ମହାକାଳ ମନ୍ଦିର, ଦାର୍ଜିଲିଂ

ଏହା ଏକ ପବିତ୍ର ହିନ୍ଦୁ ମନ୍ଦିର ଯାହା ଭାରତରେ ଥିବା ପଶ୍ଚିମ ବଙ୍ଗର ଦାର୍ଜିଲିଂ ସହରରେ ଅବସ୍ଥିତ ଏକ ଶିବ (ହିନ୍ଦ

ମହାକାଳ ମନ୍ଦିର (ନେପାଳୀ: महाकाल मन्दिर. Translation: The master of Kaal[time]) ଏକ ପବିତ୍ର ହିନ୍ଦୁ ମନ୍ଦିର ଯାହା ଭାରତରେ ଥିବା ପଶ୍ଚିମ ବଙ୍ଗର ଦାର୍ଜିଲିଂ ସହରରେ ଅବସ୍ଥିତ ଏକ ଶିବ (ହିନ୍ଦୁ ତ୍ରିମୂର୍ତ୍ତି ମଧ୍ୟରୁ ଜଣେ) ମନ୍ଦିର । ଦାର୍ଜିଲିଂ ଅବଜାରବେଟିଭ ପର୍ବତ (Observatory Hill) ଉପରେ ଥିବା ଏହି ମନ୍ଦିରକୁ ୧୭୮୨ ମସିହାରେ ଲାମା ଡୋରଜେ ରିନଜିଙ୍ଗ ନିର୍ମାଣ କରିଥିଲେ । ଏହା ହିନ୍ଦୁ ଓ ବୌଦ୍ଧ ଧର୍ମର ଏକ ସମାହାରରେ ନିର୍ମିତ ହୋଇଥିବା ଦେଖାଯାଏ । ଏହି ମନ୍ଦିରରେ ବୌଦ୍ଧ ଓ ହିନ୍ଦୁ ଧର୍ମ ସହାବସ୍ଥାନ କରନ୍ତି ।[୧][୨][୩][୪]

ମହାକାଳ ମନ୍ଦିର
महाकाल मन्दिर
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
District ଦାର୍ଜିଲିଂ ଜିଲ୍ଲା
ଦେବାଦେବୀଶିବ
FestivalsAll major Hindu and Buddhist festivals
Location
ସ୍ଥାନଦାର୍ଜିଲିଂ Darjeeling
Stateen:West Bengalପଶ୍ଚିମ ବଙ୍ଗ
Countryଭାରତ
Architecture
Typeମନ୍ଦିର
ଲାମା ଡୋରଜେ ରିନଜିଙ୍ଗ (Lama Dorjey Rinzing)
Date established୧୭୮୨

