ମହାଶ୍ଵେତା ଦେବୀ

ସାମାଜିକ କର୍ମୀ ଓ ଲେଖିକା

ମହାଶ୍ୱେତା ଦେବୀ (୧୪ ଜାନୁଆରୀ ୧୯୨୬ – ୨୮ ଜୁଲାଇ ୨୦୧୬) ବଙ୍ଗଳା ଭାଷାର ଜଣେ ଭାରତୀୟ ଲେଖିକା ତଥା ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଥିଲେ ।[୧] ତାଙ୍କର ଉଲ୍ଲେଖନୀୟ ସାହିତ୍ୟ ସର୍ଜନା ମଧ୍ୟରେ "ହଜାରେ ଚଉରାଅଶୀର ମା", "ରୁଦାଲି", ଏବଂ "ଅରଣ୍ୟେର ଅଧିକାର" ଆଦି ଅନ୍ତର୍ଭୁକ୍ତ । ସେ ଜଣେ ଆତ୍ମଘୋଷିତ ବାମପନ୍ଥୀ ଯିଏ ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟର ଆଦିବାସୀ (ଲୋଧା ଏବଂ ଶବର)ମାନଙ୍କ ଅଧିକାର ତଥା ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ ।[୨] ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର (ବଙ୍ଗାଳୀରେ), ଜ୍ଞାନପୀଠ ପୁରସ୍କାର ଏବଂ ରମନ୍ ମାଗସେସେ ପୁରସ୍କାର ସହିତ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ଭଳି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ମହାଶ୍ୱେତା ଦେବୀ
ଜନ୍ମ ଓ ଜନ୍ମସ୍ଥାନ(1926-01-14)୧୪ ଜାନୁଆରୀ ୧୯୨୬
ଢାକା
ମୃତ୍ୟୁ୨୮ ଜୁଲାଇ ୨୦୧୬(2016-07-28) (ବୟସ ୯୦)
କଲିକତା, ଭାରତ
ବୃତ୍ତିକବି, ସମାଜିକ କର୍ମୀ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ
ସମୟବିଂଶ ଶତାବ୍ଦୀ
ସାହିତ୍ୟର ଆନ୍ଦୋଳନବାମପନ୍ଥୀ
ସାହିତ୍ୟ କୃତିରୁଦାଲୀ
ଅରଣ୍ୟେର ଅଧିକାର
ହଜାରେ ଚଉରାଅଶୀର ମା
ପୁରସ୍କାର୧୯୮୬: ପଦ୍ମଶ୍ରୀ
୧୯୯୬: ଜ୍ଞାନପୀଠ ସମ୍ମାନ
୨୦୦୬: ପଦ୍ମ ଭିଭୂଷଣ
ଜୀବନସାଥୀବିଜନ ଭଟ୍ଟାଚାର୍ଯ୍ୟ

