍ତୁ

ଏହି ଅଧିନିୟମ ପୂର୍ବପ୍ରଭାବୀ (retrospective) ନ ହେଲେ ବି ସମ୍ପତ୍ତିଗତ ଅଧିକାରରେ ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ଏବଂ ନାରୀମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କ୍ଷେତ୍ରରେ ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ତେବେ ଝିଅଟିଏ ପୈତୃକ ସମ୍ପତ୍ତିର ହକଦାର ହେବାପାଇଁ ମୂଖ୍ୟତଃ ପିତା ୯ ସେମ୍ଟେମ୍ବର ୨୦୦୫ ପରେ ଜୀବିତ ଥିବା ଦରକାର ଏବଂ ତତ୍ ସହିତ ଝିଅ ବା ତା ଦାୟାଦ ଜୀବିତ ଥିବା ଦରକାର ।[୪] ତେବେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଏକ ଫୈସଲା ମୁତାବକ ପୈତୃକ ସମ୍ପତ୍ତିର ଉତ୍ତରାଧୀକାରୀଣି ହେବାପାଇଁ ୯ ସେପ୍ଟେମ୍ବର ୨୦୦୫ ସୁଦ୍ଧା, ପିତା ନୁହେଁ, କନ୍ୟା ଜିବୀତ ରହିଥିବା ଦରକାର ।[୫]

ଭାରତୀୟ ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ର ମୂଳ ଲକ୍ଷ୍ୟ ପୂରଣ ତଥା ସମାଜ ସଂସ୍କାର ଦିଗରେ ଏହା ଏକ ବିହିତ ପଦକ୍ଷେପ ।[୬]

ଆଧାରସମ୍ପାଦନ କରନ୍ତୁ

  1. "Hindu Succession (Amendment) Act, 2005 comes into force from today". www.pib.nic.in. Retrieved 6 July 2018.
  2. "Section 6 in The Hindu Succession Act, 1956". Retrieved 6 July 2018.
  3. "Notes on changes brought about by Hindu Succession( Amendment) Act,2005". www.lawweb.in. Retrieved 5 June 2019.
  4. "Supreme Court sets 2005 cut-off on women right to ancestral property". www.indianexpress.com. Retrieved 5 July 2018.
  5. Pioneer, The. "SC: All Hindu daughters have property rights". The Pioneer (in ଇଂରାଜୀ). Retrieved 2018-07-18.
  6. "Effect of the Hindu Succession (Amendment) Act 2005". www.papers.ssrn.com. Retrieved 5 July 2018.