ଇତିହାସ ସମ୍ପାଦନା

ଦୋରଜେ ଲିଙ୍ଗ ନାମକ ଏକ ବୌଦ୍ଧ ମୋନାଷ୍ଟେରିକୁ ୧୭୬୫ ମସିହାରେ ଲାମା ଡୋରଜେ ରିନଜିଙ୍ଗ ତିଆରି କରେଇଥିଲେ ଓ ସେହି ଐତିହାସିକ ସ୍ଥାନରେ ମହାକାଳ ମନ୍ଦିର ତୋଳା ହୋଇଛି । ପୂର୍ବରୁ ଲେପଚା ନାମକ ଏକ ଗୋଷ୍ଠିଙ୍କର ସେହି ସ୍ଥାନକୁ ଏକ ପବିତ୍ର ସ୍ଥାନ ରୂପେ ମାନୁଥିଲେ । ପରବର୍ତ୍ତୀ କାଳରେ ସେଠାରେ ଏକ ମୋନାଷ୍ଟେରି ତିଆରି ହେଲା ଓ ସେଠାରେ ଲେପଚା ଜାତି (Lepcha) ଓ ଭୁଟିଆ (Bhutia) ଲୋକମାନେ ମିଳିତ ଭାବରେ ଆରାଧନା କଲେ । ଦୋରଜେ-ଲିଙ୍ଗ ସେହି ସ୍ଥାନକୁ ୧୭୮୮ ମସିହାରେ ଗୁର୍ଖା ସୈନିକମାନେ ଅଧିକାର କରି ମୋନାଷ୍ଟେରି ନଷ୍ଟ କରିଦେଲେ ଓ ସମୟକ୍ରମେ ସେହି ସ୍ଥାନଟି ଅଧିକାଂଶ ନେପାଳୀ ହିନ୍ଦୁ ସମ୍ପ୍ରଦାୟଙ୍କର ପବିତ୍ର ସ୍ଥାନ ହୋଇଗଲା । କିମ୍ବଦନ୍ତୀ ଅନୁସାରେ ୧୭୮୨ ମସିହାରେ ସେଠାରେ ତିନୋଟି ଶିବ ଲିଙ୍ଗ ତିଆରି ହୋଇଥିଲା ଯାହା ବ୍ରହ୍ମା ବିଷ୍ଣୁ ଓ ଶିବ ଲିଙ୍ଗକୁ ସୂଚିତ କରେ । ଉକ୍ତ ମୋନାଷ୍ଟେରି ୧୮୧୫ ମସିହାରେ ଆଙ୍ଗ୍ଲୋ-ନେପାଳୀ (Gorkha invasion) ଆକ୍ରମଣରେ ଲୁଟ ହୋଇଥିଲା । ପରବର୍ତ୍ତୀ ସମୟରେ ୧ ମାଇଲ ଦୂରକୁ ଏହା ଭୁଟିଆ ବୁସତି (Bhutia Busty) ନାମକ ସ୍ଥାନକୁ ଉଠେଇ ନିଆଗଲା । ଏହାକୁ ଭୁଟିଆ ବୁସତି ମୋନଷ୍ଟେରି (Bhutia Busty Monastery) କୁହାଗଲା । ଏହି ମନ୍ଦିରକୁ ଲୋକମାନେ ବହୁତ ସମ୍ମାନ ଦିଅନ୍ତି ଓ ଧାର୍ମିକ ଲୋକମାନେ ସେଠାରେ ପୂଜା କରନ୍ତି ।[୩][୫] କିମ୍ବଦନ୍ତୀ ଅନୁସାରେ ଦୋରଜେ-ଲିଙ୍ଗ ମୋନାଷ୍ଟେରି ସ୍ମରଣରେ ଦାର୍ଜିଲିଙ୍ଗ ନାମ କରଣ ହୋଇଛି ।

ମନ୍ଦିରମାଳା ସମ୍ପାଦନା

ମହାକାଳ ମନ୍ଦିରର ମୁଖ୍ୟ ଦେବତା ହେଉଛନ୍ତି ଶିବ । ତାଙ୍କ ଦର୍ଶନ ପାଇଁ ଜାତି ଧର୍ମ ନିର୍ବିଶେଷରେ ସବୁ ଭକ୍ତ ସେଠାକୁ ଯାଆନ୍ତି । କେତେକ ତୀର୍ଥ କରିବା ଆଶାରେ ଓ ଆଉ କେତେକ ବୁଲିବା ନିମନ୍ତେ ଯାଆନ୍ତି । ସେଠାକୁ ଯିବା ରାସ୍ତା ଦୁଇ ପାଖରେ ଓ ମନ୍ଦିର ପାଖରେ ଘଣ୍ଟି ଓ ରଙ୍ଗୀନ ପତାକା ବନ୍ଧା ହୋଇଥିବା ଦେଖାଯାଏ । ସୁନା ଛାଉଣି ହୋଇଥିବା ତିନି ଲିଙ୍ଗ ତିନି ଠାକୁର ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ସୂଚନା ଦିଏ । ଲିଙ୍ଗ ପାଖରେ ଗୌତମ ବୁଦ୍ଧଙ୍କର ବିଗ୍ରହ ଅଛି । ହିନ୍ଦୁ ପୁରୋହିତ ଓ ବୌଦ୍ଧ ପୂଜକ ଏକା ସମୟରେ ପୂଜା ପାଠ କରନ୍ତି । ମନ୍ଦିର ପରିସରରେ ଏକ ଧଳା ସ୍ତୂପ ଅଛି ଯେଉଁଠାରେ ମନ୍ଦିରର ମୂଳ ନିର୍ମାତା ଲାମା ଡୋରଜେ ରିନଜିଙ୍ଗ ମହାଶୟଙ୍କ ଭଗ୍ନ ସ୍ତୂପ ଅଛି । ଏହା ବ୍ୟତୀତ ଅନ୍ୟାନ୍ୟ ଛୋଟ ମନ୍ଦିରମାନଙ୍କରେ କାଳୀ, ଦୂର୍ଗା, ସାତ କନ୍ୟା ଭଗବତୀ ଦେବୀ, କୃଷ୍ଣ, ରାମ, ସାଇ ବାବା, ହନୁମାନ, ପାର୍ବତୀ, ରାଧା ଓ ଅନ୍ୟାନ୍ୟ ଦେବ ଦେବୀଙ୍କର ବିଗ୍ରହ ରହିଛି ।