ଜୀବନୀ ସମ୍ପାଦନା

ଆଦ୍ୟ ଜୀବନ ଓ ଶିକ୍ଷା ସମ୍ପାଦନା

ମହାଶ୍ୱେତା ଦେବୀ ୧୪ ଜାନୁୟାରୀ ୧୯୨୬ରେ ତତକାଳୀନ ବ୍ରିଟିଶ ଭାରତର ଡାକା (ବର୍ତ୍ତମାନ ଢାକା, ବାଂଲାଦେଶ)ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ମନୀଷ ଘାତକ, କାଲୋଲ ଆନ୍ଦୋଳନର ଜଣେ ଜଣାଶୁଣା କବି ତଥା ଔପନ୍ୟାସିକ ଥିଲେ, ଯିଏ ଜୁବାନାଶୱା (ବଙ୍ଗାଳୀ: যুবনাশ্ব) ନାମକ ଛଦ୍ମନାମରେ ଲେଖାଲେଖି କରୁଥିଲେ । ଘାତକଙ୍କ ଭାଇ ରିତୱିକ୍ ଘାତକ ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ଜଣାଶୁଣା ଥିଲେ । ଦେବୀଙ୍କ ମାତା ଧୃତ୍ରି ଦେବୀ ମଧ୍ୟ ଜଣେ ଲେଖକ ତଥା ଜଣେ ସାମାଜିକ କର୍ମୀ ଥିଲେ, ଯାହାଙ୍କ ଭାଇମାନେ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତନ୍ମଧ୍ୟରୁ ଯେପରିକି ବିଶିଷ୍ଟ ଶିଳ୍ପୀ ଶଙ୍ଖ ଚୌଧୁରୀ ଏବଂ ଭାରତର ଅର୍ଥନୈତିକ ଏବଂ ରାଜନୈତିକ ସାପ୍ତାହିକର ପ୍ରତିଷ୍ଠାତା-ସମ୍ପାଦକ ସଚିନ ଚୌଧୁରୀ । ମହାଶ୍ୱେତା ଦେବୀଙ୍କର ପ୍ରାଥମିକ ଶିକ୍ଷା ଢାକାର ଇଡେନ୍ ମୋଣ୍ଟେସୋରି ସ୍କୁଲରେ (୧୯୩୦) ଆରମ୍ଭ ହୋଇଥିଲା । କିନ୍ତୁ ପରେ ସେ ପଶ୍ଚିମବଙ୍ଗକୁ (ବର୍ତ୍ତମାନ ଭାରତରେ) ଚାଲିଗଲେ । ତା’ପରେ ସେ ମିଦନାପୁର ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ (୧୯୩୫) । ଏହା ପରେ ସେ ଶାନ୍ତିନିକେତନରେ (୧୯୩୬ରୁ ୧୯୩୮) ଭର୍ତ୍ତି ହୋଇଥିଲେ | ଏହା ପରେ, ସେ ବେଲ୍ଟାଲା ବାଳିକା ବିଦ୍ୟାଳୟରେ (୧୯୩୯-୧୯୪୧) ଅଧ୍ୟୟନ କରିଥିଲେ ଯେଉଁଠାରେ ସେ ମାଟ୍ରିକ୍ ପାସ କରିଥିଲେ | ତା’ପରେ ୧୯୪୪ ମସିହାରେ ଆଶୁତୋଷ କଲେଜରୁ ଇଣ୍ଟରମିଡିୟଟ ପାସ କରିବାପରେ ସେ ରବୀନ୍ଦ୍ରନାଥ ଠାକୁର-ପ୍ରତିଷ୍ଠିତ ବିଶ୍ୱ-ଭାରତି ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ବି.ଏ. (ସମ୍ମାନ) ଇଂରାଜୀରେ, ଏବଂ ତା’ପରେ କଲିକତା ବିଶ୍ୱବିଦ୍ୟାଳୟରେ ଇଂରାଜୀରେ କଳାରେ ସ୍ନାତକୋତ୍ତର ଡିଗ୍ରି ଲାଭ କଲେ ।[୩]

ସାହିତ୍ୟ ସର୍ଜନା ସମ୍ପାଦନା

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ୧୯୭୯: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ବଙ୍ଗଳା ଭାଷାର "ଅରଣ୍ୟେର ଅଧିକାର" ପାଇଁ)
  • ୧୯୮୬: ପଦ୍ମଶ୍ରୀ
  • ୧୯୯୬: ଜ୍ଞାନପୀଠ ପୁରସ୍କାର
  • ୧୯୯୭: ରମନ୍ ମାଗସେସେ ପୁରସ୍କାର
  • ୨୦୦୬: ପଦ୍ମ ବିଭୂଷଣ
  • ୨୦୧୧: ବାଙ୍ଗଲା ବିଭୂଷଣ

ଇତ୍ୟାଦି

ଆଧାର ସମ୍ପାଦନା

  1. Mahurkar, Vaishnavi (13 March 2017). "Mahasweta Devi: An Eminent Personality In Bengali Literature | #IndianWomenInHistory". Feminism In India. Retrieved 12 October 2020.
  2. "Mahasweta Devi: Writer who Defied Injustice". Hindustan Times (in ଇଂରାଜୀ). 19 August 2019. Retrieved 12 October 2020.
  3. Tharu, Susie J.; Lalita, Ke (1991). "Women Writing in India: The twentieth century". www.books.google.co.in (in ଇଂରାଜୀ). Feminist Press at CUNY. Retrieved 12 October 2020.

ବାହ୍ୟ ଆଧାର ସମ୍ପାଦନା