ମହାବଳିପୁରମ
ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ରହିଛି ଐତିହାସିକ ସହର ମହାବଳିପୁରମ।ମାଡ୍ରାସଠାରୁ ୬୦ କି.ମି ଦକ୍ଷିଣରେ ଏହି ସହର ଥିଲା ୭ମ ଶତାବ୍ଦୀର ପଲ୍ଲବ ସମ୍ରାଜ୍ୟର ବନ୍ଦର ନଗରୀ।୨୦୦୧ ଜଣଗଣନା ଅନୁସାରେ ସହର ଲୋକସଂଖ୍ୟା ମାତ୍ର ୧୨ହଜାର ୦୪୯। ୭ମରୁ ୯ମ ଶତାବ୍ଦୀ ମଧ୍ୟରେ ଏଠାରେ ନିର୍ମାଣ କରାଯାଇଥିଲା ଅନେକ ଐତିହାସିକ କୀର୍ତ୍ତି,ଯାହାକି ଆଜି ବି ଏହି ସହରକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି।ଏଭଳି ଏକ ଐତିହାସିକ ସ୍ଥାନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକରେ ସାମିଲ କରାଯାଇଛି।ମିଳିଥିବା ଚାଇନା ଓ ରୋମାନ୍ ମୂଦ୍ରାରୁ ଅତୀତରେ ଏହି ସହର ସମ୍ପର୍କରେ ଅନେକ ସୂଚନା ମିଳିପାରିଛି।ତା ଛଡା ଅନେକ ପଲ୍ଲବ ମୂଦ୍ରା ମଧ୍ୟ ଏଠାରୁ ମିଳିଛି।ସେଥିରୁ ପଲ୍ଲବ ବଂଶର ଶାସନ ସମୟରେ ଏହି ସହର ବିଶ୍ୱ ବାଣିଜ୍ୟ ବ୍ୟବସାୟରେ ଏକ ପ୍ରମୂଖ କେନ୍ଦ୍ର ଥିବା ଜଣାଯାଏ।[୧]
ମହାବଳିପୁରମ | |
---|---|
ସହର | |
ଦେଶ | ଭାରତ |
State | ତାମିଲନାଡୁ |
District | କାଞ୍ଚିପୁରମ |
Elevation | 12 m (39 ft) |
Population (2001) | |
• Total | ୧୨,୦୪୯ |
Languages | |
• Official | ତାମିଲ |
Time zone | UTC+5:30 (IST) |
PIN | 603104 |
Telephone code | 91-44 |
୩ୟ ଶତାବ୍ଦୀରୁ ୯ମ ଶତାବ୍ଦୀ ମଧ୍ୟରେ ପଲ୍ଲବ ବଂଶ ଏଠାରେ ଶାସନ କରିଥିଲେ।ସେ ସମୟରେ ଦକ୍ଷିଣ ପୂର୍ବ ଏସିଆ ଓ ସିଲନ ସହ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହେଇଥିଲା।ପଲ୍ଲବ ରାଜାମାନେ ବହୁ ମନ୍ଦିର ଓ ମଣ୍ଡପ ନିର୍ମାଣ କରିଥିଲେ।ସେଥିରେ ବହୁ କାରୂକାର୍ଯ୍ୟ ଦେଖିବାକୁ ମିଳିଥିଲା।ସେମାନେ ବୌଦ୍ଧଧର୍ମାବଲମ୍ବୀ ଥିବାରୁ ବହୁ ସଂଖ୍ୟକ ବୌଦ୍ଧବିହାର,ଚୈତ୍ୟ ଗୃହ ମଧ୍ୟ ନିର୍ମାଣ କରୁଥିଲେ।ଅଜନ୍ତା ଓ ଏଲୋରାରେ ନିର୍ମିତ କାରୂକାର୍ଯ୍ୟ ସହ ଏହାର ବେଶ ସାମଞ୍ଜସ୍ୟ ରହିଥିଲା।ବିଷ୍ଣୁ ଓ ଶିବଙ୍କ ପାଇଁ ପୃଥକ ମନ୍ଦିର ନିର୍ମାଣ କରାଯାଇଥିଲା।ଏହି ସବୁ କୀର୍ତ୍ତି ପାହାଡ କିମ୍ବା ବଡ଼ ବଡ଼ ପଥରକୁ କଟାଯାଇ ନିର୍ମିତ ହେଇଥିଲା।ସେଥିରେ ଦ୍ରାବିଡୀୟ ସ୍ଥାପତ୍ୟ ସହିତ ବୌଦ୍ଧ କୀର୍ତ୍ତିର ଛାପ ଦେଖିବାକୁ ମିଳିଥିଲା।ଖମ୍ବଗୁଡିକ ଦ୍ରାବିଡୀୟ ଶୈଳିରେ ନିର୍ମାଣ କରାଯାଇଥିବା ବେଳେ ସେଥିରେ ପଲ୍ଲବ ସ୍ଥାପତ୍ୟ ଓ କଳା ସ୍ଥାନ ପାଇଥିଲା।କୁହାଯାଏ ଯେ, ପଲ୍ଲବ ଶାସନ ବେଳେ ଏଠାରେ ସ୍ଥାପତ୍ୟ ଓ କଳାର ସ୍ୱତନ୍ତ୍ର ତାଲିମ ଦିଆଯାଉଥିଲା।ତେଣୁ ଏଠାରେ ଥିବା ଅନେକ କୀର୍ତ୍ତି ତାଲିମ ନେଉଥିବା ଛାତ୍ରମାନେ ହିଁ ନିର୍ମାଣ କରିଥିଲେ।ଯାହାର ନିର୍ଦଶନ ଦେଖିବାକୁ ମିଳେ ପଞ୍ଚରଥ ମଧ୍ୟରେ ।[୨]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଆଧାର
ସମ୍ପାଦନା- ↑ http://www.pbase.com/yardbird/india_tamilnadu_mahabalipuram
- ↑ "ଆର୍କାଇଭ୍ କପି". Archived from the original on 18 ମାର୍ଚ୍ଚ 2019. Retrieved 10 ଅପ୍ରେଲ 2022.
{{cite web}}
: Cite has empty unknown parameter:|1=
(help)