ସ୍ଥାନ ସମ୍ପାଦନା

 
ମହାକାଳ ମନ୍ଦିରମାଳାର ପ୍ରବେଶ ଦ୍ୱାର

ମହାକାଳ ମନ୍ଦିର ଚୌରାସ୍ତା ପଛ ପାଖରେ ଅଛି ଯାହା ଚାରିପାଖରେ ଦାର୍ଜିଲିଙ୍ଗ ଟାଉନର ମାଲ ରୋଡ଼ ଅଛି । ସେଠାକୁ ଯିବାକୁ ଏକ ସରୁ ଉଚ୍ଚକୁ ଯିବା ରାସ୍ତା ପଡ଼ିଛି ଯେଉଁଠାକୁ କେବଳ ଚାଲିକରି ଯାଇହୁଏ ।[୬]

 
A Buddhist monk next to the entrance to the Mahakal temple complex. Nandi the sacred bull (Shiva's vehicle on the bottom right). Colorful prayer flags behind the monk.

ଭୌଗଳିକ ମହତ୍ୱ ସମ୍ପାଦନା

ଅବଲୋକନ ପାହାଡ଼ ସ୍ବତଃ ପତ୍ର ପୁଷ୍ପ ସବୁଜିମାରେ ଭରା ଯାହା ହିମାଳୟ ପର୍ବତମାଳାରେ ଦେଖାଯାଏ । ସେହି ମନ୍ଦିରମାଳାରୁ ପୃଥିବୀର ତୃତୀୟ ସର୍ବୋଚ୍ଚ ପର୍ବତ ଶିଖର କାଞ୍ଚନଜଙ୍ଘା ଦର୍ଶନ କରିହୁଏ ।[୧]

ଏହି ଗୁଡ଼ିକ ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "The Mahakal Mandir in Darjeeling - Outlook Traveller". www.outlookindia.com (in ଇଂରାଜୀ). Retrieved 2018-08-15.
  2. win7. "Darjeeling Observatory Hill & Mahakal Temple". www.darjeeling-tourism.com. Retrieved 2018-08-15.{{cite web}}: CS1 maint: numeric names: authors list (link)
  3. ୩.୦ ୩.୧ "Mahakal Temple Darjeeling, Mahakal Mandir in Darjeeling". www.darjeelingonline.in. Retrieved 2018-08-15.
  4. "Mahakal Temple in Darjeeling India - Attractions in Darjeeling MakeMyTrip.com". www.makemytrip.com. Archived from the original on 2018-08-15. Retrieved 2018-08-15. {{cite web}}: line feed character in |title= at position 64 (help)
  5. "Mahakal Mandir in Darjeeling connects both Hindus and Buddhists". Detechter (in ଆମେରିକୀୟ ଇଂରାଜୀ). 2018-06-05. Retrieved 2018-08-15.
  6. Tourism, Darjeeling Adventure. "Mahakal Temple Darjeeling, Places to visit in Darjeeling, Observatory Hill (Mahakal Mandir) Darjeeling". darjeelingadventuretourism.com (in ଇଂରାଜୀ). Retrieved 2018-08-15.